ଭୁବନେଶ୍ୱର: ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ମହୋତ୍ସବର ଗତକାଲି ଥିଲା ତୃତୀୟ ଦିନ । ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ଆଜି ନୃତ୍ୟଶିଳ୍ପୀମାନେ ଦଳଗତ ଓ ଏକକ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ସ୍ମିତାଳୟ ଦଳର ନୃତ୍ୟଶିଳ୍ପୀମାନେ ଆଜି ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତି ଭେଟି ଦେଇଛନ୍ତି । ସେମାନେ ଦୁର୍ଗା ସ୍ତୁତି ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ ।
ଏହାପରେ ସାଇଦୀପ ଦାସ ଏବଂ ଶୁଭଶ୍ରୀ ରାୟ ଯୁଗଳ ନୃତ୍ୟ ପରିବେଷଣ କରିଥିଲେ । ନୃତ୍ୟଶିଳ୍ପୀ ସୁବ୍ରତା ପଣ୍ଡା ଏକକ ନୃତ୍ୟ ପରିବେଷଣ କରିଥିଲେ । ଏହାପରେ କୋଲକାତାର ଅଦ୍ରିକା ଚଟୋପାଧ୍ୟାୟ ଏବଂ ପ୍ରିୟଙ୍କା ଘୋଷ ସେମାନଙ୍କର ଓଡିଶୀ ନୃତ୍ୟରେ କସ୍ତୁରୀ ତିଳକମ୍ ବିଷୟବସ୍ତୁ ପରିବେଷଣ କରିଥିଲେ ।


