ଭୁବନେଶ୍ଵର: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଏଣିକି ୫ କେଜି ନୁହେଁ ୧୦ କେଜି ଲେଖାଏଁ
ଲେଖାଏଁ ଚାଉଳ ପାଇବେ ପ୍ରତି ରାସନକାର୍ଡ ହିତାଧିକାରୀ। ଗତକାଲି ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’କୁ ମିଳିଛି କ୍ୟାବିନେଟ୍ ମୋହର ମିଳିଛି।
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ, ରାଜ୍ୟ ସରକାର ଏ ନୂଆ ଯୋଜନା ମାଧ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ତଥା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନସ୍ଥ ହିତାଧିକାରୀଙ୍କୁ ଅତିରିକ୍ତ ୫ କିଲୋ ଲେଖାଏଁ ଚାଉଳ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି- ୩କୋଟି ୨୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମାସକୁ ଅତିରିକ୍ତ ୫ କେଜି ଲେଖାଏଁ ଚାଉଳ ମିଳିବ ଓ ଏଥିପାଇଁ ବର୍ଷକୁ ୮, ୮୧୩ କୋଟି ଟଙ୍କା ବ୍ୟୟ ହେବ ବୋଲି ସୂଚନା ଦେଇଛନ୍ତି।
ଏହି ଯୋଜନାକୁ ନେଇ ବିରୋଧୀ ସରକାରଙ୍କ ପଞ୍ଚାୟତ ନିର୍ବାଚନ ଥୋପ କଟାକ୍ଷ କରିଥିବେଳେ ଯୋଗାଣମନ୍ତ୍ରୀ ଏହାର ଜବାବରେ ଏହା ଏକ ନିଷ୍ପତ୍ତି ଐତିହାସିକ ଓ ଗରିବ ଲୋକଙ୍କ ପାଇଁ ହିତକର କହିବା ସହ ପଞ୍ଚାୟତ ନିର୍ବାଚନ ସହ ଏହାର କୌଣସି ସଂପର୍କ ନାହିଁ ବୋଲି କହିଛନ୍ତି।


