Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଉତ୍ତର ବାଲେଶ୍ୱରରେ ସୁବର୍ଣ୍ଣରେଖାର ତୃତୀୟ ବନ୍ୟା: ଶତାଧିକ ଗାଁ ଜଳମଗ୍ନ ସହିତ ଯୋଗାଯୋଗ ବିଚ୍ଛିନ୍ନ
ରାଜ୍ୟ ଖବର

ଉତ୍ତର ବାଲେଶ୍ୱରରେ ସୁବର୍ଣ୍ଣରେଖାର ତୃତୀୟ ବନ୍ୟା: ଶତାଧିକ ଗାଁ ଜଳମଗ୍ନ ସହିତ ଯୋଗାଯୋଗ ବିଚ୍ଛିନ୍ନ

September 3, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଉପରମୁଣ୍ଡରେ ପ୍ରବଳ ବର୍ଷା ଏବଂ ଗାଲୁଡ଼ିହ ବ୍ୟାରେଜ୍‌ରୁ ବଳକା ଜଳ ନିଷ୍କାସନ ଯୋଗୁଁ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଇ ଉତ୍ତର ବାଲେଶ୍ୱରରେ ଚଳିତ ବର୍ଷର ତୃତୀୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବ ବନ୍ୟାର ପାଣି ସମ୍ପୂର୍ଣ୍ଣ ଭାବେ ନ ଛାଡ଼ୁଣୁ ପୁନର୍ବାର ବନ୍ୟା ଜଳ ମାଡ଼ି ଆସିବାରୁ ଭୋଗରାଇ, ବାଲିଆପାଳ, ଜଳେଶ୍ୱର, ବସ୍ତା ଓ ସଦର ବ୍ଲକ୍‌ର ଅଧିବାସୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି।

ଗତକାଲି ରାଜଘାଟଠାରେ ନଦୀର ଜଳସ୍ତର ବିପଦ ସଙ୍କେତ ୧୦.୫୦ ମିଟର ତୁଳନାରେ ବୃଦ୍ଧି ପାଇ ୧୧.୫୪ ମିଟରରେ ପ୍ରବାହିତ ହେଉଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଏହା ଧୀରେ ଧୀରେ ହ୍ରାସ ପାଇବା ଆରମ୍ଭ କରିଛି। ତେବେ ବନ୍ୟା ପାଣି ପ୍ରବେଶ କରିବା ଫଳରେ ଭୋଗରାଇ ବ୍ଲକର ୧୮ଟି ପଞ୍ଚାୟତର ୮୦ରୁ ଊର୍ଦ୍ଧ୍ୱ ଗାଁ ଏବଂ ବାଲିଆପାଳ ବ୍ଲକର ୮ଟି ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ୱ ଗାଁ ସମେତ ମୋଟ ୩୯ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇପଡ଼ିଛି। ଏହାସହ ପ୍ରାୟ ୧୪୪ଟି ଗ୍ରାମ ଆଂଶିକ ଭାବେ ପ୍ରଭାବିତ ହୋଇଛି। ପ୍ରମୁଖ ରାସ୍ତାଗୁଡ଼ିକ ଉପରେ ୫ ଫୁଟ୍‌ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ଏବଂ ନଦୀକୂଳିଆ ଅଞ୍ଚଳବାସୀଙ୍କ ପାଇଁ ଏବେ ଦେଶୀ ଡଙ୍ଗା ଓ ପାୱାରବୋଟ୍‌ ହିଁ ଭରସା ପାଲଟିଛି।

ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ସ୍ଥିତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସୁବର୍ଣ୍ଣରେଖାର ବନ୍ୟାଜଳ ଦ୍ୱାରା ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ଓ ସଦର ଅଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ଭୋଗରାଇରେ ସ୍ଥିତି ଅଧିକ ଗମ୍ଭୀର ରହିଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯିବା ସହ ବିପନ୍ନଙ୍କୁ ରିଲିଫ୍‌, ଶୁଖିଲା ଖାଦ୍ୟ ଏବଂ ଉଦ୍ଧାରକାରୀ ଦଳ ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଉଛି। ସନ୍ଧ୍ୟା ସୁଦ୍ଧା ଜଳସ୍ତର ଆହୁରି ହ୍ରାସ ପାଇବା ସହ ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସିବ ବୋଲି ଆଶା କରାଯାଉଛି।

ଉତ୍ତର ବାଲେଶ୍ୱରରେ ସୁବର୍ଣ୍ଣରେଖାର ତୃତୀୟ ବନ୍ୟା: ଶତାଧିକ ଗାଁ ଜଳମଗ୍ନ ସହିତ ଯୋଗାଯୋଗ ବିଚ୍ଛିନ୍ନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଏମସି ଢେଙ୍କାନାଳ ଛାତ୍ରଛାତ୍ରୀଙ୍କ ବିଧାନସଭା ପରିଦର୍ଶନ

September 26, 2026

ଆଜି ଅକ୍ଟୋବର ୨୬ ତାରିଖରେ ଆଠଟି ରାଶିର ବ୍ୟକ୍ତି ହେବେ ମାଲାମାଲ

September 26, 2026

ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ମାନ୍ୟତା, ଓଡ଼ିଶାର ସାମୁଦ୍ରିକ ଅର୍ଥନୀତିକୁ ମିଳିବ ନୂଆ ଗତି

September 25, 2026

ରାଜ୍ୟରେ ଅବପାତର ତାଣ୍ଡବ: ବିଚ୍ଛିନ୍ନ ହେଲା ସଂଯୋଗ, ବଢ଼ିଲା ବନ୍ୟା ଆଶଙ୍କା

September 25, 2026
Latest News

ଆଇଆଇଏମସି ଢେଙ୍କାନାଳ ଛାତ୍ରଛାତ୍ରୀଙ୍କ ବିଧାନସଭା ପରିଦର୍ଶନ

September 26, 2026

ଆଜି ଅକ୍ଟୋବର ୨୬ ତାରିଖରେ ଆଠଟି ରାଶିର ବ୍ୟକ୍ତି ହେବେ ମାଲାମାଲ

September 26, 2026

ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ମାନ୍ୟତା, ଓଡ଼ିଶାର ସାମୁଦ୍ରିକ ଅର୍ଥନୀତିକୁ ମିଳିବ ନୂଆ ଗତି

September 25, 2026

ରାଜ୍ୟରେ ଅବପାତର ତାଣ୍ଡବ: ବିଚ୍ଛିନ୍ନ ହେଲା ସଂଯୋଗ, ବଢ଼ିଲା ବନ୍ୟା ଆଶଙ୍କା

September 25, 2026

ବ୍ରହ୍ମପୁତ୍ର କ୍ରାକର୍‌ ଓ ପଲିମର୍‌ ଲିମିଟେଡ୍‌ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.