Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତରେ ହେଲା ଏକ ବଡ ପରିବର୍ତ୍ତନ, ବ୍ରହ୍ମପୁର ନୁହେଁ, ଆସିବେ….
ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତରେ ହେଲା ଏକ ବଡ ପରିବର୍ତ୍ତନ, ବ୍ରହ୍ମପୁର ନୁହେଁ, ଆସିବେ….

September 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ
ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତରେ ହେଲା ଏକ ବଡ ପରିବର୍ତ୍ତନ, ବ୍ରହ୍ମପୁର ନୁହେଁ, ଆସିବେ....

ଭୁବନେଶ୍ବର: ଓଡିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମରେ ଏକ ବଡ ପରିବର୍ତ୍ତନ କରାଯାଇଛି। ପୂର୍ବରୁ କୁହାଯାଇଥିଲା ଯେ, ସେ ଆସନ୍ତା 27 ତାରିଖରେ ବ୍ରହ୍ମପୁର ଗସ୍ତରେ ଆସିବେ। ସେଠାରେ ସେ ଯୁବ ସେବା ଉତ୍ସବରେ ଯୋଗଦେବେ। ସେଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ ବୈଠକ କରି ତାଙ୍କର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ହେଲେ ବର୍ତ୍ତମାନ ସେଥିରେ ପରିବର୍ତ୍ତନ କରାଯାଇଛି।

ନୂଆ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆସନ୍ତା 27 ତାରିଖରେ ବ୍ରହ୍ମପୁର ନୁହେଁ ଝାରସୁଗୁଡା ଆସିବେ। ସେଥିପାଇଁ ସେଠାରେ ବ୍ୟାପକ ଆୟୋଜନ କରାଯାଉଛି। ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ଆସନ୍ତା 27 ତାରିଖରେ ଝାରସୁଗୁଡା ଗସ୍ତରେ ଆସିବେ। ପୂର୍ବରୁ ସେ ବ୍ରହ୍ମପୁର ଆସିବେ ବୋଲି ସ୍ଥିର ହୋଇଥିଲା। ହେଲେ ସେଥିରେ ପରିବର୍ତ୍ତନ କରାଯାଇ ଝାରସୁଗୁଡା କରାଯାଇଛି।

ତେବେ ବ୍ରହ୍ମପୁର ଆସିବେ ବୋଲି ରଙ୍ଗେଇଲୁଣ୍ଡାଠାରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏପରିକି ଟେଣ୍ଟ ବନ୍ଧା ମଧ୍ୟ ସରିଯାଇଥିଲା। ହେଲେ ସେଥିରେ ପରିବର୍ତ୍ତନ କରାଯାଇଛି।

କାହିଁକି ପ୍ରଧାନମନ୍ତ୍ରୀଙ୍କ ସଭାର କରାଗଲା ସ୍ଥାନ ପରିବର୍ତ୍ତନ 

ପ୍ରଥମେ ବ୍ରହ୍ମପୁର ଆସିବେ ବୋଲି କୁହାଯାଇଥିଲା। ହେଲେ ଆଜି ତାହାକୁ ଝାରସୁଗୁଡାରେ କରାଯିବ ବୋଲି ଘୋଷଣା କରାଯାଇଛି। ତେବେ ବ୍ରହ୍ମପୁର ପରିବର୍ତ୍ତନ କରିବାର କାରଣ ହେଲା ଯେ, ଆସନ୍ତା କିଛିଦିନ ମଧ୍ୟରେ ରାଜ୍ୟରେ ଦୁଇଟି ଲଘୁଚାପ ଲାଗିଲାଗି ଆସୁଛି। ଫଳରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିରେ ବ୍ରହ୍ମପୁର ବେଶୀ କ୍ଷତିଗସ୍ତ ହେବାର ସମ୍ଭାବନା ରହିଛି।

ଏ ସଂପର୍କରେ ରାଜ୍ୟ ସରକାର ପାଣିପାଗ ବିଭାଗ ସହିତ ଆଲୋଚନା କରିବା ପରେ ବ୍ରହ୍ମପୁରରେ 27 ତାରିଖରେ ସଭା କରିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା। ଫଳରେ ତାହାକୁ ଉପକୂଳ ଅଞ୍ଚଳରୁ ହଟାଇ ଝାରସୁଗୁଡା କରାଯିବ ବୋଲି ନିଷ୍ପତି ହେଲା। ସେ ନେଇ ଗତକାଲି ବିଜେପି ସଭାପତି ମନମୋହନ ସାମଲ ଝାରସୁଗୁଡା ଗସ୍ତ କରି ଏ ନେଇ ସ୍ଥାନ ଦେଖିବା ସହିତ ସେଠାରେ କାମ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅନୁମତି ଆସିବା ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସ୍ଥାନ ପରିବର୍ତ୍ତନ ଘୋଷଣା କରାଯାଇଛି।

Festival Gift for Women: Govt Approved 25 Lakh New Ujjwala Connections

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026
Latest News

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.