Konark Sand Art Festival: କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗାଠାରେ ୧୫ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିର ଏହି ଉତ୍ସବରେ ଆମ ଦେଶର ବିଭିନ୍ନ ରାଜ୍ୟ ଏବଂ ବିଦେଶର ୧୪୩ ଜଣ ବାଲୁକା ଶିଳ୍ପୀ ଯୋଗଦେଇଛନ୍ତି।
ଜାପାନ, ସ୍ପେନ୍, ୠଷିଆ, ନେଦରଲ୍ୟାଣ୍ଡ, ପର୍ତ୍ତୁଗାଲ ଓ ଶ୍ରୀଲଙ୍କା ଆଦି ଦେଶରୁ ପ୍ରକ୍ଷାତ ବାଲୁକା ଶିଳ୍ପୀମାନେ ଆସିଛନ୍ତି। ଦେଶ ବିଦେଶରୁ ଏତେ ସଂଖ୍ୟାରେ ବାଲୁକା ଶିଳ୍ପୀ ଯୋଗଦେବା ଏହି ଉତ୍ସବର ଲୋକପ୍ରିୟତା ପ୍ରମାଣିତ କରୁଛି। ଏହି ସ୍ବତନ୍ତ୍ର ଆୟୋଜନ ପାଇଁ ବାଲୁକା କଳା ମହୋତ୍ସବର ବ୍ରାଣ୍ଡ ଆମ୍ବାସାଡର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।


