ନୂଆଁଖାଇରୁ ଆରମ୍ଭ ହେଲା ଏ ବର୍ଷର ନୂଆ ମାସ, ଜାଣନ୍ତୁ ସେପ୍ଟେମ୍ବରର ପର୍ବପର୍ବାଣୀ

Published: Sep 1, 2022, 10:32 pm IST

ଭୁବନେଶ୍ବର: ଚଳିତ ବର୍ଷର ସେପ୍ଟେମ୍ବର ମାସ ଏକ ଶୁଭ ବେଳାରୁ ଆରମ୍ଭ ହୋଇଛି। ଓଡିଶାର ଗଣପର୍ବ ନୂଆଁଖାଇରୁ ଆରମ୍ଭ ହୋଇଛି ଏହି ମାସ। ଏଥିସହିତ ଏହି ମାସରେ ରହିଛି ବହୁ ଗୁରୁତ୍ବପୂର୍ଣ୍ଣ ପର୍ବ ପର୍ବାଣୀ। ଜାଣନ୍ତୁ ସେଗୁଡିକ କଣ

୧ ସେପ୍ଟେମ୍ବର, ଗୁରୁବାର- ଓଡିଶାର ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଳିତ ହେଉଛି। ଏହି ଦିନ ମା ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଅର୍ପଣ ପରେ ସାଧାରଣ ଲୋକେ ପ୍ରସାଦ ପାଇଥାନ୍ତି।

୩ ସେପ୍ଟେମ୍ବର ଶୁକ୍ରବାର- ଏହି ଦିନ ଓଡିଶାର ଏକ ପ୍ରାଚୀନ ପର୍ବ ଷଷ୍ଠୀଓଷା ପାଳିତ ହୋଇଥାଏ। ଏହାକୁ ଷଠିବୁଢୀ ପୂଜା ବୋଲି କୁହାଯାଏ। ପିଲାଙ୍କ ମଙ୍ଗଳ କାମନା କରି ଏହି ପୂଜା ଘରେଘରେ କରାଯାଏ।

୫ ସେପ୍ଟେମ୍ବର ସୋମବାର- ଏହି ଦିନକୁ ଗୁରୁଦିବସ ଭାବେ ପାଳନ କରାଯାଇଥାଏ। ଏହିଦିନ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଦିନ। ତାଙ୍କର ଜନ୍ମ ଦିବସକୁ ଗୁରୁ ଦିବସ ଭାବେ ପାଳନ ହୁଏ।

୭ ସେପ୍ଟେମ୍ବର ବୁଧବାର- ଏହି ଦିନକୁ ବାମନ ଜନ୍ମ ଦିନ ଭାବେ ପାଳନ କରାଯାଏ। ଆଜିର ଦିନରେ ଭଗବାନ ବାମନ ରୂପେ ଜନ୍ମ ନେଇ ବଳିରାଜାକୁ ବଧ କରିଥିଲେ। ଏହିଦିନ ଶ୍ରୀଜଗନ୍ନାଥ ମଧ୍ୟ ବାମନ ବେଶ ଧାରଣ କରିଥାନ୍ତି।

୯ ସେପ୍ଟେମ୍ବର ଶୁକ୍ରବାର- ଏହିଦିନ ଅନନ୍ତ ବ୍ରତ ପାଳନ କରାଯାଏ। ଏହି ଦିନ ଅଘୋର ଚତୁର୍ଦ୍ଦଶୀ ଉପବାସ ମଧ୍ୟ ଗ୍ରହଣ କରାଯାଇଥାଏ।

୧୦ ସେପ୍ଟେମ୍ବର ଶନିବାର- ଏହିଦିନ ହେଉଛି ପୂର୍ଣ୍ଣିମା। ଭାଗବତ ଜନ୍ମ ଏବଂ ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା।

୧୭ ସେପ୍ଟେମ୍ବର ଶନିବାର- ଏହିଦିନ ହେଉଛି କନ୍ୟା ସଂକ୍ରାନ୍ତି। ଏହି ଦିନ ବିଶ୍ବକର୍ମା ପୂଜା ପାଳନ କରାଯିବ।

୨୫ ସେପ୍ଟେମ୍ବର ରବିବାର- ଏହି ଦିନ ହେଉଛି ମହାଳୟା ଅମାବ୍ୟାସା। ଏହି ଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ।

୨୬ ସେପ୍ଟେମ୍ବର ସୋମବାର- ଏହିଦିନ ହେଉଛି ମା ବିରଜା ଦେବୀଙ୍କ ରଥଯାତ୍ରା

Related posts