Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବାତ୍ୟା ମୁକାବିଲା: ରାୟଗଡ଼ାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପ୍ରଶାସନିକ ପ୍ରସ୍ତୁତିର କଲେ ସମୀକ୍ଷା
ରାଜ୍ୟ ଖବର

ବାତ୍ୟା ମୁକାବିଲା: ରାୟଗଡ଼ାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପ୍ରଶାସନିକ ପ୍ରସ୍ତୁତିର କଲେ ସମୀକ୍ଷା

October 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Cyclone Preparedness: Deputy Chief Minister Pravati Parida in Rayagada; reviews administrative preparations.
Cyclone Preparedness: Deputy Chief Minister Pravati Parida in Rayagada; reviews administrative preparations.

ଭୁବନେଶ୍ବର: ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟାର ମୁକାବିଲା ଏବଂ ରାୟଗଡ଼ା ଜିଲ୍ଲାର ପ୍ରସ୍ତୁତି ସ୍ଥିତି ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ନିର୍ଦ୍ଦେଶକ୍ରମେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାୟଗଡ଼ା ଗସ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରଶାସନିକ ସଜାଗତା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ସେ ସେଠାରେ ପହଞ୍ଚି ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ସମଗ୍ର ସ୍ଥିତିର ପ୍ରତ୍ୟକ୍ଷ ସମୀକ୍ଷା କରିଛନ୍ତି।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧନଜୀବନର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଥିବା ବେଳେ ରାଜ୍ୟ ସରକାର ‘ଶୂନ୍ୟ ମୃତ୍ୟୁହାର’ ବା ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସ୍ଥିତି ଉପରେ ନଜର ରଖିବା ପାଇଁ ମନ୍ତ୍ରୀ ଓ ବରିଷ୍ଠ ଶାସନସଚିବମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସେହି କ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ରାୟଗଡ଼ାରେ ଡେରା ପକାଇ ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କରୁଛନ୍ତି। ପରେ ଆୟାେଜିତ ବୈଠକରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କଁହରଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର, ଆବଶ୍ୟକ ରିାହତି ସାମଗ୍ରୀ ମହଜୁଦ, ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଏବଂ ବିପର୍ଯ୍ୟୟ ପ୍ରଶମନ ଦଳର ନିୟୋଜନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି।

ସମ୍ପ୍ରତି ରାୟଗଡ଼ା ଜିଲ୍ଲାରେ ସେଭଳି କୌଣସି ଭୀଷଣ ବର୍ଷା କିମ୍ବା ପାଣିପାଗ ଜନିତ ଗୁରୁତର ପରିସ୍ଥିତି ସୃଷ୍ଟି ହୋଇନଥିବାରୁ ସାଧାରଣ ନାଗରିକମାନଙ୍କୁ ଆତଙ୍କିତ କିମ୍ବା ଭୟଭୀତ ନହେବା ପାଇଁ ଉପମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ସରକାର ଓ ଜିଲ୍ଲା ପ୍ରଶାସନ ସବୁ ସ୍ତରରେ ସମ୍ପୂର୍ଣ୍ଣ ସଜାଗ ଓ ତତ୍ପର ରହିଛନ୍ତି। ସାଧାରଣ ଜନତାଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ପଣ୍ଡିତ ଗୋଦାବରୀଶଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ବିଶିଷ୍ଠ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି

October 27, 2026

ଭୀଷଣ ରୂପ ନେଉଛି ବାତ୍ୟା ‘ଅର୍ଣ୍ଣବ’: ୧୫୦ କି.ମି ବେଗରେ ବହିବ ପବନ

October 27, 2026

OPCC Opposes Adani Data Centre: ପ୍ରସ୍ତାବିତ ନରାଜ ଏଆଇ ଡାଟା ସେଣ୍ଟର ନେଇ ଗର୍ଜ୍ଜିଲା କଂଗ୍ରେସ, କହିଲା..

October 27, 2026

ଭୀଷଣ ବାତ୍ୟା ‘ଅର୍ଣ୍ଣବ’: ଲ୍ୟାଣ୍ଡଫଲ୍‌ ପରେ ବେଶୀ ପ୍ରଭାବିତ ହେବ ମାଲକାନଗିରି

October 27, 2026
Latest News

ପଣ୍ଡିତ ଗୋଦାବରୀଶଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ବିଶିଷ୍ଠ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି

October 27, 2026

ଭୀଷଣ ରୂପ ନେଉଛି ବାତ୍ୟା ‘ଅର୍ଣ୍ଣବ’: ୧୫୦ କି.ମି ବେଗରେ ବହିବ ପବନ

October 27, 2026

OPCC Opposes Adani Data Centre: ପ୍ରସ୍ତାବିତ ନରାଜ ଏଆଇ ଡାଟା ସେଣ୍ଟର ନେଇ ଗର୍ଜ୍ଜିଲା କଂଗ୍ରେସ, କହିଲା..

October 27, 2026

ଭୀଷଣ ବାତ୍ୟା ‘ଅର୍ଣ୍ଣବ’: ଲ୍ୟାଣ୍ଡଫଲ୍‌ ପରେ ବେଶୀ ପ୍ରଭାବିତ ହେବ ମାଲକାନଗିରି

October 27, 2026

ରାଷ୍ଟ୍ରୀୟ ଏକତା ଦିବସ: ଭୁବନେଶ୍ୱରରୁ ଗୁଜରାଟ’ର ଏକତା ନଗର ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

October 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.