ଭୁବନେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ଖୋର୍ଦ୍ଧା ସାଂଗଠନିକ ଜିଲ୍ଲା କମିଟିର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନୂତନ ଜିଲ୍ଲା କମିଟି ଗଠନ କରାଯାଇଛି ଏବଂ ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ପ୍ରକାଶ ପାଇଛି। ଖୋର୍ଦ୍ଧା ସାଂଗଠନିକ ଜିଲ୍ଲାର ଅନ୍ତର୍ଗତ ବିଭିନ୍ନ ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀଙ୍କୁ ସେମାନଙ୍କ ସାଂଗଠନିକ ଦକ୍ଷତା ଆଧାରରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ନିଯୁକ୍ତି ଦିଆଯାଇଛି। କ୍ରମିକ ଅନୁସାରେ ନୂତନ ଜିଲ୍ଲା କମିଟିର ସମସ୍ତ କର୍ମକର୍ତ୍ତାଙ୍କ ନାମ, ନିର୍ବାଚନ ମଣ୍ଡଳୀ ଏବଂ ସେମାନଙ୍କୁ ଦିଆଯାଇଥିବା ଦାୟିତ୍ୱର ସମ୍ପୂର୍ଣ୍ଣ ବିବରଣୀ ନିମ୍ନରେ ପ୍ରଦାନ କରାଗଲା।
ଉପସଭାପତି ଦାୟିତ୍ୱ ପାଇଥିବା କର୍ମକର୍ତ୍ତାମାନଙ୍କ ମଧ୍ୟରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ସଞ୍ଜୟ କୁମାର ସିଂହ, ଖୋର୍ଦ୍ଧାର ମହମ୍ମଦ ଆରିଫ, ବେଗୁନିଆ ନିର୍ବାଚନ ମଣ୍ଡଳୀର ପ୍ରଫୁଲ୍ଲ ପ୍ରଧାନ, ବେଗୁନିଆର ସତ୍ୟନାରାୟଣ ପ୍ରଧାନ, ଚିଲିକା ନିର୍ବାଚନ ମଣ୍ଡଳୀର ଗୋପୀନାଥ ମହାରଣା, ଜଟଣୀ ନିର୍ବାଚନ ମଣ୍ଡଳୀର ସନ୍ତୋଷ ପାଇକରାୟ, ଜୟଦେବ ନିର୍ବାଚନ ମଣ୍ଡଳୀର ବିନେଶ କୁମାର ନାୟକ, ଜୟଦେବର ସୌମ୍ୟରଞ୍ଜନ ମହାନ୍ତି, ଏବଂ ଜଟଣୀ ନିର୍ବାଚନ ମଣ୍ଡଳୀର ବିଜୟ କୁମାର ଛୋଟରାୟଙ୍କୁ ମନୋନୀତ କରାଯାଇଛି।
ସାଧାରଣ ସମ୍ପାଦକ ପଦବୀରେ ନିଯୁକ୍ତ ହୋଇଥିବା କର୍ମକର୍ତ୍ତାଙ୍କ ମଧ୍ୟରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଅଜିତ କୁମାର ଶତପଥୀ, ବେଗୁନିଆର ବଂଶୀଧର ସାହୁ, ଚିଲିକାର ମନୋଜ କୁମାର ପ୍ରଧାନ, ଜଟଣୀର ଅନନ୍ତ ବେହେରା, ଜୟଦେବର ଦିଲ୍ଲୀପ କୁମାର ବଳିୟାରସିଂହ, ଚିଲିକାର ଅଶ୍ୱିନୀ କୁମାର ସେନ, ଜୟଦେବର ରବୀନ୍ଦ୍ର ପାତ୍ର, ଖୋର୍ଦ୍ଧାର ପ୍ରଦୀପ୍ତ କୁମାର ମହାପାତ୍ର, ଖୋର୍ଦ୍ଧାର ରାଜେନ୍ଦ୍ର କୁମାର ସାମନ୍ତରାୟ, ଜଟଣୀର କୈଳାସ ମହାପାତ୍ର, ଏବଂ ଜଟଣୀ ନିର୍ବାଚନ ମଣ୍ଡଳୀର ପଦ୍ମଚରଣ ପ୍ରଧାନ ସାଧାରଣ ସମ୍ପାଦକ ଦାୟିତ୍ୱ ପାଇଛନ୍ତି। ଏହାସହିତ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ପୃଥ୍ୱୀରାଜ ଶ୍ରୀଚନ୍ଦନଙ୍କୁ ଜିଲ୍ଲା କମିଟିର କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।
ସମ୍ପାଦକ ଦାୟିତ୍ୱ ପାଇଥିବା କର୍ମକର୍ତ୍ତାଙ୍କ ମଧ୍ୟରେ ଖୋର୍ଦ୍ଧାର ରଘୁନାଥ ଜେନା, ଖୋର୍ଦ୍ଧାର ଦୁର୍ଗା ଶଙ୍କର ନାଥ ଶର୍ମା, ବେଗୁନିଆର ଜାଗେଶ୍ୱର ମାଝୀ, ବେଗୁନିଆର ଦିଲ୍ଲୀପ ମହାଭୋଇ, ବେଗୁନିଆର ଶ୍ରୀକାନ୍ତ ତ୍ରିପାଠୀ, ବେଗୁନିଆର ପ୍ରଶାନ୍ତ ହୋତା, ବେଗୁନିଆର ଶାନ୍ତିଲତା ରଣସିଂହ, ଜୟଦେବର ବାମନ ଚରଣ ଭୋଇ, ଜୟଦେବର ସୂର୍ଯ୍ୟନାରାୟଣ ଦାସ, ଜୟଦେବର ବିଜୟ କୁମାର ନାଥ, ଜୟଦେବର ଆର୍ତ୍ତତ୍ରାଣ ପାତ୍ର, ଜୟଦେବର ମହମ୍ମଦ ଜାକିର ହୁସେନ, ଚିଲିକାର କନକ ବରାଳ, ଚିଲିକାର ରାମଚନ୍ଦ୍ର ପ୍ରଧାନ, ଚିଲିକାର ପ୍ରଭାସ କୁମାର ସୁନ୍ଦରାୟ, ଚିଲିକାର ସନ୍ତୋଷ କୁମାର ଜାଲି, ଚିଲିକାର ପ୍ରକାଶ କୁମାର ପ୍ରଧାନ, ଚିଲିକାର ଚିନ୍ମୟ କୁମାର ପଟ୍ଟନାୟକ, ଜଟଣୀର ପ୍ରସନ୍ନ ଛୋଟରାୟ, ଚିଲିକାର ଯାଦୁ ପ୍ରଧାନ, ଜଟଣୀର ଅମିୟ ପ୍ରସାଦ ଦଳେଇ, ଜଟଣୀର ସରୋଜ କୁମାର ନାୟକ, ଜଟଣୀର ଶିବ ପ୍ରସାଦ ମହାପାତ୍ର, ଜଟଣୀର ଲକ୍ଷ୍ମୀନାରାୟଣ ସ୍ୱାଇଁ, ଜଟଣୀର ଦୁବାଦତ୍ତ ଗୋପାଳ କୃଷ୍ଣ, ଜଟଣୀର ସୁକାନ୍ତ ଛୋଟରାୟ, ଜଟଣୀର ସୌମ୍ୟରଞ୍ଜନ ପ୍ରଧାନ ଏବଂ ଜଟଣୀ ନିର୍ବାଚନ ମଣ୍ଡଳୀର ପ୍ରତେଜ କୁମାର ପାଟଶାହାଣୀଙ୍କୁ ନିଯୁକ୍ତି ମିଳିଛି। ଏହି ନୂତନ ଜିଲ୍ଲା କମିଟି ଘୋଷଣା ହେବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।


