Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବିଧାନସଭାରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜପରୀ ବିଲ୍, ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ
ରାଜ୍ୟ ଖବର

ବିଧାନସଭାରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜପରୀ ବିଲ୍, ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ

December 8, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଧାନସଭାରେ ପାରିତ ହେଲା
ବିଧାନସଭାରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜପରୀ ବିଲ୍, ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ

ଭୁବନେଶ୍ବର: ରାଜ୍ୟର ଅର୍ଥନୈତିକ ବିକାଶ ପାଇଁ ଆମ ସରକାର ଦୁଇଗୋଟି ରଣ କୌଶଳକୁ ଆପଣାଇଛନ୍ତି। ତାହାହେଲା ଆର୍ଥିକ ପରିଚାଳନାରେ ଶୃଙ୍ଖଳା ସହିତ ରାଜ୍ୟର ଦ୍ରୁତ ବିକାଶ। ଖୁସିର କଥା ଗତ ଦେଢ ବର୍ଷ ହେଲା, ଆମ ସରକାର ଏହି ଉଭୟ ଲକ୍ଷ୍ୟକୁ ହାସଲ କରିବାରେ ସମର୍ଥ ହୋଇଛନ୍ତି। ଆମ ସରକାରର ଅର୍ଥନୈତିକ ପରିଚାଳନା ଦେଶର ସବୁ ରାଜ୍ୟ ଅପେକ୍ଷା ସର୍ବୋତ୍ତମ। ସୋମବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୋଟ୍ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବରାଦ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍ ଉପସ୍ଥାପନା କରି ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ବଜେଟର ଚାରିଗୋଟି ମୁଖ୍ୟ ଉପାଦାନ ଉପରେ ପର୍ଯ୍ୟବେଶିତ ଥିଲା – ଜୀବନ ଜୀବିକାର ଉନ୍ନତି, ଭିତ୍ତିଭୂମିର ବିକାଶ, ସାମାଜିକ ସୁରକ୍ଷା ଓ ସମାଜ ମଙ୍ଗଳ ଏବଂ ଓଡିଶା ଅସ୍ମିତା। ଗତ ଦେଢବର୍ଷ ହେଲା ଆମ ସରକାର ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀ ଜୀଙ୍କର ମନ୍ତ୍ର ‘ସବ୍‍କା ସାଥ୍, ସବ୍‍କା ବିକାଶ, ସବ୍‍କା ବିଶ୍ବାସ ଏବଂ ସବ୍‍କା ପ୍ରୟାସ’ ମନ୍ତ୍ରରେ ଉଦବୁଦ୍ଧ ହୋଇ ସମାଜର ଚାରି ମୁଖ୍ୟବର୍ଗ ‘ଅନ୍ନଦାତା, ମହିଳା, ଯୁବା ଏବଂ ଗରିବ’ ପାଇଁ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ କରିଆସୁଛନ୍ତି। ତେଣୁ, ଏହି ସବୁ କାର୍ଯ୍ୟକ୍ରମର ସଫଳ ରୂପାୟନ କରିବା ପାଇଁ ଆବଶ୍ୟକ ପଡୁଥିବା ଅତିରିକ୍ତ ବ୍ୟୟ ପାଇଁ ଏହି ବିଲ ଉପସ୍ଥାପନ କରାଯାଇଛି।

ସେ କହିଥିଲେ ଯେ, ଆମର ଲକ୍ଷ୍ୟ ହେଉଛି ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡିଶା’ ର ନିର୍ମାଣ ଏବଂ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନ ପାଇଁ ଓଡିଶାର ଅବଦାନ। ଏହି ସ୍ଵପ୍ନକୁ ସାକାର କରିବାପାଇଁ ସବୁଠାରୁ ବଡ ଅବଦାନ ରହିବ ଭିତ୍ତିଭୂମି ନିର୍ମାଣ। ଯେତେ ଅଧିକ ଭିତ୍ତିଭୂମି ନିର୍ମାଣ ହେବ ସେତିକି ଅଧିକ ରୋଜଗାର ସୃଷ୍ଟି ହେବ, ସେତେ ଅଧିକ ଆର୍ଥିକ ଅଭିବୃଦ୍ଧି ହେବ। ତେଣୁ, ଆମ ସରକାର ସଚେତନତା ସହିତ ପ୍ରଚେଷ୍ଟା କରିଥିଲେ ଯେତେ ଅଧିକ ସମ୍ଭବ ବଜେଟର ପୁଞ୍ଜିଖର୍ଚ୍ଚ ପାଇଁ ବ୍ୟୟ ବରାଦ କରିବା। ତେଣୁ ଗତ ବଜେଟରେ ପୁଞ୍ଜି ଖର୍ଚ୍ଚ ବାବଦକୁ ୬୫ ହଜାର ୧୨ କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ ଅନ୍ତର୍ଭୁକ୍ତ। ଏହା ଓଡିଶାର ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୬.୧୧ ପ୍ରତିଶତ ଥିଲା, ଯାହାର ଅନୁପାତ ସାରା ଦେଶରେ ସର୍ବାଧିକ।

ଆଲୋଚନା ସମୟରେ କଂଗ୍ରେସ ଦଳର ବନ୍ଧୁମାନେ ସରକାରଙ୍କ ଭିତ୍ତିଭୂମି ନିର୍ମାଣକୁ ନେଇ କିଛି ପ୍ରଶ୍ନ ପଚାରି ଥିଲେ। ମୁଁ ତାଙ୍କୁ, ସେମାନଙ୍କ ଜଣେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ବିଷୟରେ ଟିକେ ମନେ ପକାଇଦେବାକୁ ଚାହେଁ।
ତାଙ୍କ ଦଳ ଦ୍ଵାରା ଶାସିତ ଜଣେ ଦକ୍ଷିଣ ଭାରତର ମୁଖ୍ୟମନ୍ତ୍ରୀ (ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ) ସାର୍ବଜନୀନ ମଞ୍ଚ (ଏକ ଟେଲିଭିଜନ ସାକ୍ଷାତକାରରେ) ଅତ୍ୟନ୍ତ କ୍ଷୋଭର ସହ କହିଥିଲେ, ‘ମୋ ରାଜ୍ୟର ଆର୍ଥିକ ସ୍ଥିତି ଏତେ ଉତ୍କଟ ଯେ ମୁଁ ଚାହିଁଲେ ବି ମାସକୁ ୫୦୦ କୋଟି ଟଙ୍କା ପୁଞ୍ଜି ପାଇଁ ଖର୍ଚ୍ଚ କରିପାରୁନାହିଁ।‘ ଅର୍ଥାତ୍ ବର୍ଷକୁ ପ୍ରାୟ ୫ ହଜାର କୋଟି ଟଙ୍କା ପୁଞ୍ଜି ବାବଦକୁ ଖର୍ଚ୍ଚ କରିପାରୁଛନ୍ତି।

ଓଡିଶାର ନୂତନ ଜନକଲ୍ୟାଣମୂଳକ କାର୍ଯ୍ୟ ଯେପରିକି ସୁଭଦ୍ରା ଯୋଜନା, କୃଷକ ସମୃଦ୍ଧ ଯୋଜନା, ମାଧୋ ସିଂ ଛାତ୍ରବୃତ୍ତି ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ କରିବା ସତ୍ତ୍ୱେ ରାଜ୍ୟର ଆର୍ଥିକ ପରିଚାଳନା ଅତ୍ୟନ୍ତ ଉଚ୍ଚକୋଟିର।

ତେଣୁ, ରାଜ୍ୟର ଆର୍ଥିକ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ଆମେ ଜନକଲ୍ୟାଣକାରୀ ଯୋଜନାରେ କୌଣସି ପ୍ରକାରେ ସଲିସ୍ କରି ନାହୁଁ, କିମ୍ବା ଅନ୍ୟ କିଛି ରାଜ୍ୟ ପରି ବେପରୁଆ ଭାବେ ଖର୍ଚ୍ଚ କରି ରାଜ୍ୟର ଆର୍ଥକ ସ୍ୱାସ୍ଥ୍ୟକୁ ICU ରେ ରଖିନାହୁଁ। କାରଣ ଆମ ପାଇଁ ବିକାଶ ର ସଜ୍ଞା ହେଉଛି ନିରନ୍ତର। କ୍ଷଣିକ ନିର୍ବାଚନୀ ସଫଳତା ପାଇଁ ପୁରା ରାଜ୍ୟବାସୀଙ୍କ ଭବିଷ୍ୟତକୁ ଜଳାଞ୍ଜଳି ଦେବା ଆମର ନୀତି ନୁହେଁ। ତେଣୁ, ଆମର ପ୍ରତ୍ଯେକ ବଜେଟ ହେଉଛି ସମୃଦ୍ଧ ଓଡିଶା ଗଠନ କରିବାର ଗୋଟିଏ ଗୋଟିଏ ପାହୁଚ।

ଏହି ଅତିରିକ୍ତ ଅନୁଦାନ ଦାବିକୁ ତର୍ଜମା କଲେ ଆପଣମାନେ ଲକ୍ଷ୍ୟ କରି ପାରିବେ ଯେ ସବୁଠାରୁ ଅଧିକ ଅନୁଦାନ ଦାବି ଖାଦ୍ଯ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ୪ ହଜାର ୩୨୯ କୋଟି ଟଙ୍କା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨ ହଜାର କୋଟି ଟଙ୍କା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୧ ହଜାର ୧୫୯ କୋଟି ଟଙ୍କା, କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୧ ହଜାର ୬୭୩ କୋଟି ଟଙ୍କା, ମହିଳା ଓ ଶିଶୁ କଲ୍ୟାଣ ତଥା ମିଶନ ଶକ୍ତି ପାଇଁ ୧ ହଜାର ୫୫୭ କୋଟି ଟଙ୍କାର ପ୍ରାବଧାନ କରାଯାଇଛି।  ତେଣୁ, ସାଧାରଣ ଲୋକ, ବିଶେଷ ଭାବେ କୃଷକ, ମହିଳା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆମ ସରକାରର ପ୍ରତିବଦ୍ଧତାର ପ୍ରମାଣ ଏଥିରୁ ଜଣାପଡେ।

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଆଜିର ବିଧାନସଭା ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୁଡ଼ିକ ସହ କୃଷି ଯୋଜନା ଓ ବଜେଟ୍ ଉପଯୋଗର ସମୀକ୍ଷା କଲେ କେନ୍ଦ୍ର କୃଷିମନ୍ତ୍ରୀ

January 3, 2026

ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ବାତିଲ ଏବଂ ଗତିପଥରେ ପରିବର୍ତ୍ତନ ହେବ ଏହି ସବୁ ଟ୍ରେନ

January 3, 2026

ନୂଆ ଓଡିଆ ଚଳଚ୍ଚିତ୍ର “କୁଣ୍ଡଳୀ” ର ଶୁଭ ମହୁରତ

January 3, 2026

ଜାନକୀ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ…

January 3, 2026
Latest News

ରାଜ୍ୟଗୁଡ଼ିକ ସହ କୃଷି ଯୋଜନା ଓ ବଜେଟ୍ ଉପଯୋଗର ସମୀକ୍ଷା କଲେ କେନ୍ଦ୍ର କୃଷିମନ୍ତ୍ରୀ

January 3, 2026

ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ବାତିଲ ଏବଂ ଗତିପଥରେ ପରିବର୍ତ୍ତନ ହେବ ଏହି ସବୁ ଟ୍ରେନ

January 3, 2026

ODI ସିରିଜ ପାଇଁ ଭାରତୀୟ ଦଳ: ମହମ୍ମଦ ଶାମିଙ୍କୁ ପୁଣି ଅଣଦେଖା, ହାର୍ଦ୍ଦିକ ଏବଂ ବୁମରାହଙ୍କୁ ବିଶ୍ରାମ

January 3, 2026

ବାରଣାସୀଠାରେ ୭୨ତମ ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ: ପ୍ରତିଦ୍ୱନ୍ଦ୍ୱିତା କରିବେ ୧୦୦୦ ରୁ ଅଧିକ କ୍ରୀଡ଼ାବିତ

January 3, 2026

ଇ.ସି.ଆଇ.ନେଟ୍ ଆପକୁ ଅଧିକ ଉନ୍ନତ କରିବା ପାଇଁ ମତାମତ ଆମନ୍ତ୍ରଣ କଲା ଇ.ସି.ଆଇ

January 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.