ଭୁବନେଶ୍ବର: ପୁଣି ବାତ୍ୟା ଆଶଙ୍କା। ଅଦିନରେ ବାତ୍ୟା ସମ୍ଭାବନା। ତେବେ ଏ ନେଇ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା ଦେଇ ନାହାଁନ୍ତି। ହେଲେ ବର୍ତ୍ତମାନ ବଙ୍ଗୋପସାଗର ନିକଟରେ ସୃଷ୍ଟି ଲଘୁଚାପକୁ ଦେଇ ଅନେକ ବାତ୍ୟା ହେବାର ସମ୍ଭାବନା ଅଛି ବୋଲି ଅନୁମାନ କରୁଛନ୍ତି।
ପାଣିପାଗ ବିଭାଗ ଅନୁସାରେ ବର୍ତ୍ତମାନ ବଙ୍ଗୋପସାଗର ନିକଟସ୍ଥା ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଧିରେ ଧିରେ ଘନିଭୂତ ହେବାରେ ଲାଗିଛି। ଏହା ଆସନ୍ତାକାଲି ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ କହିଛି। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରି ବଙ୍ଗୋପସାଗର ଆଡକୁ ଗତି କରିବ। ଏହାପରେ ଏହା ଘୂର୍ଣ୍ଣିଝଡରେ ପରିଣତ ହେବ ବୋଲି ପାଣିପାଗ ବିଭାଗ କହିଛି।
ତେବେ ଏହି ଘୂର୍ଣ୍ଣିଝଡ ଯଦି ଅତି ଶକ୍ତିଶାଳି ହେବ ତେବେ ତାହା ବାତ୍ୟା ହେବାର ସମ୍ଭାବନା ରହିଛି ବୋଲି ଅନୁମନ କରାଯାଇଛି। ତେବେ ପାଣିପାଗ ବିଭାଗ ଏ ନେଇ କୌଣସି ସୂଚନା ପ୍ରଦାନ କରି ନାହିଁ। ବର୍ତ୍ତମାନ ଏହି ଲଘୁଚାପ ଯୋଗୁଁ ତାମିଲନାଡୁ, କେରଳ ଏବଂ ଆନ୍ଧ୍ରପ୍ରଦେଶ ପରି ଦକ୍ଷିଣ ରାଜ୍ୟଗୁଡିକରେ ବର୍ଷା ହେବ ବୋଲି ଜଣାପଡିଛି।


