Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ସାରା ରାଜ୍ୟରେ ପାଳନ ହେବ ଓଡ଼ିଆ ପକ୍ଷ, ବସିଲା ପ୍ରସ୍ତୁତି ବୈଠକ, ଜାଣନ୍ତୁ ଏଥିରେ କଣ ହେବ
ରାଜ୍ୟ ଖବର

ସାରା ରାଜ୍ୟରେ ପାଳନ ହେବ ଓଡ଼ିଆ ପକ୍ଷ, ବସିଲା ପ୍ରସ୍ତୁତି ବୈଠକ, ଜାଣନ୍ତୁ ଏଥିରେ କଣ ହେବ

February 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାରା ରାଜ୍ୟରେ ପାଳନ ହେବ
ସାରା ରାଜ୍ୟରେ ପାଳନ ହେବ ଓଡ଼ିଆ ପକ୍ଷ, ବସିଲା ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ, ଜାଣନ୍ତୁ ଏଥିରେ କଣ ହେବ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାରା ରାଜ୍ୟରେ ପାଳନ କରାଯିବ ଓଡ଼ିଆ ପକ୍ଷ। ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ଠାରୁ ନେଇ ଏପ୍ରିଲ ୧୪ ତାରିଖ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯିବ।

ଗତବର୍ଷ ପ୍ରଥମ ଥର ପାଇଁ ସାରା ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ କରାଯାଇଥିବା ବେଳେ ଚଳିତ ବର୍ଷ ଏହାକୁ ଆହୁରି ଭବ୍ୟ ରୂପେ ଯେପରି ପାଳନ କରାଯିବ ସେ ନେଇ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଆ ପକ୍ଷ ପାଳନ ସମୟରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଆୟୋଜନ କରାଇବା ଏବଂ ଏଥିରେ ସମସ୍ତ ଜନସାଧାରଣଙ୍କ ଅଂଶୀଦାରିତାକୁ ସୁନିଶ୍ଚିତ କରାଇବା ଉପରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁତ୍ୱାରୋପ କରିଛନ୍ତି।

ଓଡ଼ିଆ ପକ୍ଷ ପାଳନ ସମୟରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବାର ଯୋଜନା ରହିଛି। ଓଡ଼ିଶା ଦିବସ, ଖଡ଼ିଛୁଆଁ ଦିବସ, ପାରମ୍ପରିକ ପୋଷାକ ଦିବସ, ବର୍ଣ୍ଣ ଦିବସ, ଲୋକକଳା ଦିବସ, ପାରମ୍ପରିକ ଖାଦ୍ୟ ଦିବସ, ସ୍ୱଚ୍ଛତା ଦିବସ, ରକ୍ତଦାନ ଅଭିଯାନ, ଓଡ଼ିଆରେ ନାମ ଫଳକ ଅଭିଯାନ, ଐତିହ୍ୟ ଗଣ ଦୌଡ଼, ଯୁବ ଲେଖକ ସମ୍ମିଳନୀ, ବରପୁତ୍ରଙ୍କ ଉପରେ ଆଲୋଚନା ଚକ୍ର ଆଦି କାର୍ଯ୍ୟକ୍ରମ ଆୟୋଜନ ହେବାର ଯୋଜନା ରହିଛି।

ଓଡ଼ିଆ ପକ୍ଷ ପାଇଁ ସ୍ୱତନ୍ତ୍ର ଲୋଗୋ ପ୍ରସ୍ତୁତି ସହ ଏକ ସ୍ଵତନ୍ତ୍ର ୱେବ୍ସାଇଟ ନିର୍ମାଣ କରାଯିବ। ଏଥିସହ ଓଡ଼ିଆ ପକ୍ଷ କୁଇଜ୍‌ ପ୍ରତିଯୋଗିତା ଆୟୋଜନ କରାଯାଇ ସମସ୍ତ ପ୍ରତିଯୋଗୀମାନଙ୍କୁ ଡିଜିଟାଲ ପ୍ରମାଣପତ୍ର ପ୍ରଦାନ କରାଯିବ। ଚଳିତ ବର୍ଷ ପ୍ରବାସୀ ଓଡ଼ିଆମାନଙ୍କୁ ମଧ୍ୟ ଓଡ଼ିଆ ପକ୍ଷ ପାଳନରେ ସାମିଲ କରିବା ପାଇଁ ଯୋଜନା ରହିଛି। ଏଥିସହ ପକ୍ଷ ପାଳନ ସମୟରେ ଯୁବପିଢ଼ି ଏବଂ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଯେପରି ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହେବେ ଏହାକୁ ସୁନିଶ୍ଚିତ କରାଯିବ। ଏଥିସହ ଓଡ଼ିଆ ପକ୍ଷ ପାଳନ ସମୟରେ ଓଡ଼ିଶାର ଉପାନ୍ତ ଅଞ୍ଚଳ ମାନଙ୍କରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ଯୋଜନା ରହିଛି।

“ଓଡ଼ିଆ ସଂସ୍କୃତି ସହ ପୁନଃ ସଂଯୋଜିତ ହୋଇ ଆମ ଓଡ଼ିଆ ଘରର ଚାଲି ଚଳଣି, ଗାଥା ଗୌରବ, ଆମ ପରମ୍ପରା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବିଶ୍ୱ ବିଦିତ କରିବା ହେଉଛି ଓଡ଼ିଆ ପକ୍ଷ ପାଳନର ମୂଳ ଲକ୍ଷ୍ୟ। ବିଗତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶାରେ ଓଡ଼ିଆ ପକ୍ଷ ପାଳନ କରାଯାଇଥିଲା। ଚଳିତ ବର୍ଷ ଏହାକୁ ଭବ୍ୟତାର ସହ ପାଳନ କରିବା ପାଇଁ ଆମର ଲକ୍ଷ୍ୟ ରହିଛି। ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ସହଯୋଗରେ ବ୍ଲକ ଠାରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ଯେପରି ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରାଯିବ ତାହା ଉପରେ ପ୍ରାଧାନ୍ୟ ଦିଆଯାଉଛି”, ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

ଆଜିର ପ୍ରସ୍ତୁତି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଚିବ ଡ଼ା. ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତାଙ୍କ ସମେତ ସଂସ୍କୃତି ବିଭାଗର ସମସ୍ତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Odia Pakhya Diwas ଓଡ଼ିଆ ପକ୍ଷ ସଂସ୍କୃତି ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ଓଲଟିଲା ବସ : ୨୦ ଗୁରୁତର

April 28, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Latest News

ବୃଦ୍ଧଙ୍କୁ ଗଳା କାଟି ହତ୍ୟା

April 28, 2026

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେଙ୍କୁ ମିଳିପାରେ ଜେଲ୍ ଦଣ୍ଡ ! କାଦୁଅ ଫିଙ୍ଗା ମାମଲାରେ କୋର୍ଟ ଶୁଣାଇଲେ ସଜ୍ଜା

April 28, 2026

ଜାତିସଂଘରେ ଆମେରିକା – ଇରାନ ମୁହାଁମୁହିଁ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.