ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହୋଇଥିବା ଶ୍ରୀମୟି ମିଶ୍ରଙ୍କ ସମର୍ଥନରେ ବାହାରିଲେ ଅନ୍ୟତମ ନାରୀ ନେତ୍ରୀ ସୁନୀତ ମୁଣ୍ଡ। ଆଜି ସୁନୀତ ତାଙ୍କ ସାମାଜିକ ଗଣମାଧ୍ୟମରେ ଏ ନେଇ ଏକ ଦୀର୍ଘ ଲେଖା ପୋଷ୍ଟ କରିଛନ୍ତି। ସେତିକି ନୁହେଁ ସେ ଏବଂ ଶ୍ରୀମୟିଙ୍କ ସହିତ ଏକ ଫଟୋ ମଧ୍ୟ ଏଥିରେ ସଂଲଗ୍ନ କରିଛନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ ମଧ୍ୟ ବେଶ ଚର୍ଚ୍ଚା ଜାରୀ ରହିଛି।
ସୁନୀତ ଲେଖିଛନ୍ତି ଯେ, “ଦଳ ବିରୋଧୀ କାମ କଲେ ଦଳ ନିଲମ୍ବନ କରେ” କଥାଟି କାନକୁ ଭଲ ଶୁଣାଯାଉଛି ତେବେ ପ୍ରକୃତ ଦଳ ବିରୋଧ କାମ କରିବା ଲୋକ ତ ନିଲମ୍ବିତ ହେଉନାହାନ୍ତି ।
ଯେମିତି ମ୍ୟାଡମ୍ ଶ୍ରୀମୟୀ ମିଶ୍ର ଲେନିନ୍ ବାବୁଙ୍କ କହିବାନୁଯାୟୀ ପଦବୀରେ ଅଛନ୍ତି ମାନେ ସେ ଦଳର ସଦସ୍ୟ ତେବେ ଜଣେ ପଦବୀଧାରୀ ଦଳର ନେତ୍ରୀଙ୍କ ବିରୁଦ୍ଧରେ ମନ୍ମଥ ରାଉତରାୟ ଟିପ୍ପଣୀ କରିବା ଏପରିକି ମୁକ୍ତଭାବେ ଜଣେ ମହିଳାଙ୍କୁ ସେ ଧମକ ଦେଇଛନ୍ତି “ଭିଡିଓ ଅଛି” (ବାବୁ କି ଭିଡିଓ ? ଖାଲି ଡରାଣ) କହି। ଦଳର ଜଣେ ବରିଷ୍ଠ ନେତ୍ରୀ ବିରୁଦ୍ଧରେ କହୁଥିବା ଏହି ମହାଶୟଙ୍କ କଥାଟି ଦଳ ବିରୋଧୀ ନୁହଁ କି ? ‘
“ଉଚ୍ଚ ପଦାଧିକାରୀମାନଙ୍କୁ ଯାହାକୁ ଯେମିତି ସୁହାଇଲା ସେ ନିଜ ପାୱାରର ଦୁରୁପଯୋଗ କଲେ। ଲୋକ ତ ଏଠାରେ ଭକୁଆ ଆଉ !”
ଆଉ “ଜନେ ହସିବେ” ନାହିଁ, ଏବେ “ଜନେ ଉତ୍ତର ଦେବାର ବେଳ” ।
ସୁନୀତ ବିଏମସି ମେୟର ପ୍ରାର୍ଥୀ ଭାବେ ବିଜେପିରୁ ଲଢେଇ କରି ହାରିଯାଇଥିଲେ। ପରେ ସୁନୀତଙ୍କୁ ମଧ୍ୟ ବିଜେପି ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରିଛି।