ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ରାଜନୀତିରେ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ନୂଆପଡା ଉପନିର୍ବାଚନ। ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଏହି ଆସନ ଖାଲି ଅଛି। ନିର୍ବାଚନ କେବେ ହେବ ଘୋଷଣା ହୋଇ ନ ଥିଲେ ମଧ୍ୟ ତିନି ଦଳ ଭିତରେ ପ୍ରାର୍ଥୀ ନେଇ ଛକାପଞ୍ଚା ଆରମ୍ଭ ହୋଇଛି। ତେବେ ଏହି ଚର୍ଚ୍ଚା ଭିତରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ଜୟ ଢଲକିଆଙ୍କ ଏକ ମନ୍ତବ୍ୟ ଚର୍ଚ୍ଚାକୁ ଆସିଛି।
ଆଜି ଜୟ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ମୁଁ ବିଜେପିରୁ ଛିଡା ହେବି ବୋଲି ଯେଉଁ ଚର୍ଚ୍ଚା ଚାଲିଛି ତାହା ଭୁଲ। ମୋତେ ବିଜେଡି ସୁପ୍ରିମ କଥା ଦେଇଛନ୍ତି। ଏହି ଉପନିର୍ବାଚନରେ ମୁଁ ବିଜେଡିରୁ ପ୍ରାର୍ଥୀ ହେବି। ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଜୟ ଢୋଲକିଆ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବାପା ବିଜୁବାବୁଙ୍କ ଆଦର୍ଶରେ ରାଜନୀତି କରୁଥିଲେ। ମୁଁ ମଧ୍ୟ ସେହି ଆଦର୍ଶରେ କାମ କରିବି ବୋଲି ଜୟ କହିଛନ୍ତି। ଫଳରେ ବିଜେଡି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରୁଛି ବୋଲି ସ୍ପଷ୍ଟ ହୋଇଛି।