ଭୁବନେଶ୍ବର: ଆଜି ନେତାଜୀ ଜୟନ୍ତିରେ ଯୋଗ ଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଉପରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନ। ନିର୍ଦ୍ଧାରିତ ସମୟର ବହୁପୂର୍ବରୁ ସେ ଭୁବନେଶ୍ବର ବିମାନ ବନ୍ଦରରେ ଏକ ସ୍ବତନ୍ତ୍ର ବିମାନରେ ପହଞ୍ଚିଛନ୍ତି। ତାଙ୍କୁ ବିମାନ ବନ୍ଦରରେ ରାଜ୍ୟପାଳ ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରମୁଖ ତାଙ୍କୁ ସ୍ବାଗତ କରିଛନ୍ତି।
ଆଜି କଟକରେ ଆୟୋଜିକ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତି ତଥା ପରାକ୍ରମ ଦିବସରେ ଯୋଗଦେବେ। ସେ ପ୍ରଥମେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ନେତାଜୀ ସଂଗ୍ରାହଳୟ ପରିଦର୍ଶନ କରିବେ।


