Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଦକ୍ଷିଣ ଓଡ଼ିଶାର ସ୍ଥାନ ପାଇବ ୧୪ ବରପୁତ୍ରଙ୍କ ପ୍ରତିମୂର୍ତ୍ତି, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
ରାଜ୍ୟ ଖବର

ଦକ୍ଷିଣ ଓଡ଼ିଶାର ସ୍ଥାନ ପାଇବ ୧୪ ବରପୁତ୍ରଙ୍କ ପ୍ରତିମୂର୍ତ୍ତି, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

September 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦକ୍ଷିଣ ଓଡ଼ିଶାର ସ୍ଥାନ ପାଇବ ୧୪ ବରପୁତ୍ରଙ୍କ ପ୍ରତିମୂର୍ତ୍ତି, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
ଦକ୍ଷିଣ ଓଡ଼ିଶାର ସ୍ଥାନ ପାଇବ ୧୪ ବରପୁତ୍ରଙ୍କ ପ୍ରତିମୂର୍ତ୍ତି, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ବ୍ରହ୍ମପୁର: ପୂଜ୍ୟପୂଜା ପରମ୍ପରାକୁ ଆଉ ଟିକେ ଆଗକୁ ନିଆଯିବ। ଓଡ଼ିଶାର ଆଉ କିଛି ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସାର୍ବଜନୀନ ସ୍ଥାନରେ ପ୍ରତିଷ୍ଠା କରାଯିବ। ଫଳରେ ଉତ୍ତରପିଢ଼ି ଆମ ବରପୁତ୍ରମାନଙ୍କୁ ନେଇ ଅଧିକ ସଚେତନ ହେବେ। ଏନେଇ ଅଣ୍ଟା ଭିଡ଼ିଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ଓଡ଼ିଶାରେ ଜାତୀୟ ଓ ରାଜ୍ୟସ୍ତରୀୟ ବରପୁତ୍ରଙ୍କ ୭୫ ଟି ନୂତନ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ କରିବା ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରାୟ ୧୪ କୋଟି ଟଙ୍କାର ବ୍ୟୟରେ ଓଡ଼ିଶାରେ ଏହିସବୁ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ ନିମନ୍ତେ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଏହି ସମସ୍ତ କାର୍ଯ୍ୟ ୨୦୨୬ ମସିହା ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଗଞ୍ଜାମ ଜିଲ୍ଲାରେ ଦିବାକର ପଟ୍ଟନାୟକ, ଉପେନ୍ଦ୍ର ଭଞ୍ଜ, ବଳଦେବ ରଥ, ଜୟମଙ୍ଗଳ ରଥ, ସନ୍ଥ ଅରକ୍ଷିତ ଦାସ, ପଦ୍ମଶ୍ରୀ ଭଗବାନ ସାହୁ, ହରିହର ମର୍ଦ୍ଦରାଜ, ଚକରା ବିଷୋୟୀ, ସହିଦ ଭଗତ ସିଂ, ଶଶୀ ଭୂଷଣ ରଥ, କୋରାପୁଟ ଜିଲ୍ଲାରେ ଶ୍ୟାମା ପ୍ରସାଦ ମୁଖାର୍ଜୀ, କଳାହାଣ୍ଡି ଜିଲ୍ଲାରେ ରେଣ୍ଡୋ ମାଝୀ, ସୋନପୁର ଜିଲ୍ଲାରେ ଭୀମଭୋଇ ଏବଂ ରାୟଗଡ଼ା ଜିଲ୍ଲାରେ ସହିଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଆବାହକ ରବି ରଥ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

କୋଦଳା ଅଞ୍ଚଳର ସ୍ଵାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ବନମାଳି ମହାରଣାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଉକ୍ତ ତାଲିକାରେ ସ୍ଥାନିତ କରିବା ପାଇଁ ଶ୍ରୀ ରଥ ମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ବିଭାଗ ମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।

ଏ ସମ୍ପର୍କରେ ଶ୍ରୀ ରଥ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ଵନାଥ ଦାସ ଓ ବିନାୟକ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଭୁବନେଶ୍ଵର ଠାରେ କରାଯିବା ସହିତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ଭଳି ଏହି ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ମୃତି ଚାରଣ କରାଯିବାକୁ ଅନୁରୋଧ କରିଛନ୍ତି।

ଦକ୍ଷିଣ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ରାଜ୍ୟ ସଂସ୍କୃତି ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026

‘ଅନ୍ତ୍ୟୋଦୟ ଗୃହ ଯୋଜନା’ ର ଏକ ବର୍ଷ ପୂର୍ତ୍ତି: ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

March 31, 2026

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026
Latest News

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.