Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ମହିଳା ଉଦ୍ୟମିତା ପ୍ଲାଟଫର୍ମ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟ ଖବର

ମହିଳା ଉଦ୍ୟମିତା ପ୍ଲାଟଫର୍ମ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

June 27, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ମହିଳା ଉଦ୍ୟମିତା ପ୍ଲାଟଫର୍ମ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ମହିଳା ଉଦ୍ୟମିତା ପ୍ଲାଟଫର୍ମ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହିଳାମାନଙ୍କୁ ଉଦ୍ୟୋଗ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଓଡ଼ିଶା ରାଜ୍ୟ ମହିଳା ଉଦ୍ୟମିତା ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି। ନୀତି ଆୟୋଗର ସହାୟତାରେ ଆରମ୍ଭ ହୋଇଥିବା ଏହି ପ୍ଲାଟ୍‌ଫର୍ମ’ (Women Entrepreneurship Platform- Odisha Chapter) କେବଳ ଏକ ଅନୁଷ୍ଠାନ ନୁହେଁ, ବରଂ ଓଡ଼ିଶାର ବିକାଶ ଯାତ୍ରାରେ ମହିଳାମାନଙ୍କ ଅର୍ଥନୈତିକ ନେତୃତ୍ୱର ଏକ ମହା-ଅଭିଯାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ‘ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ’ ତଥା ଅନ୍ତର୍ଜାତୀୟ MSME ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ସେ କହିଛନ୍ତି ଯେ, ଆମର ଲକ୍ଷ୍ୟ ହେଉଛି ଆମେ ଏମିତି ଏକ ଓଡ଼ିଶା ଗଠନ କରିବୁ, ଯେଉଁଠାରେ ମହିଳାମାନେ ଚାକିରି ଖୋଜିବେ ନାହିଁ, ବରଂ ଚାକିରି ସୃଷ୍ଟି କରିବେ, ବିଭିନ୍ନ ଉତ୍ପାଦର କେବଳ ଉପଭୋକ୍ତା ହେବେ ନାହିଁ, ବରଂ ଉତ୍ପାଦକୁ ନିଜେ ସୃଷ୍ଟି କରିବେ, ସେମାନେ ବିକାଶର କେବଳ ଅଂଶୀଦାର ହେବେ ନାହିଁ, ବରଂ ବିକାଶର ନେତୃତ୍ୱ ନେବେ” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ WEP ର ଏକ ବର୍ଷର ଆକ୍ସନ ପ୍ଲାନ୍ ର ମଧ୍ୟ ଶୁଭାରମ୍ଭ କରିଥିଲେ।

ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳା ସଶକ୍ତିକରଣ କ୍ଷେତ୍ରରେ ‘ସୁଭଦ୍ରା ଯୋଜନା’ର ସଫଳତା ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ଆଜି ଏକ କୋଟିରୁ ଅଧିକ ମହିଳା ଏହି ଯୋଜନାରେ ସଶକ୍ତ ହୋଇ ସ୍ୱାବଲମ୍ୱନ ପଥରେ ଅଗ୍ରସର ହେଉଛନ୍ତି।

ଆଇଆଇଏମ ସମ୍ବଲପୁର, ଏସବିଆଇ ଏବଂ ଏଆଇ ଭଏସ୍ ବଟ୍ ସର୍ଭେର ତଥ୍ୟ ଅନୁସାରେ ରାଜ୍ୟରେ ମହିଳା ପରିଚାଳିତ ଉଦ୍ୟୋଗ ସଂଖ୍ୟା ୨୫ ପ୍ରତିଶତରୁ ବୃଦ୍ଧି ପାଇ ୫୩ ପ୍ରତିଶତ, ଅର୍ଥାତ୍ ଦୁଇ ଗୁଣରୁ ଅଧିକ ହୋଇଛି। ଏହା ସହିତ ହିତାଧିକାରୀମାନଙ୍କର ହାରାହାରି ବ୍ୟାଙ୍କ ଜମା ମଧ୍ୟ ୬,୮୮୭ ଟଙ୍କା ବୃଦ୍ଧି ପାଇଛି।

ଏହି ପରିପ୍ରେକ୍ଷୀରେ ନୂତନ ଭାବେ ଗଠିତ WEP ପ୍ଲାଟଫର୍ମ ଜରିଆରେ ମିଶନ ଶକ୍ତି, MSME, ଷ୍ଟାର୍ଟଅପ୍ ଓଡ଼ିଶା, ବ୍ୟାଙ୍କ ଏବଂ ଶିଳ୍ପ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ମହିଳାମାନଙ୍କୁ ଆର୍ଥିକ ସହାୟତା, ବଜାର ସୁବିଧା, ମେଣ୍ଟରସିପ୍ ଓ ସ୍କିଲ୍ ଡେଭଲପ୍‌ମେଣ୍ଟ ଆଦି ସମସ୍ତ ସୁବିଧା ଗୋଟିଏ ମଞ୍ଚରେ ଯୋଗାଇ ଦିଆଯିବ।

ହସ୍ତତନ୍ତ, ସ୍କିଲ୍, ହୋମ୍ ଷ୍ଟେ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଅନେକ ନୂତନ ପାର୍ଟନରସିପ୍ ଓ କୋଲାବରେସନ୍ ମଧ୍ୟ ଆଜି ଆରମ୍ଭ କରାଯାଇଛି।

ରାଜ୍ୟର ଅର୍ଥନୈତିକ ବିକାଶରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) କୁ ମୂଳ ଇଞ୍ଜିନ୍ ଭାବେ ଅଭିହିତ କରି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଭିତ୍ତିଭୂମି ବିକାଶ ପାଇଁ ଅନେକ ନୂତନ ପଦକ୍ଷେପ ଆରମ୍ଭ କରିଛନ୍ତି।

ଏହି ଅବସରରେ ବାଲେଶ୍ୱରଠାରେ ୨୪ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ‘ରାଇସ୍ ମିଲିଙ୍ଗ୍ କ୍ଲଷ୍ଟର’ର ଉଦ୍‌ଘାଟନ କରାଯାଇଛି, ଯାହା ରାଇସ୍ ବ୍ରାନ୍ ଅଏଲ୍ ଉତ୍ପାଦନକୁ ପ୍ରୋତ୍ସାହିତ କରିବ। ସେହିପରି ପାରମ୍ପରିକ ସୁସ୍ୱାଦୁ ଖାଦ୍ୟର ପ୍ରସାର ପାଇଁ ପାହାଳଠାରେ ୧୭ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ଏକ ‘ରସଗୋଲା କ୍ଲଷ୍ଟର’ ପାଇଁ ଶିଳାନ୍ୟାସ କରାଯାଇଛି। ଏହାଦ୍ୱାରା ପାହାଳର ଦୈନିକ ଉତ୍ପାଦନ କ୍ଷମତା ୭ ହଜାର କେଜିରୁ ୧୧ ହଜାର କେଜିକୁ ବୃଦ୍ଧି ପାଇବ।

ଏହା ବ୍ୟତୀତ ଗଞ୍ଜାମର ବରପାଲ୍ଲି ଓ କଳାହାଣ୍ଡିର କେସିଙ୍ଗାଠାରେ ୧୦ କୋଟି ଟଙ୍କା ଲେଖାଏଁ ବ୍ୟୟରେ ୨ଟି ‘ମଲ୍ଟି-ପ୍ରଡକ୍ଟ MSME ପାର୍କ’ର ଉଦ୍‌ଘାଟନ କରାଯାଇଛି।

ଆଗାମୀ ଦିନରେ ଏକ ଇଞ୍ଜିନିୟରିଙ୍ଗ୍ କ୍ଲଷ୍ଟର, ମୁଦ୍ରଣ ଓ ପ୍ୟାକେଜିଙ୍ଗ୍ କ୍ଲଷ୍ଟର ଏବଂ କାଜୁ କ୍ଲଷ୍ଟରର ଶୁଭାରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏ ମଲ୍ଟି ପ୍ରଡକ୍ଟ MSME ପାର୍କ ସ୍ଥାପନ କରାଯାଉଛି ବୋଲି ସେ କହିଥିଲେ।

ରାଜ୍ୟରେ MSME ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଓଡ଼ିଶାର ୪ ଲକ୍ଷ ୩୨ ହଜାରରୁ ଅଧିକ MSME ଉପକୃତ ହୋଇଛନ୍ତି।

ପିଏମଇଜିପି (PMEGP) ଜରିଆରେ ୪,୯୦୦ କ୍ଷୁଦ୍ର ଉଦ୍ୟୋଗକୁ ୧୪୬ କୋଟି ଟଙ୍କାର ସବସିଡି ପ୍ରଦାନ କରାଯାଇଛି, ଯେଉଁଥିରେ ୪୨.୫ ପ୍ରତିଶତ ହିତାଧିକାରୀ ହେଉଛନ୍ତି ମହିଳା। କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନାରେ ୨୩ ହଜାର କୋଟିରୁ ଅଧିକ ଟଙ୍କାର ବନ୍ଧକମୁକ୍ତ ଋଣ ପ୍ରଦାନ କରାଯାଇଥିବା ବେଳେ CM-SRIM ଯୋଜନାରେ ସରକାର ସୁଧ ଭାର ବହନ କରୁଛନ୍ତି।

ଓଡ଼ିଶାର ପଣ୍ୟଦ୍ରବ୍ୟ ରପ୍ତାନି ଗତ ବର୍ଷ ୯୫,୫୬୮ କୋଟି ଟଙ୍କାରେ ପହଞ୍ଚିଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତିକୁ ୫୦୦ ବିଲିୟନ ଡଲାରରେ ପହଞ୍ଚାଇବା ପାଇଁ MSME କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିବ।

ସମସ୍ତଙ୍କ ମିଳିତ ଉଦ୍ୟମରେ ଏକ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ସେ ଆହ୍ୱାନ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରୀ କହିଛନ୍ତି ଯେ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ଯୋଜନା ଉପରେ ବିଶେଷ ଫୋକସ ରହିଥିବା ବେଳେ ଓଡ଼ିଶା ଆଜି ବିକାଶର ଏକ ନୂଆ କିରଣ ସାଜିବା ସହ ଏକ ଉଦୀୟମାନ ତାରକା ଭାବେ ଉଭା ହୋଇଛି । ଓଡ଼ିଶାର ଜିଏସଡିପି (GSDP) ଅଭିବୃଦ୍ଧି ହାର ଜାତୀୟ ଜିଡିପି (GDP) ଠାରୁ ଅଧିକ ରହିଥିବା ବେଳେ ରାଜ୍ୟର ସ୍ୱାସ୍ଥ୍ୟ ଏବଂ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ଯୋଗୁଁ ନୀତି ଆୟୋଗର Fiscal Health Index- ୨୦୨୬ ରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଛି। ରାଜ୍ୟର ଏହି ସୁଦୃଢ଼ ଆର୍ଥିକ ନୀତି ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶା ବର୍ତ୍ତମାନ ବୟନଶିଳ୍ପ ଓ ପର୍ଯ୍ୟଟନ ଭଳି Sunrise Sectors ଗୁଡ଼ିକରେ ବେଶ୍ ଆଗକୁ ବଢ଼ୁଥିବା ଦର୍ଶାଇ ଏହାକୁ ଏକ ‘ଡାଇନାମିକ ଓଡ଼ିଶା’ ବୋଲି ଅଭିହିତ କରିଛନ୍ତି।

ଏଥିସହିତ, ଓଡ଼ିଶାର ନାରୀ ଶକ୍ତିକୁ ରାଜ୍ୟ ପ୍ରଗତିର ପ୍ରମୁଖ ଆଧାର ବୋଲି କହିବା ସହ ୨୦୩୬ ମସିହା ସୁଦ୍ଧା ନିର୍ଧାରିତ ହୋଇଥିବା ଆଗାମୀ ଲକ୍ଷ୍ୟକୁ ସଫଳତାର ସହ ମନିଟରିଂ କରିବା ଏବଂ ଚାଲୁ ରହିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ନିୟମିତ ତଦାରଖ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେ ଯେ ଆଜିଠାରୁ ମହିଳା ମାନଙ୍କ ପାଇ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ମହିଳାମାନେ ହେଉଛନ୍ତି ଓମେନ ଲେଡ ଇକୋନୋମି ର ଅଗ୍ରଦୂତ । ତାଙ୍କର ଦକ୍ଷତାକୁ ପ୍ରକାଶ କରିବା ପାଇ ଗୋଟିଏ ପ୍ଲାଟଫର୍ମର ଆବଶ୍ୟକତା ଥିଲା ଯାହା ଆଜି ବାସ୍ତବତାରେ ପରିଣତ ହୋଇଛି। ସେ ଆହୁରି କହିଥିଲେ ଯେ ଶୁଭଦ୍ରା ଶକ୍ତି ମାଧ୍ୟମରେ ମହିଳାମାନେ ବ୍ଳକ୍ ଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ବିକାଶ ଯାତ୍ରାରେ ସାମିଲ ହୋଇପାରିଛନ୍ତି।

ଏହି ଅବସରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ ଆଜିର ଏହି ସୁଯୋଗରୁ MSME କ୍ଷେତ୍ରରେ ବଡ଼ ସଫଳତା ହାସଲ କରାଯାଇପାରିବ। ମହିଳା ଉଦ୍ୟୋଗୀଙ୍କ ଉଦ୍ୟମରେ ୨୦୩୬ ସୁଦ୍ଧା ଥିବା ଓଡ଼ିଶାର ସ୍ୱପ୍ନ ପୂର୍ଣ୍ଣ ହୋଇପାରିବ।

ଏହି ଅବସରରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ନୀତି ଆୟୋଗର କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ତଥା ମହିଳା ଉଦ୍ୟୋଗିତା ମଞ୍ଚର ମିଶନ ନିର୍ଦ୍ଦେଶିକା ଆନା ରୟ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ଼ଃ ମୃଣାଳିନୀ ଦର୍ସ୍‍ୱାଲ୍ ଏବଂ ଆଭାସୀ ମାଧ୍ୟମରେ ଗଞ୍ଜାମ, ବାଲେଶ୍ୱର ଓ କଳାହାଣ୍ଡି ଜିଲ୍ଲାପ୍ରଶାସନ ସମେତ ବହୁ ଶିଳ୍ପପତି, ଅଣୁ ଓ କ୍ଷୁଦ୍ର ଉଦ୍ୟୋଗୀ ଏବଂ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସହସ୍ରାଧିକ ମହିଳା ଉଦ୍ୟୋଗୀ ଉପସ୍ଥିତ ଥିଲେ।

MSME ବିଭାଗର କମିଶନର ତଥା ଶାସନ ସଚିବ ରଶ୍ମିତା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓ ଶିଳ୍ପ ବିଭାଗ ନିର୍ଦ୍ଦେଶିକା ଆବୋଲି ସୁନୀଲ ନରଭାଣେ ଧନ୍ୟବାଦ୍ ଅର୍ପଣ କରିଥିଲେ।

MSME କାର୍ଯ୍ୟକ୍ରମ ମହିଳା ଉଦ୍ୟମିତା ପ୍ଲାଟଫର୍ମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ସୁଭଦ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ସୋରଡ଼ା ଅବକାରୀ ବିଭାଗର ଚଢାଉ: ବିପୁଳ ପରିମାଣର ମଦ ଓ ପୋଚ ଜବତ

June 27, 2026

ରାମ ମନ୍ଦିର ମାମଲା: ଏବେ ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ଗୁରୁତର ଅଭିଯୋଗ, ତଦନ୍ତ ଦାବି

June 27, 2026

ବାପ – ଝିଅଙ୍କୁ ଧକ୍କା ଦେଲା ଆମ ବସ

June 27, 2026

ଜୁନ୍ ୨୯ ରେ ରାଜଧାନୀରେ ବିଶାଳ ଶିକ୍ଷକ ସମାବେଶ: ସମନ୍ୱୟ ସମିତିର ସରକାରଙ୍କୁ ଚେତାବନୀ

June 27, 2026
Latest News

ଜୁଲାଇ ୩ ରେ ଆରମ୍ଭ ହେବ ଅମରନାଥ ଯାତ୍ରା: ଜାଣନ୍ତୁ ପଞ୍ଜୀକରଣ ପକ୍ରିୟା

June 27, 2026

ମହିଳା ଉଦ୍ୟମିତା ପ୍ଲାଟଫର୍ମ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

June 27, 2026

ସୋରଡ଼ା ଅବକାରୀ ବିଭାଗର ଚଢାଉ: ବିପୁଳ ପରିମାଣର ମଦ ଓ ପୋଚ ଜବତ

June 27, 2026

ଆଫଗାନିସ୍ତାନରେ ଭୂମିକମ୍ପ ଅନୁଭୂତ: ଦିଲ୍ଲୀ, କାଶ୍ମୀର ପର୍ଯ୍ୟନ୍ତ ଥରିଲା ଧରିତ୍ରୀ

June 27, 2026

ରାମ ମନ୍ଦିର ମାମଲା: ଏବେ ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ଗୁରୁତର ଅଭିଯୋଗ, ତଦନ୍ତ ଦାବି

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.