ଭୁବନେଶ୍ବର : ବସ୍ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର। ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୪ ପଇସା ବୃଦ୍ଧି ହୋଇଛି । ଡିଜେଲ ଦରରେ ଅହେତୁକ ବୃଦ୍ଧି ପରେ ଓଡ଼ିଶା ସରକାର ରାଜ୍ୟରେ ସମସ୍ତ ବର୍ଗର ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ସାଧାରଣ ଓ ଏକ୍ସପ୍ରେସରେ କିଲୋମିଟର ପିଛା ଭଡ଼ା ୨ ପଇସା ବୃଦ୍ଧି ହୋଇଛି । ଡିଲକ୍ସ, ଏସି ଡିଲକ୍ସ ବସରେ କିଲୋମିଟର ପିଛା ୪ ପଇସା ଭଡ଼ା ବଢିଛି । ସେହିପରି ସୁପର ଡିଲକ୍ସ ବସ ଭଡା କିଲୋମିଟର ପିଛା ୬ ପଇସା ବଢିଛି । ସଂଶୋଧିତ ଦର ଅନୁଯାୟୀ, ବର୍ତ୍ତମାନ ସାଧାରଣ ବା ଅର୍ଡିନାରୀ ବସ୍ ଭଡ଼ା କିଲୋମିଟର ପିଛା ୯୦ ପଇସା ବଦଳରେ ୯୨ ପଇସା ଆଦାୟ କରାଯିବ। ସେହିପରି ଏକ୍ସପ୍ରେସ୍ ବସ୍ ଗୁଡ଼ିକରେ କିଲୋମିଟର ପିଛା ଭଡ଼ା ୯୪ ପଇସାରୁ ବୃଦ୍ଧି ପାଇ ୯୬ ପଇସା ହୋଇଛି।


