Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»IND-SA T20 Match: ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ, ସୁରକ୍ଷା କଡାକଡି
ରାଜ୍ୟ ଖବର

IND-SA T20 Match: ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ, ସୁରକ୍ଷା କଡାକଡି

December 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
IND-SA T20 Match
IND-SA T20 Match: ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ, ସୁରକ୍ଷା କଡାକଡି

IND-SA T20 Match: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମଠାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଖେଳାଳି, ଭିଆଇପି ଓ ଦର୍ଶକଙ୍କ ସୁରକ୍ଷା ତଥା ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି ।

ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାରେ ୯ଜଣ ଅତିରିକ୍ତ ଏସପି, ୪୦ ଡିଏସପି, ୬୫ ଇନ୍ସପେକ୍ଟର, ୩୨୫ ଏସଆଇ, ୩୮ ହାବିଲଦାର/କନଷ୍ଟେବଳ, ୨୦୮ ଏପିଆର କନଷ୍ଟେବଳ, ୭୩ ମହିଳା କନଷ୍ଟେବଳ, ଗୋଟିଏ ୟୁନିଟ ଓଡ୍ରାଫ, ୨ଟି ୟୁନିଟ ଏସଟିୟୁ ଏବଂ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ବାରବାଟୀ ଷ୍ଟାଡିୟମ ଓ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନାରେ ଏହି ସୁରକ୍ଷାକର୍ମୀ ମୁତୟନ ହେବେ ।

ଆସନ୍ତା 7 ତାରିଖ ଦିନ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ ଭୁବନେଶ୍ଵରଠାରେ ପହଞ୍ଚିବେ । ୮ ତାରିଖରେ କଟକ ବାରବାଟୀ ଷ୍ଟାଡିୟମଠାରେ ଉଭୟ ଦଳ ଅଭ୍ୟାସ କରିବେ ଏବଂ ୯ ତାରିଖରେ ମ୍ୟାଚ ଅନୁଷ୍ଠିତ ହେବ । ବିମାନବନ୍ଦର, ମ୍ୟାଚ ପାଇଁ ହୋଟେଲ ଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମ ଏବଂ ଖେଳାଳିଙ୍କ ଯାତାୟାତ ରାସ୍ଥା ଆଦି ସମସ୍ତ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଷ୍ଟାଡିୟମ୍ ଭିତରେ ଓ ବାହାରେ ଶୃଙ୍ଖଳିତ ଆୟୋଜନ ଓ ଭୁବନେଶ୍ଵରରୁ କଟକ ପର୍ଯ୍ୟନ୍ତ ଖେଳାଳିଙ୍କୁ ନେବା ଆଣିବା ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ତ୍ରୁଟି ନହେବ ସେଥି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟଯେ , ଆସନ୍ତା ୫ ତାରିଖ ଦିନ ୧୦ଟାରୁ ଟିକେଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଭାରତୀୟ ଖେଳାଳିଙ୍କୁ ନିକଟରୁ ଦେଖିବା ନିମନ୍ତେ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିବାରୁ ଟିକଟ ବିକ୍ରୟ କେନ୍ଦ୍ର ନିକଟରେ ଅସମ୍ଭବ ଭିଡ ପରିଲକ୍ଷିତ ହେବାର ସମ୍ଭାବନା ରହିଛି । ଏହି ସ୍ଥାନରେ ଭିଡ ନିୟନ୍ତ୍ରଣ ତଥା ସଠିକ ଓ ଶୃଙ୍ଖଳିତ ଭାବେ ଟିକେଟ ବିକ୍ରୟର ସୁପରିଚାଳନା ନିମନ୍ତେ ବ୍ୟାପକ ପୋଲିସ ମୁତୟନ କରାଯିବାର ବ୍ୟବସ୍ଥା କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଆଜି ବାରବାଟୀ ଷ୍ଟାଡିୟମ ପରିସରରେ କଟକ ଡିସିପି ଖୀଲାରୀ ଋଷିକେଶ ଦ୍ୟାନଦେଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଖୀଲାରୀ କ୍ରିକେଟ ମ୍ୟାଚକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ନିମନ୍ତେ ସମସ୍ତ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପୋଲିସକୁ ସବୁ କ୍ଷେତ୍ରରେ ସହଯୋଗ କରିବା ସହ ଷ୍ଟାଡିୟମ ପରିସରରେ ଶୃଙ୍ଖଳିତ ହୋଇ କ୍ରିକେଟ ମ୍ୟାଚ ଉପଭୋଗ କରିବାକୁ ଓଡିଶା ପୋଲିସ ପକ୍ଷରୁ ନିବେଦନ କରାଯାଇଛି । ହଜାର ହଜାର କ୍ରୀଡାପ୍ରେମୀ ଏକାଠି ହେବାକୁ ଥିବା ବେଳେ କୌଣସି ପ୍ରକାର ଅଘଟଣ ଏଡାଇବାକୁ ପୋଲିସ ସଜାଗ ରହିଛି ।

Barabati Stadium IND-SA T20 Match କଟକ ବାରବାଟୀ ଷ୍ଟାଡିୟମ୍‌ ଭାରଚ ଦକ୍ଷିଣ ଆଫ୍ରିକା ମ୍ୟାଚ
Share. Facebook Twitter LinkedIn Email WhatsApp Copy Link

Related Posts

“ହୁମାୟୁନ୍ କବୀରଙ୍କ ସହିତ ବିଜେପି ର ୧ ହଜାର କୋଟିର ଡିଲ୍”: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 9, 2026

IPL 2026: କାହା ପାଖରେ ଅରେଞ୍ଜ ଏବଂ ପର୍ପଲ କ୍ୟାପ୍?

April 9, 2026

ଖୋର୍ଦ୍ଧାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 9, 2026

ସିଜିମାଳିରେ ପୋଲିସ୍ ଦମନ ଓ ନିଷେଧାଦେଶ ଜାରିକୁ ଚାରି ବାମ ଦଳର ତୀବ୍ର ନିନ୍ଦା

April 9, 2026
Latest News

“ହୁମାୟୁନ୍ କବୀରଙ୍କ ସହିତ ବିଜେପି ର ୧ ହଜାର କୋଟିର ଡିଲ୍”: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 9, 2026

୧୫,୦୦୦ ଟନ୍ ଏଲପିଜି ନେଇ ମୁମ୍ବାଇରେ ପହଞ୍ଚିଲା ଭାରତୀୟ ଜାହାଜ “ଗ୍ରୀନ୍ ଆଶା”

April 9, 2026

IPL 2026: କାହା ପାଖରେ ଅରେଞ୍ଜ ଏବଂ ପର୍ପଲ କ୍ୟାପ୍?

April 9, 2026

ହରମୁଜ୍ ପ୍ରଣାଳୀ ଖୋଲା ଅଛି, କିନ୍ତୁ ଏବେ ବି ଟଳିନି ବିପଦ: ଜାହାଜ ପଥ ପରିବର୍ତ୍ତନ କଲା ଇରାନ୍

April 9, 2026

ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା: ଲେବାନନ ଉପରେ ଭୟଙ୍କର ଆକ୍ରମଣ

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.