Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଓଡ଼ିଶା-ଜାପାନ ଷ୍ଟାର୍ଟଅପ୍ ଓ ବ୍ୟବସାୟିକ ସହଯୋଗ: ‘ଓ-ହବ୍’ ପରିଦର୍ଶନ କଲା ଜାପାନୀ ପ୍ରତିନିଧି ଦଳ
ରାଜ୍ୟ ଖବର

ଓଡ଼ିଶା-ଜାପାନ ଷ୍ଟାର୍ଟଅପ୍ ଓ ବ୍ୟବସାୟିକ ସହଯୋଗ: ‘ଓ-ହବ୍’ ପରିଦର୍ଶନ କଲା ଜାପାନୀ ପ୍ରତିନିଧି ଦଳ

November 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Odisha-Japan Startup and Business Collaboration: Japanese Delegation Visits 'O-Hub'

ଭୁବନେଶ୍ୱର: ଓଡ଼ିଶା ଓ ଜାପାନ ମଧ୍ୟରେ ଷ୍ଟାର୍ଟଅପ୍, ଏମ୍‌ଏସ୍‌ଏମ୍‌ଇ ଏବଂ ବ୍ୟବସାୟିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଜାପାନର ଟୋଟୋରି ପ୍ରିଫେକ୍‌ଚର୍‌ର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ଭୁବନେଶ୍ୱରସ୍ଥିତ ‘ଓ-ହବ୍-ଷ୍ଟାର୍ଟଅପ୍ ଓଡ଼ିଶା’ ପରିଦର୍ଶନ କରିବା ସହ ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଓ ନୂତନ ସମ୍ଭାବନା ନେଇ ବ୍ୟାପକ ଆଲୋଚନା କରିଛନ୍ତି। ଏହି ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଓଡ଼ିଶାର ଷ୍ଟାର୍ଟଅପ୍ ସଂସ୍ଥା ସଷ୍ଟେନେବିଲିଟି ଲିଡର୍ସ ଓଡ଼ିଶା ପ୍ରାଇଭେଟ୍ ଲିମିଟେଡ୍ ଏବଂ ଜାପାନର ଟୋଟୋରିସ୍ଥିତ ବ୍ୟବସାୟିକ ସଂସ୍ଥା ୱାନଷ୍ଟ୍ରକ୍ସନ୍ ଇଙ୍କ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା। ଗତ ଜୁଲାଇ ୩୦ ତାରିଖରେ ଟୋଟୋରି ପ୍ରତିନିଧି ଦଳର ଓଡ଼ିଶା ଗସ୍ତ ସମୟରେ ହୋଇଥିବା ପ୍ରାରମ୍ଭିକ ଆଲୋଚନା ଏବଂ ପରବର୍ତ୍ତୀ ଯୋଗାଯୋଗର ସଫଳ ପରିଣତି ସ୍ୱରୂପ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଷ୍ଟାର୍ଟଅପ୍ ସହଯୋଗ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି ହୋଇଛି। ଏହି କାର୍ଯ୍ୟକ୍ରମରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ଉଦ୍ୟମିତାକୁ ପ୍ରୋତ୍ସାହନ ଏବଂ ଆନ୍ତର୍ଜାତିକ ସହଯୋଗ ମାଧ୍ୟମରେ ବ୍ୟବସାୟିକ ସୁଯୋଗର ସମ୍ପ୍ରସାରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏମ୍‌ଏସ୍‌ଏମ୍‌ଇ ବିଭାଗର ସଚିବ ରଶ୍ମିତା ପଣ୍ଡା ରାଜ୍ୟର ଷ୍ଟାର୍ଟଅପ୍ ପରିବେଶକୁ ସୁଦୃଢ଼ କରିବା, ନବସୃଜନକୁ ପ୍ରୋତ୍ସାହନ ଦେବା ଓ ଆନ୍ତର୍ଜାତିକ ସହଭାଗିତା ବୃଦ୍ଧି ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଜାପାନର ପ୍ରତିନିଧି ଦଳରେ ଟୋଟୋରି ପ୍ରିଫେକ୍‌ଚରାଲ୍ ସରକାରଙ୍କ ବାଣିଜ୍ୟ, ଶିଳ୍ପ ଓ ଶ୍ରମ ବିଭାଗର ମହାନିର୍ଦ୍ଦେଶକ ତୋରୁ ସାସାକି, ସାନ୍‌-ଇନ୍ ଗୋଡୋ ବ୍ୟାଙ୍କର ନିର୍ଦ୍ଦେଶିକା ୟୋସିଓକା ଏବଂ ଟୋଟୋରି ପ୍ରିଫେକ୍‌ଚରାଲ୍ ଇଣ୍ଡଷ୍ଟ୍ରିଆଲ୍ ପ୍ରମୋସନ୍ ଅର୍ଗାନାଇଜେସନ୍‌ର ସଭାପତି କାଜୁହିକୋ ଇକେଦାଙ୍କ ସମେତ ଜାପାନର ବିଭିନ୍ନ କମ୍ପାନୀର ପ୍ରତିନିଧିମାନେ ସାମିଲ ହୋଇଥିଲେ। ଜାପାନର ପ୍ରତିନିଧିମାନେ ସେମାନଙ୍କ ଅଭିଭାଷଣରେ, କୃଷି, ନିର୍ମାଣ, କୃତ୍ରିମ ବୁଦ୍ଧିମତ୍ତା, ଉତ୍ପାଦନ, ସ୍ଥାୟୀ ବିକାଶ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସମ୍ଭାବ୍ୟ ସହଯୋଗ, ବଜାର ସୁଯୋଗ ଓ ବ୍ୟବସାୟିକ ସହଭାଗିତା ଉପରେ ଆଶା ପ୍ରକଟ କରିଥିଲେ। ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ ନିର୍ବାହୀ ଅଧିକାରୀ ସ୍ମୃତି ରଞ୍ଜନ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜାପାନ ପ୍ରତିନିଧି ଦଳର ସଦସ୍ୟମାନେ ନିଜ ନିଜର ମତ ରଖିଥିଲେ। ଓଡ଼ିଶାର ବିଭିନ୍ନ ଷ୍ଟାର୍ଟଅପ୍ ସଂସ୍ଥା ସେମାନଙ୍କର ଅଭିନବ ଉଦ୍ୟୋଗ, ଉତ୍ପାଦ ଓ ସମାଧାନମୂଳକ ପ୍ରଯୁକ୍ତି ଜାପାନୀ ପ୍ରତିନିଧିମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମ ଓଡ଼ିଶାର ଆନ୍ତର୍ଜାତିକ ଷ୍ଟାର୍ଟଅପ୍ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଦ୍ୱିପାକ୍ଷିକ ବ୍ୟବସାୟିକ ସହଯୋଗର ସୁଯୋଗକୁ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

'ଓ-ହବ୍' ଓଡ଼ିଶା-ଜାପାନ ଷ୍ଟାର୍ଟଅପ୍ ଜାପାନୀ ପ୍ରତିନିଧି ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୪୫ ଯାତ୍ରୀ ଉଦ୍ଧାର; ୨ ଗୁରୁତର

November 11, 2026

ତାଳଦଣ୍ଡା କେନାଲରୁ ମୃତଦେହ ଉଦ୍ଧାର, ମୃତକଙ୍କ ପରିଚୟ ଏବେ ବି ଅସ୍ପଷ୍ଟ

November 11, 2026

ରାଜ୍ୟ ସରକାର ଏବଂ ଏମ୍‌ଏସ୍ ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ

November 11, 2026

ମିଲେଟ୍‌ ଆଧାରିତ କୃଷି ପରିବର୍ତ୍ତନ ଲାଗି ଜାତୀୟ ରୂପରେଖ ଉପସ୍ଥାପନ କଲା ଓଡ଼ିଶା

November 11, 2026
Latest News

ଦିଲ୍ଲୀ ପର୍ଯ୍ୟଟନକୁ ନୂଆ ଦିଶା: ଆରମ୍ଭ ହେଲା ‘ନମୋ ଯମୁନା ରିଭର ସଫାରୀ’

November 11, 2026

ଡିଜିଟାଲ୍ ଅରେଷ୍ଟ୍ ନାଁରେ ଲୁଟ୍!: ୨୦୨୬ରେ ଲୋକଙ୍କଠୁ ଗଲା ୮୦୦ କୋଟି

November 11, 2026

ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୪୫ ଯାତ୍ରୀ ଉଦ୍ଧାର; ୨ ଗୁରୁତର

November 11, 2026

୨୦୨୮ ଆଇପିଏଲ୍‌ରେ ବଢ଼ିବ ଟିମ୍ ସଂଖ୍ୟା: ୧୨ ଟିମ୍‌କୁ ନେଇ ହୋଇପାରେ ଟୁର୍ଣ୍ଣାମେଣ୍ଟ୍

November 11, 2026

ତାଳଦଣ୍ଡା କେନାଲରୁ ମୃତଦେହ ଉଦ୍ଧାର, ମୃତକଙ୍କ ପରିଚୟ ଏବେ ବି ଅସ୍ପଷ୍ଟ

November 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.