Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»୭୩୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ
ରାଜ୍ୟ ଖବର

୭୩୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ

June 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
୭୩୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ
୭୩୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ

ଭୁବନେଶ୍ୱର: ରେଳବାଇର ଭିତ୍ତିଭୂମିକୁ ସୁଦୃଢ଼ ​​କରିବା ଏବଂ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ୱରୂପ, ଆଜି ରାଇରଙ୍ଗପୁର ଠାରେ ଏକ ସମାରୋହରେ ୭୩୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦୁଇଟି ଗୁରୁତ୍ୱପୂର୍ଣ୍ଣ ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି, ଯେଉଁଠାରେ ଭାରତର ମାନ୍ୟବର ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଏହି ଅବସରରେ ଯୋଗ ଦେଇଥିଲେ।

ପୂର୍ବତଟ ରେଳପଥ ଅଧୀନରେ ବିକଶିତ ଏହି ଦୁଇଟି କ୍ଷମତା ବୃଦ୍ଧି ପ୍ରକଳ୍ପ ରେଳ ଲାଇନର କ୍ଷମତାକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ, ଭିଡ଼ ହ୍ରାସ କରିବ ଏବଂ ଯାତ୍ରୀବାହୀ ତଥା ମାଲବାହୀ ଟ୍ରେନର ସୁଗମ ଚଳାଚଳକୁ ସହଜ କରିବ। ଏହି ପ୍ରକଳ୍ପ ଗୁଡ଼ିକ ଓଡ଼ିଶାର ରେଳ ନେଟୱର୍କକୁ ଆହୁରି ମଜବୁତ କରିବ ଏବଂ ରାଜ୍ୟର ବଢ଼ୁଥିବା ଶିଳ୍ପ ତଥା ଅର୍ଥନୈତିକ କାର୍ଯ୍ୟକଳାପକୁ ସହାୟତା ପ୍ରଦାନ କରିବ।

୧୯ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଯଖପୁରା – ଯାଜପୁର କେନ୍ଦୁଝର ରୋଡ଼ – ବୈତରଣୀ ରୋଡ଼ ମଲ୍ଟି-ଟ୍ରାକିଂ ପ୍ରକଳ୍ପ ୩୨୩ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି, ଯାହା ବୃହତ ଭଦ୍ରକ – ନିର୍ଗୁଣ୍ଡି ମଲ୍ଟି-ଟ୍ରାକିଂ ପ୍ରକଳ୍ପର ଏକ ଅଂଶ ଭାବରେ ବିକଶିତ କରାଯାଇଛି। ଏହି ପ୍ରକଳ୍ପଟି ଅତ୍ୟଧିକ ବ୍ୟସ୍ତବହୁଳ ହାୱଡ଼ା-ଚେନ୍ନାଇ ମୁଖ୍ୟ ଲାଇନରେ କ୍ଷମତା ବୃଦ୍ଧି କରିବ, ଭିଡ଼ ହ୍ରାସ କରିବ, ସମୟାନୁବର୍ତ୍ତିତାରେ ସୁଧାର ଆଣିବ ଏବଂ ଯାତ୍ରୀବାହୀ ଓ ମାଲବାହୀ ଟ୍ରେନଗୁଡ଼ିକର ଦ୍ରୁତ ଚଳାଚଳ ନିଶ୍ଚିତ କରିବ।

ଏହି ପ୍ରକଳ୍ପ କୋଇଲା ଏବଂ ଅନ୍ୟାନ୍ୟ ଭାରୀ ସାମଗ୍ରୀର ନିରବଚ୍ଛିନ୍ନ ପରିବହନରେ ମଧ୍ୟ ସହାୟକ ହେବ, ଯାହା ନିକଟସ୍ଥ ବନ୍ଦର, ଶିଳ୍ପ ଏବଂ ବାଣିଜ୍ୟିକ କେନ୍ଦ୍ରଗୁଡ଼ିକୁ ସୁଦୃଢ଼ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିବ, ଯାହାଦ୍ୱାରା ଏହି ଅଞ୍ଚଳର ଅର୍ଥନୈତିକ ବିକାଶରେ ସହଯୋଗ ମିଳିବ।

ସେହିପରି, ୪୦୯ କୋଟି ଟଙ୍କା ବ୍ୟୟରେ ୨୭ କିଲୋମିଟର ଦୈର୍ଘ୍ୟରେ ସମ୍ପୂର୍ଣ୍ଣ ହୋଇଥିବା ହିନ୍ଦୋଳ ରୋଡ଼ – ମେରାମଣ୍ଡଳୀ ମଲ୍ଟି-ଟ୍ରାକିଂ ପ୍ରକଳ୍ପ, ଗୁରୁତ୍ୱପୂର୍ଣ୍ଣ ବୁଢ଼ାପଙ୍କ – ଶାଳଗାଁ ମଲ୍ଟି-ଟ୍ରାକିଂ ପ୍ରକଳ୍ପର ଏକ ଅଂଶ ଅଟେ। ଏହି ପ୍ରକଳ୍ପ ଟ୍ରେନ୍ ପରିଚାଳନା କ୍ଷମତାକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ, ପରିଚାଳନାଗତ ପ୍ରତିବନ୍ଧକ ଗୁଡ଼ିକକୁ ଦୂର କରିବ ଏବଂ କୋଇଲା, ଇସ୍ପାତ, ବିଦ୍ୟୁତ କ୍ଷେତ୍ର ପାଇଁ ଆବଶ୍ୟକ ସାମଗ୍ରୀ ଓ ଅନ୍ୟାନ୍ୟ ଶିଳ୍ପ ଜାତ ସାମଗ୍ରୀର ସୁଗମ ପରିବହନକୁ ସହାୟତା କରିବ।

ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ସୃଷ୍ଟ ଅତିରିକ୍ତ କ୍ଷମତା ଅଧିକ ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ୍ ପରିଚାଳନାକୁ ସମ୍ଭବ କରିବ, ସଂଯୋଗୀକରଣ ବ୍ୟବସ୍ଥାରେ ଉନ୍ନତି ଆଣିବ, ଶିଳ୍ପ ଲଜିଷ୍ଟିକ୍ସକୁ ମଜବୁତ କରିବ ଏବଂ ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଓ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।

ଏହି କ୍ଷମତା ବୃଦ୍ଧି ପ୍ରକଳ୍ପଗୁଡ଼ିକ ଆଧୁନିକ, ଦକ୍ଷ ଏବଂ ଭବିଷյତ ଉପଯୋଗୀ ରେଳ ଭିତ୍ତିଭୂମି ନିର୍ମାଣ ଦିଗରେ ଭାରତ ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାର ପ୍ରତିଫଳନ। ଏହି ପ୍ରକଳ୍ପଗୁଡ଼ିକର ସମର୍ପଣ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ସଂକଳ୍ପକୁ ସାକାର କରିବା ଦିଗରେ ଆଉ ଏକ ପ୍ରମୁଖ ପଦକ୍ଷେପ।

କେନ୍ଦୁଝର ରୋଡ଼ – ବୈତରଣୀ ରୋଡ଼ ମଲ୍ଟି-ଟ୍ରାକିଂ ପ୍ରକଳ୍ପ ଯଖପୁରା – ଯାଜପୁର ରେଳ ପ୍ରକଳ୍ପ ହିନ୍ଦୋଳ ରୋଡ଼ – ମେରାମଣ୍ଡଳୀ
Share. Facebook Twitter LinkedIn Email WhatsApp Copy Link

Related Posts

ରେଳ ଯାତ୍ରୀଙ୍କ ପାଇଁ ସହଜ ହେବ ଯାତ୍ରା: ଗୋଟିଏ ଆପ୍ ରେ ପାଇବେ ସବୁ ପ୍ରକାର ସୁବିଧା

July 31, 2026

SCO ଶିଖର ସମ୍ମିଳନୀ ପାଇଁ ପାକିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି?: ଇସଲାମାବାଦ କରୁଛି ପ୍ରସ୍ତୁତି!

July 31, 2026

CJP ପ୍ରତିବାଦ ସମୟରେ ହିଂସା ମାମଲା: ଦୁଃଖ ବଖାଣିଲେ ଆହତ ପୋଲିସ ଅଧିକାରୀଙ୍କ ପରିବାର

July 31, 2026

CWG 2026: ଆଜି ସେମିଫାଇନାଲରେ ଖେଳିବେ ୧୦ ଭାରତୀୟ ବକ୍ସର, ଜାଣନ୍ତୁ କାର୍ଯ୍ୟସୂଚୀ

July 31, 2026
Latest News

ରେଳ ଯାତ୍ରୀଙ୍କ ପାଇଁ ସହଜ ହେବ ଯାତ୍ରା: ଗୋଟିଏ ଆପ୍ ରେ ପାଇବେ ସବୁ ପ୍ରକାର ସୁବିଧା

July 31, 2026

SCO ଶିଖର ସମ୍ମିଳନୀ ପାଇଁ ପାକିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି?: ଇସଲାମାବାଦ କରୁଛି ପ୍ରସ୍ତୁତି!

July 31, 2026

CJP ପ୍ରତିବାଦ ସମୟରେ ହିଂସା ମାମଲା: ଦୁଃଖ ବଖାଣିଲେ ଆହତ ପୋଲିସ ଅଧିକାରୀଙ୍କ ପରିବାର

July 31, 2026

CWG 2026: ଆଜି ସେମିଫାଇନାଲରେ ଖେଳିବେ ୧୦ ଭାରତୀୟ ବକ୍ସର, ଜାଣନ୍ତୁ କାର୍ଯ୍ୟସୂଚୀ

July 31, 2026

ବିଜେପିରୁ ଇସ୍ତଫା ଦେଲେ ଶହଜାଦ ପୁନାୱାଲା?: ପରିବର୍ତ୍ତନ କଲେ ‘X’ ଆକାଉଣ୍ଟ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.