Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ରାଜ୍ୟରେ ଅବୈଧ ବାଲି ଖନନ ଉପରେ ପ୍ରଦେଶ କଂଗ୍ରେସ ଆଣିଲା ବଡ ଅଭିଯୋଗ
ରାଜ୍ୟ ଖବର

ରାଜ୍ୟରେ ଅବୈଧ ବାଲି ଖନନ ଉପରେ ପ୍ରଦେଶ କଂଗ୍ରେସ ଆଣିଲା ବଡ ଅଭିଯୋଗ

December 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟରେ ଅବୈଧ ବାଲି ଖନନ
ରାଜ୍ୟରେ ଅବୈଧ ବାଲି ଖନନ ଉପରେ ପ୍ରଦେଶ କଂଗ୍ରେସ ଆଣିଲା ବଡ ଅଭିଯୋଗ

ଭୁବନେଶ୍ବର: ବେଆଇନ ବାଲି ଖନନ ଦ୍ୱାରା ଓଡିଶା କିଭଳି ପ୍ରାକୃତିକ ବିପତ୍ତିମୁହାଁ ହେଉଛି ଏବଂ ନଦ ନଦୀ ମରଣ ଆଡକୁ ଗତି କରୁଛି, ଏହି ବିଷୟକୁ ନେଇ କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ସାମାଜିକ ଓ ପରିବେଶ କର୍ମୀ ତଥା ମହାନଦୀ ବଞ୍ଚାଅ ଅଭିଯାନର ଆବାହକ ସୁଦର୍ଶନ ଦାସ ଏବଂ ମୁଖପାତ୍ର ମଧୁସ୍ମିତା ଆଚାର୍ଯ୍ୟ ଯୋଗଦେଇ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଶ୍ରୀ ଦାସ କହିଛନ୍ତି ଯେ, ଓଡିଶା ରେ ମହା ବାଲି ଲୁଟ ଯୋଗୁଁ ସମସ୍ତ ନଦନଦୀ ଆଜି ମୃତ୍ୟୁ ମୁଖରେ ନଦୀର ପର୍ଯ୍ୟାବରଣ ଜୈବ ବିବିଧତା ପ୍ରଦୂଷଣ ଯୋଗୁଁ ଧ୍ବଂସମୁଖରେ। ବେଆଇନ ନଦୀବାଲି ଖନନ ଯୋଗୁଁ କେଵକ ଯେ ପ୍ରାକୃତିକ ସନ୍ତୁଳନ ବିଗିଡି ନାହିଁ, ସାମାଜିକ ଅଧପତନ ମଧ୍ୟ ଘଟିଛି। ବାଲି ଖନନରେ ମାଫିଆ ଏବଂ ରାଜନୀତିକ ସମ୍ପୃକ୍ତି ଦ୍ୱାରା ଗାଁ ଗଣ୍ଡାରେ ହତ୍ୟା ଆଦି ଅପରାଧ ବୃଦ୍ଧି ପାଇବାରେ ଲାଗିଛି ଯାହା ଉଦବେଗର ବିଷୟ।

ବାଲି ଖନନକୁ ନେଇ ଅପରାଧ ଶ୍ରେଣୀରେ ପୂର୍ବଭାରତରେ ଓଡିଶା ଦ୍ୱିତୀୟ ନମ୍ବରରେ ଅଛି। ବେଆଇନ ବାଲି ଖନନକୁ ଯିଏ ବିରୋଧ କଲା ତା ଉପରେ ମରଣାତ୍ମକ ଆକ୍ରମଣ ହେଉଛି। ବାଲି ମାଫିଆ ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି। ପିସିସି ସଭାପତି ଭକ୍ତ ଚରଣ ଦାସ ବେଆଇନ ବାଲି ଖନନ ପଛରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ଅଛି ବୋଲି ଗଣମାଧ୍ୟମ ସାମ୍ନାରେ ସିଧାସଳଖ ଅଭିଯୋଗ କଲେ କିନ୍ତୁ ଅଭିଯୋଗ ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିଲା ନାହିଁ। ତେଣୁ ଆମେ ଅନୁମାନ କରୁଛୁଁ ଯେ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ବୋଲି ସ୍ୱୀକାର କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବୈତରଣୀ ନଦୀ ରେ 32 ଗୋଟି ବାଲି ଖାଦାନ କାର୍ଯ୍ୟ କରୁଛି ଏବଂ ତାହାକୁ ସେଠାକାର ସାଂସଦଙ୍କ ଲୋକ ପରିଚାଳନା କରୁଛନ୍ତି। ତେବେ ଏହା କଣ ମୁଖ୍ୟମନ୍ତ୍ରୀ ଙ୍କ ଅଗୋଚର ରେ ସମ୍ଭବ କି?

ସରକାର ବାଲି ମାଫିଆଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଲାଗୁ କରାଯିବ ବୋଲି ବାରମ୍ବାର ଘୋଷଣା କରିଥିଲେ। ମାର୍ଚ୍ଚ 2025 ରେ ଏକ ଏସଓପି ଆଣିଥିଲେ ଏବଂ ଏଥିରେ ପଂଚାୟତ ଏବଂ ଜିଲ୍ଲା ସ୍ତରରେ କମିଟି ଗଠନ କରି ବିଭିନ୍ନ ନିୟମ ଅନୁଯାୟୀ ବାଲି ଖନନ କରାଯିବା ପ୍ରସ୍ତାବ ଥିଲା। ପୁଣି 2025 ନଭେମ୍ବରରେ ବାଲି ଖନନକୁ ନେଇ ପୁଣି ଏକ ଆଇନ ଜାରି କଲେ। ବାଲି ବୋଝେଇ ଗାଡି କୌଣସି ଜନବସତି ଦେଇ ଯିବା କଥା ନୁହଁ। ନଦୀର କେଉଁ ସ୍ଥାନରୁ ବାଲି ନିଆଯିବ ଓ ଖନନ କରାଯିବ ନାହିଁ ଏ ସବୁ ନିୟମ ପୂର୍ବରୁ ଅଛି କିନ୍ତୁ ସରକାର ପାଳନ କରୁନାହାନ୍ତି। ବାଲି ଖନନ ଦ୍ୱାରା ଓଡିଶାକୁ ଭୟଙ୍କର ବିପତ୍ତି ମାଡି ଆସୁଛି।

ଓଡିଶାର ନଦୀ ନାଳ ମୃତ୍ୟୁର ନିକଟବର୍ତ୍ତୀ। କେବଳ କିଛି ବାଲି ଗାଡିକୁ ଜବତ କଲେ ହେବନି ସରକାର ବେଆଇ ବାଲି ଖନନରେ ସମ୍ପୃକ୍ତ ଥିବା ମାଫିଆ ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କୁ କାଠଗଡାକୁ ଆଣନ୍ତୁ ଏବଂ ସାମିଲ ଥିବା ନେତା ମାନଙ୍କ ନାମ ପ୍ରକାଶ କରନ୍ତୁ ବୋଲି ଶ୍ରୀ ଦାସ ଦାବୀ କରିଥିଲେ।

ଉପସ୍ଥିତ ମୁଖପାତ୍ର ଶ୍ରୀମତୀ ଆଚାର୍ଯ୍ୟ ଯାଜପୁର ଜିଲ୍ଲାରେ ବେଆଇନ ବାଲି ଖନନ ଉତ୍କଟ ସମସ୍ୟା ହେଲାଣି ବୋଲି ପ୍ରକାଶ କରିଥିଲେ। ସେ ପୁଣି କହିଥିଲେ ଯେ, ଧର୍ମଶାଳା ବିଧାୟକଙ୍କ ସମର୍ଥନରେ ଖୋଲା ଖୋଲି ବେଆଇନ ବାଲି କାରବାର ଚାଲିଛି ଏବଂ ସରକାର ନିରବଦ୍ରଷ୍ଟା ସାଜିଛି। ସବୁଜିମା ଭରା ସୁନ୍ଦର ଯାଜପୁର ଏବଂ ବିଶେଷ କରି ଧର୍ମଶାଳାର ପରିସ୍ଥିତି ଅତ୍ୟନ୍ତ ସଂଗୀନ ବୋଲି ଶ୍ରୀମତୀ ଆଚାର୍ଯ୍ୟ କହିଥିଲେ।

ଅବୈଧ ବାଲି ଖନନ କଂଗ୍ରେସ ଚୋରା ବାଲି ଖନନ ସୁଦର୍ଶନ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଛୁରା ମାଡ଼ରେ ଯୁବକ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

January 17, 2026

ଭାରତ ଉର୍ଜ୍ଜା ସପ୍ତାହ ୨୦୨୬: ବିଶ୍ୱ ପାଇଁ ଭାରତର ଉର୍ଜ୍ଜା ରୂପାନ୍ତରଣ ମଡେଲ

January 17, 2026

ସଂସ୍କୃତି ସୁରକ୍ଷା ପାଇଁ ଆଗେଇ ଆସନ୍ତୁ ଯୁବପିଢ଼ି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଆହ୍ୱାନ

January 17, 2026

ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

January 17, 2026
Latest News

ଛୁରା ମାଡ଼ରେ ଯୁବକ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

January 17, 2026

“ହିନ୍ଦୁଙ୍କୁ ଭୋଟ ଦେବା ପାପ…”: ବାଂଲାଦେଶ ନିର୍ବାଚନ ପୂର୍ବରୁ ମୌଲବୀମାନଙ୍କ ଉତ୍ତେଜକ ବୟାନ

January 17, 2026

ଆନ୍ତର୍ଜାତୀୟ ସାଇବର ଗ୍ୟାଙ୍ଗର ପର୍ଦ୍ଦାଫାସ: ନକଲି ଷ୍ଟକ୍ ବଜାର ଲାଭର ପ୍ରତିଶ୍ରୁତି ଦେଇ ୧୨ କୋଟି ଠକେଇ

January 17, 2026

SBI ଗ୍ରାହକଙ୍କ ପାଇଁ ବଡ ଖବର: ଏବେ ମହଙ୍ଗା ହେବ ATM ରୁ ଟଙ୍କା ଉଠାଣ ଏବଂ ବାଲାନ୍ସ ଯାଞ୍ଚ

January 17, 2026

ଜିଓ ପ୍ଲାଟଫର୍ମସର ତୃତୀୟ ତ୍ରୈମାସିକ ନେଟ ଲାଭ ୭୬୨୯ କୋଟି

January 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.