ଭୁବନେଶ୍ବର: ଓଏଏସ ପାଇବା ଏକ ଭାଗ୍ୟର କଥା ବୋଲି କୁହାଯାଏ। କାରଣ ଏହି ପଦବୀ ପାଇବା ପାଇଁ ସମସ୍ତେ ବହୁ ଚେଷ୍ଠା କରିଥାନ୍ତି। ହେଲେ ସମସ୍ତେ ଏଥିରେ କୃତ କାର୍ଯ୍ୟ ହୋଇପାରନ୍ତି ନାହିଁ। ତେବେ ଯେଉଁମାନେ କୃତକାର୍ଯ୍ୟ ହୁଅନ୍ତି ସେମାନଙ୍କ ପରିବାର ବର୍ଗଙ୍କ ଛାତି କୁଣ୍ଢେ ମୋଟ ହୋଇଯାଏ। କେବଳ ପରିବାର ନୁହେଁ ବନ୍ଧୁବାନ୍ଧବ ସମସ୍ତେ ତାଙ୍କୁ ନେଇ ଗର୍ବ କରନ୍ତି। ହେଲେ ଗୋଟିଏ ଘରୁ ଯେତେବେଳେ ତିନିଜଣ ଓଏଏସ ପାଆନ୍ତି ସେତେବେଳେ କଣ ହେବ।
ଏହିପରି ଏକ ଗର୍ବର କଥା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାର ସୀମାରେ ଥିବା ଶ୍ରୀରାମ ଗ୍ରାମ। ଏହି ଗ୍ରାମର ସୌରଭ ରଂଜନ ବାଗ୍ ଚଳିତ ଥର ଓଏଏସ ହାସଲ କରିଛନ୍ତି। ସେ ୩୦୯ ରାଙ୍କ ରଖି ଉତିର୍ଣ୍ଣ ହୋଇଛନ୍ତି। ତେବେ ତା ପୂର୍ବରୁ ତାଙ୍କ ଭଉଣୀ ଦୀପ୍ତିରେଖା ବାଗ ଗତ ବର୍ଷ ଓଏଏସ ପାଇଛନ୍ତି। ସେ ୧୭୮ ରାଙ୍କ ପାଇଁ ବର୍ତ୍ତମାନ ଓଡିଶା ସରକାରଙ୍କ ଅଧିନରେ କାମ କରୁଛନ୍ତି। ତେବେ ତା ପୂର୍ବ ବର୍ଷ ପରିବାରର ବଡ ଝିଅ ବା ସୌରଭଙ୍କ ବଡ ଭଉଣୀ ସ୍ମତିରେଖା ବାଗ ଓଏଏସ ପାଇଛନ୍ତି। ସେ ୧୭୧ ରାଙ୍କ ରଖି ଉତିର୍ଣ୍ଣ ହୋଇଥିଲେ।
ଶିକ୍ଷକ ସୁରଜ ବାଗ ଓ ଶିକ୍ଷୟିତ୍ରୀ ଶାନ୍ତିଲତା ସିପକାଙ୍କ ପୁଅଝିଅ ହେଉଛନ୍ତି ଏହି ତିନି ଓଏଏସ ଅଧିକାରୀ। ଗୋଟିଏ ପରିବାରର ତିନିଜଣ ଓଏଏସ ପାଇବା ସେହି ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ପାଲଟିଯାଇଛି।
AYURFARM 2025 Certificate Course on Medicinal Herb Cultivation