Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଟାଟା ପାୱାର ଅଫିସରେ ତାଲା ମାରିଲା କଂଗ୍ରେସ, ବେନିୟମ ଟିକସ ବିରୋଧରେ ବିକ୍ଷୋଭ 
ରାଜ୍ୟ ଖବର

ଟାଟା ପାୱାର ଅଫିସରେ ତାଲା ମାରିଲା କଂଗ୍ରେସ, ବେନିୟମ ଟିକସ ବିରୋଧରେ ବିକ୍ଷୋଭ 

December 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଟାଟା ପାୱାର ଅଫିସରେ ତାଲା
ଟାଟା ପାୱାର ଅଫିସରେ ତାଲା ମାରିଲା କଂଗ୍ରେସ, ବେନିୟମ ଟିକସ ନେଇ ବିରାଟ ବିକ୍ଷୋଭ 

ଭୁବନେଶ୍ବର: ଟାଟା କମ୍ପାନୀର ଉପଭୋକ୍ତାଙ୍କୁ ବେନିୟମ ସୁରକ୍ଷା ରାଶି ଜମା କରିବା ତଥା ଘରୋଇ ଓ କୃଷିକ୍ଷେତ୍ରକୁ ମାଗଣା ବିଜୁଳି ପ୍ରଦାନ କରିବାକୁ ନେଇ ପାୱାର ହାଉସ ଛକ ନିକଟସ୍ଥ ଟାଟା ପାୱାର ଅଫିସ ଆଗରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନାଙ୍କ ନେତୃତ୍ୱରେ ଓ ପିସିସି ସଭାପତି ତଥା କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା। ପରେ ସେଠାରୁ ଏକ ପଦଯାତ୍ରାରେ ଟାଟା ପାୱାର ଅଫିସକୁ ଯାଇ ଅଫିସ ଗେଟରେ ପିସିସି ସଭାପତି ତାଲା ପକାଇଥିଲେ।

ବିକ୍ଷୋଭ ପ୍ରଦର୍ଶନ ସଭାରେ ଶ୍ରୀ ଦାସ କହିଲେ ଲୋକଙ୍କ ଘରେ ବିଜୁଳୀବତୀ ଜଳୁ ନଥିବାବେଳେ ସରକାର ଲକ୍ଷ କୋଟି ଟଙ୍କାର ବିଜୁଳି କଳ କାରଖାନାକୁ ଅନୁକମ୍ପା ପ୍ରଦର୍ଶନ କରୁଛି। ବିଜୁଳି ଖାଦ୍ୟ ବସ୍ତ୍ର ବାସଗୃହ ଭଳିଆ ବର୍ତମାନ ଏକ ମୌଳିକ ଆବଶ୍ୟକତା। ଏହା ଯୋଗାଣ ବନ୍ଦ ହେଲେ ଜୀବନ ଠପ ପଡ଼ିଯିବ। କେଉଁ ଗରିବ ଘରେ କିଏ ବେମାରରେ ପଡ଼ିଛି, ଛାତ୍ର ଛାତ୍ରୀଙ୍କ ପାଠ ପଢିବା ଅଛି। ତେଣୁ ସରକାର ବିନା ମୂଲ୍ୟରେ ବିଜୁଳି ଯୋଗାଣ କରନ୍ତୁ। ଅନ୍ୟ ରାଜ୍ୟ ମାନଙ୍କ କୃଷକ ମାନଙ୍କୁ ବିଜୁଳି ଛାଡ଼ ଥିବାବେଳେ ଓଡ଼ିଶାରେ କୌଣସି ଛାଡ଼ ନାହିଁ।

ଏଭଳି ସ୍ଥଳେ ରାଜ୍ୟରେ କୃଷିର ଉନ୍ନତି କିଭଳି ହେବ ଏବଂ ଚାଷୀ କିପରି ହସିବ ବୋଲି ସେ ପ୍ରଶ୍ନ ପଚାରିଥିଲେ ଓ କହିଥିଲେ ଆଜି ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ତାଲା ପକା ଅଭିଯାନ କରାଯାଇଛି। ଯେପର‌୍ୟ୍ୟନ୍ତ ସୁରକ୍ଷା ରାଶି ନେବା ପ୍ରତ୍ୟାହାର ଓ ଘରୋଇ କୃଷକଙ୍କୁ ମାଗଣା ବିଜୁଳି ଯୋଗାଣ ନକରିବେ ପୁର ପଲ୍ଲୀ ସବୁଠାରେ ଆନ୍ଦୋଳନ ହେବ। ଶ୍ରୀ ଦାସ ସାଧାରଣ ଜନତାଙ୍କୁ ନିବେଦନ କରି କହିଥିଲେ ଟାଟା ପାୱାରର ଶୋଷଣ ବିରୁଦ୍ଧରେ ମୁହଁ ଖୋଲନ୍ତୁ, ପ୍ରତିବାଦ କରନ୍ତୁ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଟାଟା ପାୱାର ଅନ୍ୟ ରାଜ୍ୟରେ କମ୍ପାନୀକୁ ୮ ଟଙ୍କାରେ ବିକ୍ରୀ କରୁଥିବା ବେଳେ ଓଡ଼ିଶାରେ ୪ ଟଙ୍କା ୫୦ ପଇସାରେ ଯୋଗାଉଛି ବୋଲି ଅଭିଯୋଗ କରି କହିଥିଲେ। ଓଇଆରସି ଓ ଟାଟା ପାୱାର ମଧ୍ୟରେ ଗୁପ୍ତ ବୁଝାମଣା ଯୋଗୁଁ ସାଧାରଣ ଜନତାଙ୍କୁ ହନ୍ତସନ୍ତ ହେବାକୁ ପଡୁଛି। କଂଗ୍ରେସର ଦାବୀ ଜନତା ଏବଂ କୃଷକଙ୍କୁ ଅନ୍ୟ ରାଜ୍ୟ ଭଳି ମାଗଣା ବିଜୁଳି ଯୋଗାଣ। ଉପସ୍ଥିତ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି କହିଲେ ଯଦି ସରକାର ବିଜୁଳି ମାଗଣାରେ ଦେବେ ନାହିଁ ତେବେ ସରକାରକୁ ଶାନ୍ତିରେ ରହିବାକୁ ଦେବୁ ନାହିଁ। ଆନ୍ଦୋଳନ ଭୁବନେଶ୍ୱରରୁ ପଲ୍ଲୀ ପର‌୍ୟ୍ୟନ୍ତ ପରିବ୍ୟାପ୍ତ ହେବ।

ଏହି ବିକ୍ଷୋଭ ପ୍ରଦର୍ଶନରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ଅନନ୍ତ ପ୍ରସାଦ ସେଠୀ, କିଶୋର ଜେନା, ଅରବିନ୍ଦ ଦାସ,ପବିତ୍ର ସାଉଁଟା, ମନୋରଞ୍ଜନ ଦାଶ, ଶୁଭେନ୍ଦୁ ମହାନ୍ତି, କୈଳାସ ସାହୁ, ଚିନ୍ମୟ ସୁନ୍ଦର ଦାସ, ବିଶ୍ୱଜିତ ଦାଶ, ମାନସ ଆଚାର୍ଯ୍ୟ, ନିରଞ୍ଜନ ନାୟକ, ଅଶୋକ ଦାସ, ପ୍ରଶାନ୍ତ ଚମ୍ପତ୍ତି, ରଞ୍ଜିତ ପାତ୍ର, ପ୍ରକାଶ ମିଶ୍ର, ରାଜକିଶୋର ବାରିକ, ଜୟଶ୍ରୀ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ତରୁଣ ମିଶ୍ର, କୃଷ୍ଣ ଚନ୍ଦ୍ର ଶଗରିଆ, ପ୍ରଭାତ ପ୍ରତାପ ସିଂ, ବିଜୟ ଦ୍ୱିବେଦୀ, ସୁଧାଂଶୁ ମହାନ୍ତି, ସୂର୍ଯ୍ୟକାନ୍ତ ଜେନା, ଆଲୋକ ମହାନ୍ତି, ଜୟକୃଷ୍ଣ ମଲ୍ଲିଆ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ମଂଟୁ ମଲ୍ଲିକ, ପ୍ରମୁଖ ଉପସ୍ଥିତ ଥିଲେ ।

Congress କଂଗ୍ରେସ କଂଗ୍ରେସ ବିକ୍ଷୋଭ ଟାଟା ପାୱାର ଟାଟା ପାୱାର ଅଫିସରେ ତାଲା
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

February 16, 2026

ତୃତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

February 16, 2026

ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ: ଗୋଟିଏ ଦିନରେ ୧ ଲକ୍ଷ ଲିଟର ଦହି ଓ ୧୨ ହଜାର ଲିଟର ଘିଅ ବିକ୍ରି

February 16, 2026

ଆର୍ଯ୍ୟ ସମାଜ ପକ୍ଷରୁ ମହର୍ଷି ଦୟାନନ୍ଦ ଋଷିବୋଧ ଉତ୍ସବ ପାଳିତ

February 15, 2026
Latest News

ଆଜି ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 16, 2026

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

February 16, 2026

ତୃତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

February 16, 2026

ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ: ଗୋଟିଏ ଦିନରେ ୧ ଲକ୍ଷ ଲିଟର ଦହି ଓ ୧୨ ହଜାର ଲିଟର ଘିଅ ବିକ୍ରି

February 16, 2026

ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କଲେ ଅମିତ ଶାହ

February 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.