ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧାରାବାହିକ ଭାବେ ୧୨ ବର୍ଷ ବା ୪୩୯୯ ଦିନ ଧରି ପ୍ରଧାନମନ୍ତ୍ରୀ ଭାବେ ରହିଆସିଛନ୍ତି। ଏହା ଏକ ରେକର୍ଡ କାରଣ ଭାରତର କୌଣସି ପ୍ରଧାନମନ୍ତ୍ରୀ ଏତେଦିନ ଧରି ଶାସନ କ୍ଷମତାରେ ନ ଥିଲେ। ଏହି ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। କେଉଁଠାରେ ଦୀପଦାନ କରାଯାଇଥିବା ବେଳେ କେଉଁଠି ରକ୍ତଦାନ କରାଯାଇଛି।
ଏହି ଐତିହାସିକ ଅବସରରେ ଆଜି ସାଂସଦ ମନମୋହନ ସାମଲ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଦହି ପଣା ବଣ୍ଟନ କରି ଏ ମହାନ ମୁହୂର୍ତ୍ତକୁ ପାଳନ କରିଛନ୍ତି । ମୋଦୀ ଜୀଙ୍କ ଅଦ୍ୱିତୀୟ ନେତୃତ୍ୱ, ଅଦମ୍ୟ ପରିଶ୍ରମ ଏବଂ ଜାତି ପ୍ରତି ଅଦ୍ୱିତୀୟ ସମର୍ପଣ ଭାରତକୁ ବିଶ୍ୱ ମଞ୍ଚରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପ୍ରତିଷ୍ଠିତ କରିଛି ବୋଲି ସେ କହିଛନ୍ତି । ତାଙ୍କର ଦୀର୍ଘମୟ ଜୀବନ କାମନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଏକାମ୍ର ଭୁବନେଶ୍ବରର ବିଧାୟକ ବାବୁ ସିଂ ଯୋଗ ଦେଇଥିଲେ।


