ଭୁବନେଶ୍ବର: ଆଜି ବିଜେଡିର ଯୁବ ବିଧାୟକ ଅରବିନ୍ଦ ମହାପାତ୍ର ବିଧାନସଭାରେ ଯେଉଁ ଅଭିଭାଷଣ ରଖିଲେ ତାହା ସରକାରୀ ଦଳକୁ ବେଶ ଅଡୁଆରେ ପକାଇଦେଇଛି। ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଖର୍ଚ୍ଚଦାବୀ ଆଲୋଚନା ବେଳେ ଗର୍ଜ୍ଜନ କରିଛନ୍ତି ବିଧାୟକ ଅରବିନ୍ଦ ମହାପାତ୍ର। ସେ ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏକ ଚ୍ୟାଲେଞ୍ଜର ଆହ୍ବାନ ଦେଇଛନ୍ତି।
ସେ କହିଛନ୍ତି ଯେ, ପୂର୍ବ ସରକାର ଯଦି ଦୁର୍ନିତି କରିଛନ୍ତି ତେବେ ତାଙ୍କ ବିରୋଧରେ ଭିଜିଲାନ୍ସ ଲଗାଅ। ତାହା ନ କରି କେବଳ ପୂର୍ବ ସରକାର ଦୁର୍ନିତି କରିଥିଲେ, ଘୋଟାଲା କରିଥିଲେ, ସେମାନେ କିଛି କରି ନ ଥିଲେ ବୋଲି କାହିଁକି ସରକାରୀ ଦଳ କହୁଛନ୍ତି। ସେ କହିଛନ୍ତି ଯେ, ସିନେମାରେ ଲାଇଟ କ୍ୟାମେରା ଆକ୍ସନ କହିବା ପରି ଯେପରି ଘୋଷା ସ୍କ୍ରିପ୍ଟ କୁହାଯାଏ ସେହିପରି ସରକାରୀ ଦଳର ସଦସ୍ୟମାନେ କହିଆସୁଛନ୍ତି।
ଗତ ସରକାର 24 ବର୍ଷ ଶାସନରେ ଘୋଟାଲା ହୋଇଛି ବୋଲି କେବଳ କହିଆସୁଛନ୍ତି। ହେଲେ ତାହାର ତଦନ୍ତ କରିବାର ସରକାରଙ୍କ ସତସାହାସ ନାହିଁ ବୋଲି ଅରବିନ୍ଦ ଗୃହରେ କହିଛନ୍ତି।


