ରେଢ଼ାଖୋଲ (କନ୍ଦର୍ପ ବେହେରା): ଦିନକୁ ଦିନ ରେଢ଼ାଖୋଲ ଅଂଚଳରୁ ଅବକାରୀ ବିଭାଗ ଚୋରାରେ ଚାଲାଣ କରୁଥିବା ଗଂଜେଇ ବେପାରୀ ମାନଙ୍କୁ ଧରିବାରେ ସଫଳ ହେଉଛି। ଆଜି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ରେଢାଖୋଲ-ବୌଦ୍ଧ ରାସ୍ତାର କନ୍ଧରା ଛକ ନିକଟରୁ ଅବକାରୀ ବିଭାଗ ଚଢାଉ କରି ୬୦ କେଜି ଗଞ୍ଜେଇ ଜବତ କରିବା ସହ ମାରୁତି କାର ଏବଂ ଜଣଙ୍କୁ ଗିରଫ କରିଥିବା ବେଳେ ହାତୀବାହାଲ ଛକରୁ ଏକ ଡିଜାର କାର ରୁ ୯ କେଜି ଗଂଜେଇ ଜବତ କରିବାସହ ୨ ଜଣଙ୍କୁ ଗିରଫ କରିଛି। ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଏଇ ଚଢ଼ାଉ କରିଥିଲା।
ଗିରଫ ଅଭିଯୁକ୍ତ ମାନେ ହେଲେ ଉତ୍ତରପ୍ରଦେଶ ରାଜ୍ୟ ବାରଣାସୀ ଜିଲ୍ଲା ଖରଗିପୁରର ଅଖିଳନନ୍ଦ ମିଶ୍ର (୨୮) ଏବଂ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ର ଦ୍ରୁବାଦଲ ବିଶ୍ୱାଳ (୨୬) ଏବଂ ଆକାଶରାମ ରୋହିଦାସ (୨୫)। ଏହି ଚଢ଼ାଉରେ ଇନ୍ସପେକ୍ଟର ଦ୍ରୁବାଦଳ ବିଶ୍ୱାଳ, ଓଆଇସି କୀର୍ତନ ନାୟକ, ଏଏସଆଇ ବିନୋଦିନୀ ବେହେରା ଏବଂ ଅବକାରୀ ବିଭାଗର କର୍ମଚାରୀ ମାନେ ସାମିଲ ହୋଇଥିଲେ। ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗର ଇନ୍ସପେକ୍ଟର ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।