Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର
ରାଜ୍ୟ ଖବର

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସକୁ ବାହୁଡ଼ିଲେ
କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

ଭୁବନେଶ୍ୱର: କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ଏକ ମହାମିଶ୍ରଣ ସମାବେଶରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଓ କଂଗ୍ରେସ ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁ ନିମାପଡାର ବିଶିଷ୍ଟ ନେତା ଶ୍ରୀ ସତ୍ୟବ୍ରତ ପାତ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ ଓ କଂଗ୍ରେସ ସଭ୍ୟ ଫର୍ମ ପୂରଣ କରି ଦଳରେ ସଭ୍ୟ ଭାବରେ ଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ ସତ୍ୟବ୍ରତ ପାତ୍ର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଅଭିଭକ୍ତ ପୁରୀ ଜିଲ୍ଲାର କଂଗ୍ରେସ ବିଧାୟକ ସ୍ୱର୍ଗତ ବୃନ୍ଦାବନ ପାତ୍ରଙ୍କ ପୁତ୍ର ଅଟନ୍ତି । ଶ୍ରୀ ପାତ୍ର ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ଦାୟିତ୍ୱ ତୁଲାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କିଛି ମତାନ୍ତର ଘଟିବାରୁ ସିଏ ବିଜେଡ଼ି ଦଳରେ ଯୋଗଦାନ କରିଥିଲେ । ଆଜି ହଜାର ହଜାର ସମର୍ଥକଙ୍କ ସହ ଶ୍ରୀ ପାତ୍ର କଂଗ୍ରେସକୁ ବାହୁଡ଼ି ଆସିବାରୁ ପୁରୀ ଜିଲ୍ଲା କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି।

ସ୍ୱାଗତ ଜଣାଇ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ, କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସନ୍ତୋଷ ସିଂ ସାଲୁଜା, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ଅନନ୍ତ ପ୍ରସାଦ ସେଠୀ, ଶରତ ରାଉତ, ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ, ମୀନାକ୍ଷୀ ବାହିନୀପତି, ଶୁଭେନ୍ଦୁ ମହାନ୍ତି ପ୍ରମୁଖ ଶ୍ରୀ ପାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ କଂଗ୍ରେସ ଅଧିକ ଶକ୍ତିଶାଳୀ ହେବ ବୋଲି କହିଥିଲେ।

ଶ୍ରୀ ସତ୍ୟବ୍ରତ ପାତ୍ର କହିଲେ କଂଗ୍ରେସ ମୋର ନିଜ ଘର। ମୋ ଉପରେ ଆସ୍ଥା ପ୍ରକଟ କରି କଂଗ୍ରେସରେ ସାମଲି କରିଥିବାରୁ ପିସିସି ସଭାପତି ଭକ୍ତ ଚରଣ ଦାସ ତଥା କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଥିଲେ । ପିସିସି ସଭାପତି ଶ୍ରୀ ଦାସ କହିଲେ, ଶ୍ରୀ ପାତ୍ରଙ୍କ କଂଗ୍ରେସକୁ ଘର ବାହୁଡ଼ା ପୁରୀ ଜିଲ୍ଲା କଂଗ୍ରେସ ସଂଗଠନକୁ ଅଧିକ ମଜବୁତ କରିବା ସହିତ ଓଡ଼ିଶା କଂଗ୍ରେସ କର୍ମକର୍ତ୍ତାଙ୍କ ମନୋବଳ ବୃଦ୍ଧିରେ ସହାୟକ ହେବ।

ଏହି କାର୍ଯ୍ୟକ୍ରମକୁ ଶ୍ରୀ ଅରବିନ୍ଦ ଦାସ ପରିଚାଳନା କରିଥିଲେ ଓ ଶ୍ରୀ ଅମିୟ କୁମାର ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସମୀର ରାଉତରାୟ, ପ୍ରଫୁଲ୍ଲ ପ୍ରଧାନ, ସୁଜିତ ପାଢ଼ୀ, ବିଶ୍ୱ ଭୂଷଣ ଦାସ, ଅଭୟ ସାହୁ, ପ୍ରକାଶ ଜେନା, ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ପ୍ରଦୀପ ମହାପାତ୍ର, ଜାନକୀ ବଲ୍ଲଭ ପଟ୍ଟନାୟକ, ମାନସ ମଲ୍ଲିକ, ବିଭୁ ପ୍ରସାଦ ମିଶ୍ର, ଚନ୍ଦ୍ରଶେଖର ପରିଡ଼ା, ମାନସ ଆଚାର୍ଯ୍ୟ, ମନ୍ମଥ ରାଉତରାୟ, ପ୍ରଣତୀ ମିଶ୍ର, ନିରୁପମା ପାତ୍ର, ଆଲୋକ ମହାନ୍ତି, ଉଷାରାଣୀ ବେହେରା, ଲଲା ଦାଶ, ବିଷ୍ଣୁ ବାରିକ, ପ୍ରକାଶ ମିଶ୍ର, ତରୁଣ ମିଶ୍ର, ରଜନୀ ମହାନ୍ତି, ଜୟଶ୍ରୀ ପଟ୍ଟନାୟକ, ସସ୍ମିତା ପଣ୍ଡା, ବିପିନ ବିହାରୀ ମହାନ୍ତି, ସୌମ୍ୟ ଖୁଣ୍ଟିଆ, ଶିବପ୍ରସାଦ ଦାଶ, ଜୟଶ୍ରୀ ପାତ୍ର, ଉତ୍ତମ ଆଚାର୍ଯ୍ୟ, ଶିଳ୍ପିଶ୍ରୀ ହରିଚନ୍ଦନ, ମିହିର ଆଚାର୍ଯ୍ୟ, ଶ୍ରୀୟାସ୍ମିତା ପଣ୍ଡା, ନିରୁପମା ପାତ୍ର, କୈଳାସ ସାହୁ, ଏମଡି ସାହାଦୁଲ୍ଲା, କୁଳମଣି ସାହୁ, ପ୍ରଶନ୍ନ ପାଇକରାୟ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ ।

କଂଗ୍ରେସ ରମୁ ପାତ୍ର ସତ୍ୟବ୍ରତ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଗତକାଲି ବିଜେଡ଼ି ରୁ ଦେଇଥିଲେ ଇସ୍ତଫା

March 11, 2026

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

March 11, 2026

ବିଜେଡ଼ି ଛାଡ଼ିଲେ ବାଲେଶ୍ଵର ସଦର ବ୍ଲକ ଅଧ୍ୟକ୍ଷା

March 11, 2026

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026
Latest News

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଗତକାଲି ବିଜେଡ଼ି ରୁ ଦେଇଥିଲେ ଇସ୍ତଫା

March 11, 2026

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ: ବାଚନିକ ଭୋଟରେ ହେଲା ନିଷ୍ପତ୍ତି

March 11, 2026

30 Years of Nifty50: ଏନଏସଇ ପକ୍ଷରୁ ନିଫ୍ଟି ୫୦ର ୩୦ ବର୍ଷ ପୂର୍ତି ପାଳନ

March 11, 2026

ପ୍ରଥମ ଦିନିକିଆରେ ପାକିସ୍ତାନର ଲଜ୍ଜାଜନକ ପ୍ରଦର୍ଶନ: ମାତ୍ର ୧୬ ଓଭରରେ ଜିତିଲା ବାଂଲାଦେଶ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.