Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ନୂଆଁଖାଇରୁ ଆରମ୍ଭ ହେଲା ଏ ବର୍ଷର ନୂଆ ମାସ, ଜାଣନ୍ତୁ ସେପ୍ଟେମ୍ବରର ପର୍ବପର୍ବାଣୀ

ଭୁବନେଶ୍ବର: ଚଳିତ ବର୍ଷର ସେପ୍ଟେମ୍ବର ମାସ ଏକ ଶୁଭ ବେଳାରୁ ଆରମ୍ଭ ହୋଇଛି। ଓଡିଶାର ଗଣପର୍ବ ନୂଆଁଖାଇରୁ ଆରମ୍ଭ ହୋଇଛି ଏହି ମାସ। ଏଥିସହିତ ଏହି ମାସରେ ରହିଛି ବହୁ ଗୁରୁତ୍ବପୂର୍ଣ୍ଣ ପର୍ବ ପର୍ବାଣୀ। ଜାଣନ୍ତୁ ସେଗୁଡିକ କଣ

୧ ସେପ୍ଟେମ୍ବର, ଗୁରୁବାର- ଓଡିଶାର ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଳିତ ହେଉଛି। ଏହି ଦିନ ମା ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଅର୍ପଣ ପରେ ସାଧାରଣ ଲୋକେ ପ୍ରସାଦ ପାଇଥାନ୍ତି।

୩ ସେପ୍ଟେମ୍ବର ଶୁକ୍ରବାର- ଏହି ଦିନ ଓଡିଶାର ଏକ ପ୍ରାଚୀନ ପର୍ବ ଷଷ୍ଠୀଓଷା ପାଳିତ ହୋଇଥାଏ। ଏହାକୁ ଷଠିବୁଢୀ ପୂଜା ବୋଲି କୁହାଯାଏ। ପିଲାଙ୍କ ମଙ୍ଗଳ କାମନା କରି ଏହି ପୂଜା ଘରେଘରେ କରାଯାଏ।

୫ ସେପ୍ଟେମ୍ବର ସୋମବାର- ଏହି ଦିନକୁ ଗୁରୁଦିବସ ଭାବେ ପାଳନ କରାଯାଇଥାଏ। ଏହିଦିନ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଦିନ। ତାଙ୍କର ଜନ୍ମ ଦିବସକୁ ଗୁରୁ ଦିବସ ଭାବେ ପାଳନ ହୁଏ।

୭ ସେପ୍ଟେମ୍ବର ବୁଧବାର- ଏହି ଦିନକୁ ବାମନ ଜନ୍ମ ଦିନ ଭାବେ ପାଳନ କରାଯାଏ। ଆଜିର ଦିନରେ ଭଗବାନ ବାମନ ରୂପେ ଜନ୍ମ ନେଇ ବଳିରାଜାକୁ ବଧ କରିଥିଲେ। ଏହିଦିନ ଶ୍ରୀଜଗନ୍ନାଥ ମଧ୍ୟ ବାମନ ବେଶ ଧାରଣ କରିଥାନ୍ତି।

୯ ସେପ୍ଟେମ୍ବର ଶୁକ୍ରବାର- ଏହିଦିନ ଅନନ୍ତ ବ୍ରତ ପାଳନ କରାଯାଏ। ଏହି ଦିନ ଅଘୋର ଚତୁର୍ଦ୍ଦଶୀ ଉପବାସ ମଧ୍ୟ ଗ୍ରହଣ କରାଯାଇଥାଏ।

୧୦ ସେପ୍ଟେମ୍ବର ଶନିବାର- ଏହିଦିନ ହେଉଛି ପୂର୍ଣ୍ଣିମା। ଭାଗବତ ଜନ୍ମ ଏବଂ ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା।

୧୭ ସେପ୍ଟେମ୍ବର ଶନିବାର- ଏହିଦିନ ହେଉଛି କନ୍ୟା ସଂକ୍ରାନ୍ତି। ଏହି ଦିନ ବିଶ୍ବକର୍ମା ପୂଜା ପାଳନ କରାଯିବ।

୨୫ ସେପ୍ଟେମ୍ବର ରବିବାର- ଏହି ଦିନ ହେଉଛି ମହାଳୟା ଅମାବ୍ୟାସା। ଏହି ଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ।

୨୬ ସେପ୍ଟେମ୍ବର ସୋମବାର- ଏହିଦିନ ହେଉଛି ମା ବିରଜା ଦେବୀଙ୍କ ରଥଯାତ୍ରା

Categories
DurgaPuja2021 ଧର୍ମ ବିଶେଷ ଖବର

ଆସନ୍ତାକାଲି ମହାଳୟା ଶ୍ରାଦ୍ଧ, ଜାଣନ୍ତୁ ଏହାର ସଠିକ୍ ସମୟ ସହିତ ଏହି ଦିନ କଣ କରିବା ଉଚିତ

ଭୁବନେଶ୍ବର: ଆସନ୍ତାକାଲି ହେଉଛି ମହାଳୟା ଶ୍ରାଦ୍ଧ। ବିଶ୍ବାସ ରହିଛି ଏହିଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ପିଣ୍ଡଦାନ କଲେ ସେମାନେ ଆର୍ଶିବାଦ କରନ୍ତି। ପ୍ରତିବର୍ଷ ଏହି ଆଶ୍ବିନ ମାସ ଅମାବାସ୍ୟାରେ ଏହି ଶ୍ରାଦ୍ଧ କରାଯାଇଥାଏ। ହେଲେ ଅନେକ ସ୍ଥାନରେ ଏହା ପୂର୍ବରୁ ପିତୃପକ୍ଷ ଆରମ୍ଭ ହେଉଥିବାରୁ ଶ୍ରାଦ୍ଧ କାର୍ଯ୍ୟ ଆରମ୍ଭ କରାଯାଇଥାଏ। ଅମବାସ୍ୟା ଦିନ ଏହା ଶେଷ ହୋଇଥାଏ। ତେବେ ଜାଣନ୍ତୁ ଏହି ଅମବାସ୍ୟାର ଆରମ୍ଭ ସମୟ ଏବଂ ବିଧିବିଧାନ

ଅମାବାସ୍ୟା ତାରିଖ ଆରମ୍ଭ – 5 ଅକ୍ଟୋବର 2021
ଆରମ୍ଭ ସମୟ- ମଙ୍ଗଳବାର ସନ୍ଧ୍ୟା 07:04 ମିନିଟ୍ ରୁ
ଆମାବାସ୍ୟା ଶେଷ ତାରିଖ – 6 ଅକ୍ଟୋବର 2021
ଶେଷ ସମୟ – ଅପରାହ୍ନ  04:34
ଯୋଗ: ଗଜଚୟ ଯୋଗ, 6 ଅକ୍ଟୋବରରେ ତାରିଖ ଶେଷ ପର୍ଯ୍ୟନ୍ତ ରହିଛି

ମହାଳୟା ଅମବାସ୍ୟାର ଗୁରୁତ୍ବ

ପିତୃପକ୍ଷ ସମୟରେ ପଡୁଥିବା ଅମାବାସ୍ୟାକୁ ମହାଳୟା ଅମାବାସ୍ୟା କୁହାଯାଏ। ସୂର୍ଯ୍ୟଙ୍କର ବିଭିନ୍ନ କିରଣ ମଧ୍ୟରୁ ‘ଅମାମି’ ନାମିତ ଏକ ଗୁରୁତ୍ୱପୂର୍ଣ୍ଣ କିରଣ ରହିଛି। ଯାହା ଏହି ଅମବାସ୍ୟାରେ ପରିଲକ୍ଷିତ ହୋଇଥାଏ। ଏହାର ଉଜ୍ଜ୍ୱଳତା ସହିତ ସୂର୍ଯ୍ୟ ଭଗବାନ ସମସ୍ତ ଜଗତକୁ ଆଲୋକିତ କରିଥାନ୍ତି। ଯେତେବେଳେ ଚନ୍ଦ୍ର ଭ୍ରମଣ କରି ସୂର୍ଯ୍ୟଙ୍କ ନିକଟତର ହୁଅନ୍ତି ସେତେବେେଳେ ଏହି ଆମାମି କିରଣ କ୍ଷରଣ ହୋଇଥାଏ। ଏହି କିରଣ ମାଧ୍ୟମରେ ପିତୃପୁରଷ ପୃଥିବୀପୃଷ୍ଟକୁ ଆସିଥାନ୍ତି। ଏହି କାରଣରୁ ଶ୍ରାଦ୍ଧା ଅମାବାସ୍ୟା ଅର୍ଥାତ୍ ପିତୃପକ୍ଷ ଅମାବାସ୍ୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।

ଅମାବାସ୍ୟା ପିତୃପୁରୁଷଙ୍କ ବିଶେଷ ତାରିଖ ଭାବରେ ବିବେଚନା କରାଯାଏ

ଏହି ଦିନ ସମସ୍ତ ପିତୃପୁରୁଷଙ୍କ ପାଇଁ ଦାନ, ଧର୍ମ ଇତ୍ୟାଦି କରାଯାଇ ସମସ୍ତ ପ୍ରକାରର ସୁଖ ପ୍ରାପ୍ତ ପାଇଁ ନିବେଦନ କରାଯାଏ।  ପିତୃପୁରୁଷମାନେ ମଧ୍ୟ ଖୁସି ହୋଇ ଆଶୀର୍ବାଦ ଦିଅନ୍ତି | ଯଦି ଏହି ଅମାବାସ୍ୟା ତିଥି, କିମ୍ବା ସଂକ୍ରାନ୍ତି କିମ୍ବା ଗଜଚୟ ଯୋଗ, କିମ୍ବା କିମ୍ବା ସୂର୍ଯ୍ୟ ଗ୍ରହଣ କିମ୍ବା ଚନ୍ଦ୍ରଗ୍ରହଣ ପ୍ରଭୃତି ତିଥିରେ ଶ୍ରାଦ୍ଧ କରିବା ଅତ୍ୟନ୍ତ ଫଳପ୍ରଦ ଅଟେ।

ହେଲେ ପିତୃପକ୍ଷ ସମୟରେ ଶ୍ରାଦ୍ଧ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଗୁଡିକ ମଧ୍ୟରୁ ମହାଳୟା ଅମାବାସ୍ୟା ସମସ୍ତଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। କାରଣ ଏହିଦିନଟି ବିଶେଷ ଭାବରେ ପିତୃପୁରୁଷଙ୍କ ତାରିଖ ଭାବରେ ବିବେଚନା କରାଯାଏ। ଏହି ଅମାବାସ୍ୟାକୁ ପିତୃପକ୍ଷ ଅମାବାସ୍ୟା ବା ମହାଳୟା ଅମାବାସ୍ୟା ବୋଲି କୁହାଯାଏ।ଯେଉଁମାନଙ୍କର ମୃତ୍ୟୁ ତାରିଖ ମନେ ନ ଥାଏ ସେହିମାନଙ୍କୁ ଏହିଦିନ ଶ୍ରାଦ୍ଧ ଦେଇ ଆର୍ଶିବାଦ ଗ୍ରହଣ କରାଯାଇଥାଏ।

ଅମାବାସ୍ୟା ଦିନ ଏହି ପଦକ୍ଷେପଗୁଡିକ କରନ୍ତୁ

ପିତୃପକ୍ଷ ଅମାବାସ୍ୟା ସମୟରେ ଯଥା ସମ୍ଭବ ପଶୁ, ପକ୍ଷୀ, ପ୍ରାଣୀମାନଙ୍କ ସେବା କରାଯାଏ। ସାମର୍ଥ୍ୟ ଅନୁଯାୟୀ ସେମାନଙ୍କୁ ଖାଦ୍ୟ ଦିଆଯାଏ। ଏହି ସମୟରେ କେବଳ ସାତ୍ବକୀ ଖାଦ୍ୟ ଖାଆନ୍ତୁ। ଶ୍ରାଦ୍ଧ କାର୍ଯ୍ୟ କରୁଥିବା ବ୍ୟକ୍ତି ପତ୍ରରେ ଖାଦ୍ୟ ଗ୍ରହଣ କରିବା ଉଚିତ୍। ତୁମର ସାମର୍ଥ୍ୟ ଅନୁଯାୟୀ ବ୍ରାହ୍ମଣଙ୍କୁ ଖାଦ୍ୟ ଅର୍ପଣ କରିବା ଉଚିତ। ନିଜର ସାମର୍ଥ୍ୟ ଅନୁଯାୟୀ ସେମାନଙ୍କୁ ମଧ୍ୟ ଦାନ ମଧ୍ୟ କରାଯାଇଥାଏ।