Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ତରଫରୁ ପ୍ରଥମ ପ୍ରତିକ୍ରିୟାକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ
ରାଜ୍ୟ ଖବର

ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ତରଫରୁ ପ୍ରଥମ ପ୍ରତିକ୍ରିୟାକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

November 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ
ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ତରଫରୁ ପ୍ରଥମ ପ୍ରତିକ୍ରିୟାକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ବର: ୧୦୮ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥା ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ଟିମ ଦ୍ଵାରା ଭୁବନେଶ୍ୱରର ‘ବାୟୁସେନା ଚୟନ କେନ୍ଦ୍ର’ରେ ଏକ ଜରୁରୀକାଳୀନ ପ୍ରଥମ ପ୍ରତିକ୍ରିୟାକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରୁପ୍ କ୍ୟାପଟେନ୍ ଶ୍ରୀ ସଞ୍ଜୟ ପଟ୍ଟନାୟକଙ୍କ ସହ ତାଙ୍କର ସମ୍ପୂର୍ଣ୍ଣ ଟିମ୍ ଏବଂ ପରିବାରବର୍ଗ ଉପସ୍ଥିତ ରହିଥିଲେ। ୨୦୧୩ ମାର୍ଚ୍ଚ ୫ରୁ ରାଜ୍ୟରେ ଆରମ୍ଭ ହୋଇଥିବା ୧୦୮ ଆମ୍ବୁଲାନ୍ସ, ଜରୁରୀକାଳୀନ ଚିକିତ୍ସା ସେବା କ୍ଷେତ୍ରରେ ଓଡ଼ିଶାବାସୀଙ୍କ ପ୍ରତି ଦେଇଆସୁଥିବା ଅବିରତ ସେବା ଓ ଏହାର କାର୍ଯ୍ୟକାରିତା ବିଷୟରେ ଅଲୋଚନା ହୋଇଥିଲା।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ର ତାଲିମ ପ୍ରାପ୍ତ ପ୍ରଶିକ୍ଷକ ପ୍ରମିତ ପ୍ରୀତିଦର୍ଶନ ପଣ୍ଡା ପରିଚାଳିତ କରିଥିଲେ। ସେ ଉପସ୍ଥିତ ଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ହୃଦ୍‌ଘାତ, ମୂର୍ଚ୍ଛା ଯିବା, ନିଶ୍ୱାସ ନେବାରେ ଅସୁବିଧା, ରକ୍ତସ୍ରାବ ନିୟନ୍ତ୍ରଣ, ସ୍ପ୍ଲିଣ୍ଟିଂ,ବ୍ୟାଣ୍ଡେଜ୍, କୀଟପତଙ୍ଗ କାମୁଡ଼ା, ପଶୁ ଆକ୍ରମଣ ଓ ସାପ କାମୁଡ଼ା ପରି ଜରୁରୀକାଳୀନ ପରିସ୍ଥିତିରେ କିପରି ଜରୁରୀକାଳିନ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇପାରିବ, ତାହା ସମ୍ବନ୍ଧିତ ପ୍ରାୟୋଗିକ ପ୍ରଶିକ୍ଷଣ ସହିତ କାର୍ଯକ୍ରମକୁ ଆଗକୁ ନେଇଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ହୃଦ୍‌ଘାତ ମାମଲା ପାଇଁ ଜୀବନରକ୍ଷାକାରୀ ପ୍ରଣାଳୀ ବା କାର୍ଡିଓପଲମୋନାରୀ ରିସାସିଟେସନ୍ (ସିପିଆର) ପ୍ରଶିକ୍ଷଣ ।

ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ

ଗ୍ରୁପ୍ କ୍ୟାପଟେନ୍ ସଞ୍ଜୟ ପଟ୍ଟନାୟକ ଏହି ପ୍ରଶିକ୍ଷଣ ପଦକ୍ଷେପକୁ ସ୍ୱାଗତ କରିଥିଲେ ଏବଂ ଓଡ଼ିଶାରେ ଏକାଧିକ ସ୍ଥାନରେ ଏହି ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ।

ଓଡ଼ିଶାରେ ଏମ୍ରି ଗ୍ରୀନ ହେଲଥ ସର୍ଭିସେସ ଦ୍ୱାରା ପରିଚାଳିତ ୧୦୮ ଆମ୍ବୁଲାନ୍ସ ସେବା, ଜରୁରୀକାଳୀନ ସମୟରେ ନାଗରିକଙ୍କ ସେବା କ୍ଷମତା ବୃଦ୍ଧି କରିବା ଓ ସଚେତନତା ପ୍ରସାର ପାଇଁ ସଦା ପ୍ରତିବଦ୍ଧ ରହିଛି ଏବଂ ଏହି ଭଳି କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଆୟୋଜନ କରାଯାଇ ଜନସାଧାରଣମାନଙ୍କୁ କିପରି ଜରୁରୀକାଳୀନ ପ୍ରାଥମିକ ଚିକିତ୍ସାର ପ୍ରଶିକ୍ଷଣ ଦିଆଯାଇପାରିବ ସେଥି ପ୍ରତି ଧ୍ୟାନ ଦିଆଯାଉଛି।

୧୦୮ ଆମ୍ବୁଲାନସ୍ ସେବା ambulance ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ
Share. Facebook Twitter LinkedIn Email WhatsApp Copy Link

Related Posts

ୟୁକ୍ରେନର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଡକ୍ଟର ଏସ୍. ଜୟଶଙ୍କର 

November 23, 2025

ଚୋରି ସୁନା ଅଳଙ୍କାର ଜବତ, ୪ ଗିରଫ

November 23, 2025

ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

November 23, 2025

ଚାଣକ୍ୟ ନୀତି: ଏହି ଜିନିଷଗୁଡିକ କାହାକୁ କହିବା ଉଚିତ୍ ନୁହେଁ, ଲୁଚାଇବା ଭଲ

November 23, 2025
Latest News

ୟୁକ୍ରେନର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଡକ୍ଟର ଏସ୍. ଜୟଶଙ୍କର 

November 23, 2025

ଚୋରି ସୁନା ଅଳଙ୍କାର ଜବତ, ୪ ଗିରଫ

November 23, 2025

ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

November 23, 2025

ଚାଣକ୍ୟ ନୀତି: ଏହି ଜିନିଷଗୁଡିକ କାହାକୁ କହିବା ଉଚିତ୍ ନୁହେଁ, ଲୁଚାଇବା ଭଲ

November 23, 2025

ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ତରଫରୁ ପ୍ରଥମ ପ୍ରତିକ୍ରିୟାକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

November 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.