ଭୁବନେଶ୍ବର: ଆଉ ଗୋଟିଏ ଦିନ ପରେ ହେବ ନୂଆପଡା ଉପନିର୍ବାଚନର ମତଦାନ ପକ୍ରିୟା। ଏହି ସମୟରେ ନୂଆପଡାରେ ଆୟକର ବିଭାଗ ତରଫରୁ ଚଢାଉ କରାଯାଇଛି। ଆଜି ବିଜେଡିର ସଂପାଦକ ଥିବା ତଥା ନୂଆପଡା ବିଜେଡିର ପୂର୍ବତନ ସଭାପତି ମନୋଜ ମିଶ୍ରଙ୍କ ବାସ ଭବନ ଉପରେ ଏହି ଚଢାଉ କରାଯାଇଛି। ଆୟକର ବିଭାଗର ଅଧିକାରୀମାନେ ତାଙ୍କ ବାସଭବନରେ ଖୋଳତାଡ କରିଛନ୍ତି। ହେଲେ କିଛି ମିଳି ନ ଥିବାର ଜଣାପଡିଛି।
ଗତକାଲି ମଧ୍ୟ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ମହମ୍ମଦ ଜୁନେଦଙ୍କ ନୂଆପଡ଼ା ଖରିଆର ରୋଡର ବାସଭବନରେ ଚଢାଉ କରାଯାଇଥିଲା। ନିର୍ବାଚନ ପାଖେଇ ଆସୁଥିବା ବେଳେ ଆୟକର ବିଭାଗର ଏପରି ଚଢାଉକୁ ବିଜେଡି ତରଫରୁ ନିନ୍ଦା କରାଯାଇଛି। ଜାଣିଶୁଣି ବିଜେଡି ନେତାଙ୍କୁ ଟାର୍ଗେଟ କରାଯାଉଛି ବୋଲି ଅଭିଯୋଗ କରାଯାଇଛି।


