Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଧାନସଂଗ୍ରହ ପାଇଁ ପଞ୍ଜିକୃତ ଜମିର ହେଉଛି ଉପଗ୍ରହ ସର୍ବେକ୍ଷଣ, ଯାଞ୍ଚ ପରେ ମିଳିବ ଟୋକନ
ରାଜ୍ୟ ଖବର

ଧାନସଂଗ୍ରହ ପାଇଁ ପଞ୍ଜିକୃତ ଜମିର ହେଉଛି ଉପଗ୍ରହ ସର୍ବେକ୍ଷଣ, ଯାଞ୍ଚ ପରେ ମିଳିବ ଟୋକନ

January 3, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଧାନସଂଗ୍ରହ
ଧାନସଂଗ୍ରହ ଦୁର୍ନିତିକୁ ରୋକିବା ପାଇଁ ପଞ୍ଜିକୃତ ଜମିର ହେଉଛି ଉପଗ୍ରହ ସର୍ବେକ୍ଷଣ, ଯାଞ୍ଚ ପରେ ମିଳିବ ଟୋକନ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଖରିଫ୍‌ ଧାନସଂଗ୍ରହ ଜାରି ରହିଛି । ଧାନ ବିକ୍ରୟ ପାଇଁ ପଞ୍ଜିକୃତ ଚାଷୀ ପ୍ରଦାନ କରିଥିବା ସେମାନଙ୍କ ଚାଷଜମିର ବିବରଣୀକୁ ଆଧାର କରି ଉପଗ୍ରହ ମାଧ୍ୟମରେ ଫଟୋ ଉତ୍ତୋଳିତ କରାଯାଇ ସେହି ପ୍ଲଟଗୁଡ଼ିକର ସବିଶେଷ ତଥ୍ୟ ଗ୍ରହଣ କରାଯାଉଛି। ଏହି ପ୍ରକ୍ରିୟାରେ ଅଣଧାନ, ଅଣକୃଷି ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ମଧ୍ୟ ଚିହ୍ନଟ କରାଯାଉଛି। ଯାହା ଦ୍ୱାରା ଧାନସଂଗ୍ରହରେ ସ୍ୱଚ୍ଛତା ବଜାୟ ରଖିବା ସହ ପ୍ରକୃତ ଚାଷୀ ଲାଭାନ୍ୱିତ ହୋଇପାରିବେ। ଏଥି ନିମନ୍ତେ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାର ୨୬ ଲକ୍ଷ ୧୪ ହଜାର ୧୩୭ଟି ପ୍ଲଟ ମଧ୍ୟରୁ ୨୪ ଲକ୍ଷ ୯୪ ହଜାର ୪୩୭ଟି ପ୍ଲଟର କ୍ଷେତ୍ରୀୟ ସର୍ବେକ୍ଷଣ ଶେଷ ହୋଇଛି। ପଞ୍ଜିକୃତ କୌଣସି ଜମିର ତଥ୍ୟରେ ତ୍ରୁଟି ପରିଲକ୍ଷିତ ହେଲେ ତାହା ସମବାୟ ସମିତିର ଉପନିବନ୍ଧକଙ୍କ ପାଖକୁ କ୍ଷେତ୍ରୀୟ ସ୍ତରରେ ଯାଞ୍ଚ ପାଇଁ ପଠାଯାଏ ।

ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ୫ ଲକ୍ଷ ୪୬ ହଜାର ୫୯୧ଟି ପ୍ଲଟରେ ଧାନଚାଷ ହେଉଥିବା ପ୍ଲଟ ଭାବେ ଚିହ୍ନଟ କରାଯାଇଥିବା ବେଳେ ପାଖାପାଖି ୧୯ ଲକ୍ଷ ପ୍ଲଟରେ ଧାନ ଚାଷ ହେଉନଥିବା ଜଣାପଡିଛି । ଏଥି ସହ ଚଳିତ ଖରିଫ ବିପଣନ ଋତୁରେ ଅଣଧାନ ଜମିକୁ ଧାନଚାଷ ହେଉଥିବା ପ୍ଲଟ ଭାବେ ଦର୍ଶାଇଥିବା ଚାଷୀମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ସମସ୍ତ ଉପନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ପଞ୍ଜିକୃତ ଜମିର ତିନି ପର୍ଯ୍ୟାୟରେ ସର୍ଭେ କରାଯାଇ ଏହାର ବୈଧତା ଯାଞ୍ଚ କରାଯାଉଛି। ଏଥି ନିମନ୍ତେ ଉପଗ୍ରହ ଦ୍ୱାରା ଉତ୍ତୋଳିତ ଫଟୋର ସହାୟତା ନିଆଯାଉଛି।

ଉପଗ୍ରହ ଭଳି ବୈଷୟିକ ବିଦ୍ୟାର ଉପଯୋଗ କରାଯାଇ ଧାନକିଣାରେ ସ୍ୱଚ୍ଛତା ଅଣାଯିବା ସହ ପ୍ରକୃତ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା କରାଯାଇ ପାରୁଛି।

paddy procurement ଧାନ ସଂଗ୍ରହ
Share. Facebook Twitter LinkedIn Email WhatsApp Copy Link

Related Posts

ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

January 3, 2026

ଭିଜିଲାନ୍‌ସ ବିଭାଗ ଭାଙ୍ଗିଲା ୨୦ ବର୍ଷର ରେକର୍ଡ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ଦୁର୍ନିତି ଗସ୍ତଙ୍କୁ ବାନ୍ଧ

January 2, 2026

ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ହନରାରୀ ଡକ୍ଟରେଟ୍ ପ୍ରଦାନ

January 2, 2026

ତୃତୀୟ ପର୍ଯ୍ୟାୟ ଇସିଏମଏସ ଯୋଜନାରେ 22ଟି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରି

January 2, 2026
Latest News

ଧାନସଂଗ୍ରହ ପାଇଁ ପଞ୍ଜିକୃତ ଜମିର ହେଉଛି ଉପଗ୍ରହ ସର୍ବେକ୍ଷଣ, ଯାଞ୍ଚ ପରେ ମିଳିବ ଟୋକନ

January 3, 2026

ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

January 3, 2026

ଆଜି ଜାନୁୟାରୀ ତିନି ତାରିଖ ଶନିବାର, ଚାରୋଟି ରାଶି ପାଇଁ ଭଲଦିନ ନୁହେଁ

January 3, 2026

ଭିଜିଲାନ୍‌ସ ବିଭାଗ ଭାଙ୍ଗିଲା ୨୦ ବର୍ଷର ରେକର୍ଡ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ଦୁର୍ନିତି ଗସ୍ତଙ୍କୁ ବାନ୍ଧ

January 2, 2026

ପ୍ରତ୍ୟେକ ପରିବାରକୁ ମିଳିବ ମାଗଣା କାର: ଏହି ଦାବିର ସତ୍ୟତା କ’ଣ? ସ୍ପଷ୍ଟ କଲେ ସରକାର

January 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.