Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉଦ୍‌ଯାପିତ
ରାଜ୍ୟ ଖବର

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉଦ୍‌ଯାପିତ

November 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
State-level children’s festival ‘Surabhi-2026’ concludes

ଭୁବନେଶ୍ୱର: ଭୁବନେଶ୍ୱରଠାରେ ଆୟୋଜିତ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁନି ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ସହ ଉଦ୍ୟମ, ଶୃଙ୍ଖଳା ଓ ପରିଶ୍ରମ ମାଧ୍ୟମରେ ସଫଳତା ମିଳିଥାଏ ବୋଲି ମତପ୍ରକାଶ କରିଛନ୍ତି। ଏହି ଉଦ୍‌ଯାପନୀ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ସମାରୋହରେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡ଼ା. ଏନ୍‌. ତିରୁମାଲା ନାଏକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଯୁଗଲେଶ୍ୱରୀ ଦାଶ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ ଏବଂ ଓସେପାର ଭାରପ୍ରାପ୍ତ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସଙ୍ଗୀତା ବେହେରା ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ଉଦ୍‌ଯାପନୀ ଅଭିଭାଷଣ ଦେଇ ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣ୍ଡ କହିଥିଲେ ଯେ ଗୋଟିଏ ଜାତିର ପ୍ରକୃତ ଶକ୍ତି ହେଉଛି ତାହାର ଶିକ୍ଷିତ, ସଚେତନ ଓ ଦକ୍ଷ ଯୁବପିଢ଼ି। ପ୍ରତ୍ୟେକ ଶିଶୁ ଯେପରି ଗୁଣାତ୍ମକ ଶିକ୍ଷା, ସମାନ ସୁଯୋଗ ଓ ଏକ ସୁରକ୍ଷିତ ଶିକ୍ଷଣ ପରିବେଶ ପାଇପାରିବେ, ସେଥିପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ବିଦ୍ୟାଳୟର ଭିତ୍ତିଭୂମି ବିକାଶ, ଶିକ୍ଷାଦାନର ମାନ ବୃଦ୍ଧି, ଶିକ୍ଷକମାନଙ୍କ ଦକ୍ଷତା ବିକାଶ, ଡିଜିଟାଲ ଓ ବୈଷୟିକ ଶିକ୍ଷାର ପ୍ରସାର ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ସୃଜନଶୀଳତା, କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଭାର ବିକାଶକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଶିଶୁଟିଏ ହେଉଛି ଗୋଟିଏ ପରିବାରର ଆଶା, ସମାଜର ସମ୍ଭାବନା ଏବଂ ରାଷ୍ଟ୍ରର ଭବିଷ୍ୟତ। ତେଣୁ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏକ ସୁସ୍ଥ, ସୁନ୍ଦର ଓ ସୁଯୋଗପୂର୍ଣ୍ଣ ପରିବେଶ ଗଢ଼ିଦେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି। ଏଥିସହ ଉଦ୍ୟମ, ଶୃଙ୍ଖଳା, ପରିଶ୍ରମ ଫଳରେ ସଫଳତା ମିଳିବ ବୋଲି ମନ୍ତ୍ରୀ ପିଲାମାନଙ୍କୁ ଉତ୍ସାହିତ କରି କହିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ମେୟର୍ ଶ୍ରୀମତୀ ଦାସ କହିଥିଲେ ଯେ ରାଜ୍ୟର କୋଣଅନୁକୋଣରୁ ଛାତ୍ରଛାତ୍ରୀ ସୁରଭି ମହୋତ୍ସବକୁ ଅପେକ୍ଷା କରି ରହିଥାନ୍ତି। ଏହି ମଞ୍ଚ ସେମାନଙ୍କୁ ଦକ୍ଷତା ପ୍ରଦର୍ଶନର ସୁଯୋଗ ପ୍ରଦାନ କରିଥାଏ। ଏଭଳି ଏକ ବୃହତ୍ ସ୍ତରରେ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରୟାସକୁ ମଧ୍ୟ ପ୍ରଶଂସା କରିଥିଲେ। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡ଼ା. ଏନ୍‌. ତିରୁମାଲା ନାଏକ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ଏହି ମହୋତ୍ସବର ସମାନ ଉତ୍ସାହ ସହିତ ଅଂଶଗ୍ରହଣ ଜାରି ରଖିବାକୁ ପ୍ରୋତ୍ସାହିତ କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ‘ପଢ଼ିବା ଗଢ଼ିବା, ଓଡ଼ିଶା ପୁସ୍ତକମାଳା’ ଏବଂ ‘ଅକ୍ଷର ଓ ଅଙ୍କ’ ପତ୍ରିକାର ଶୁଭ ଉନ୍ମୋଚନ କରିଥିଲେ। ଶିକ୍ଷାର୍ଥୀଙ୍କ ମଧ୍ୟରେ ପଠନ ଅଭ୍ୟାସ ଏବଂ ମୌଳିକ ସାକ୍ଷରତା ଦକ୍ଷତା ବୃଦ୍ଧି ପାଇଁ ପ୍ରସ୍ତୁତ ୩୦୦ଟି ନୂତନ ବୟସ ଉପଯୋଗୀ ପଠନ ସାମଗ୍ରୀକୁ ମଧ୍ୟ ମନ୍ତ୍ରୀ ଉନ୍ମୋଚନ କରିଥିଲେ। ସେହିପରି ନିପୁଣ ଓଡ଼ିଶା ମିଶନର ସଫଳତା, ଅଭିନବ ପ୍ରୟାସ ଏବଂ ଛାତ୍ରଛାତ୍ରୀଙ୍କ ସୃଜନଶୀଳ କଳାକୃତିକୁ ନେଇ ପ୍ରସ୍ତୁତ ତ୍ରୈମାସିକ ପତ୍ରିକା ‘ଅକ୍ଷର ଓ ଅଙ୍କ’ ର ଶୁଭ ଉନ୍ମୋଚନ କରାଯାଇଥିଲା। ଚଳିତ ବର୍ଷ ସୁରଭି ମହୋତ୍ସବ ଅବସରରେ ଚତୁର୍ଥ ଶ୍ରେଣୀଠାରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, କୁଇଜ୍‌, ପ୍ରବନ୍ଧ ଲିଖନ, ବକ୍ତୃତା, ସୃଜନଶୀଳ ଲିଖନ, ସଙ୍ଗୀତ, ବିତର୍କ ଏବଂ ଓଡ଼ିଆ ହସ୍ତାକ୍ଷର ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଦ୍‌ଯାପନୀ ସନ୍ଧ୍ୟାରେ ମଞ୍ଚରେ ଉପସ୍ଥିତ ମାନ୍ୟବର ଅତିଥିବୃନ୍ଦ ବିଭିନ୍ନ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ । ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ତିନୋଟି ଜିଲ୍ଲାକୁ ପୁରସ୍କୃତ କରାଯାଇଥିଲା ।

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଜାତୀୟ ଆଇନ ସେବା ସପ୍ତାହ ଉଦଯାପିତ

November 15, 2026

ସାମାଜିକ ସୁରକ୍ଷାର ସୁଦୃଢ଼ୀକରଣ ହିଁ ସମାବେଶୀ ବିକାଶର ଆଧାର

November 15, 2026

ମଣିଷ ସଭ୍ୟତାକୁ ନିଶ୍ଚିହ୍ନ କରିଦେବ ଏଆଇ, ଆଗାମୀ ୩ ବର୍ଷରେ ନିଷ୍ପତ୍ତି ନିଜେ ନେବ, ନିୟନ୍ତ୍ରଣ ବାହାରକୁ ଚାଲିଯିବ

November 14, 2026

ରୋଷେଇ କରୁଥିବା ବେଳେ ଅଘଟଣ, ନିଆଁରେ ଜଳିଗଲା ମହିଳାଙ୍କ ଜୀବନ

November 14, 2026
Latest News

ବାଣପୁରରେ ଜାତୀୟ ଆଇନ ସେବା ସପ୍ତାହ ଉଦଯାପିତ

November 15, 2026

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉଦ୍‌ଯାପିତ

November 15, 2026

ସାମାଜିକ ସୁରକ୍ଷାର ସୁଦୃଢ଼ୀକରଣ ହିଁ ସମାବେଶୀ ବିକାଶର ଆଧାର

November 15, 2026

ଶୀତ ଅଧିବେଶନ ପୂର୍ବରୁ ସଂସଦରେ ବଡ଼ ହଲଚଲ, ସରକାରଙ୍କ ଯୋଜନାକୁ ନେଇ ବିରୋଧୀଙ୍କ ପ୍ରଶ୍ନ

November 15, 2026

ଆଜି ନଭେମ୍ବର ୧୫ ତାରିଖ ରବିବାରରେ ସାତୋଟି ରାଶି ପାଇଁ ରହିଛି ମଙ୍ଗଳମୟ, ଜାଣନ୍ତୁ ରାଶିଫଳ

November 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.