Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ସମ୍ଭାବ୍ୟ ବର୍ଷା ଓ ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ଜୋରଦାର
ରାଜ୍ୟ ଖବର

ସମ୍ଭାବ୍ୟ ବର୍ଷା ଓ ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ଜୋରଦାର

November 16, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Water Resources Department's preparations in full swing to tackle potential rain and floods

ଭୁବନେଶ୍ବର: ରାଜ୍ୟରେ ସମ୍ଭାବ୍ୟ ବର୍ଷା ଓ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଦିଲ୍ଲୀପ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଆଭାସୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହାସହ ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ନକ୍ସା) ଏବଂ ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ମନିଟରିଂ), ମୁଖ୍ୟ ଯନ୍ତ୍ରୀ, ଆରବିଭିଏନ୍‌, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଏବଂ ସମ୍ପୃକ୍ତ ସମସ୍ତ ଅଧୀକ୍ଷଣ ଯନ୍ତ୍ରୀ ଯୋଗଦେଇଥିଲେ। ବୈଠକରେ ସମ୍ଭାବ୍ୟ ବର୍ଷାର ପରିମାଣ, ନଦୀଗୁଡ଼ିକରେ ଜଳପ୍ରବାହ ବୃଦ୍ଧିର ଆଶଙ୍କା, ଜଳଭଣ୍ଡାରଗୁଡ଼ିକରେ ଜଳପ୍ରବେଶ ଏବଂ ସେଗୁଡ଼ିକର ସୁପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲ୍ଲାର ୮ଟି ମଧ୍ୟମ ଜଳଭଣ୍ଡାର ଏବଂ ଗଜପତି ଜିଲ୍ଲାର ୨ଟି ମଧ୍ୟମ ଜଳଭଣ୍ଡାରରେ ବୃଦ୍ଧି ପାଇଥିବା ଜଳସଂରକ୍ଷଣର ସ୍ଥିତିକୁ ନେଇ ସବିଶେଷ ସମୀକ୍ଷା କରାଯାଇଥିଲା। ବର୍ତ୍ତମାନର ଜଳସଂରକ୍ଷଣ ସ୍ତର ଏବଂ ପାଣିପାଗର ପୂର୍ବାନୁମାନକୁ ଆଧାର କରି ଆଗାମୀ ପାଣିପାଗଜନିତ ପରିସ୍ଥିତିରେ ଅନୁସରଣ କରାଯିବାକୁ ଥିବା ମାନକ ପରିଚାଳନା ପ୍ରକ୍ରିୟା (ଏସ୍‌ଓପି) ମଧ୍ୟ ଚୂଡ଼ାନ୍ତ କରାଯାଇଥିଲା। ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଉପରେ ନିରନ୍ତର ନଜର ରଖିବା, ବିଭିନ୍ନ ଡିଭିଜନ ମଧ୍ୟରେ ଉତ୍ତମ ସମନ୍ୱୟ ବଜାୟ ରଖିବା ଏବଂ ସମୟୋଚିତ ନିଷ୍ପତ୍ତି ଗ୍ରହଣ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସମ୍ଭାବ୍ୟ ବିପଦର ଆଗୁଆ ଆକଳନ, ସତର୍କତାମୂଳକ ପଦକ୍ଷେପ ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ଜଳଭଣ୍ଡାର ଓ ଅନ୍ୟାନ୍ୟ ଜଳଭିତ୍ତିକ ଭିତ୍ତିଭୂମିର ସୁରକ୍ଷା ପାଇଁ ବିଭାଗ ପ୍ରତିବଦ୍ଧ ରହିଛି। ଆଗାମୀ ପାଣିପାଗ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ଆବଶ୍ୟକସ୍ଥଳେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ ସମସ୍ତ କ୍ଷେତ୍ରୀୟ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ଗୁରୁତ୍ୱ ଦିଆଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବାସହୀନଙ୍କ ପାଇଁ ବଡ଼ ଖବର: ଆୟସୀମା ବଢ଼ାଇଲେ ସରକାର, ଏବେ ମିଳିବ ୪ ଡେସିମିଲ ମାଗଣା ଜମି

November 16, 2026

ଜନଜାତି ସାହିତ୍ୟ ଓ ଭାଷା ସଂରକ୍ଷଣ ଦେଶର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିବ : ରାଜ୍ୟପାଳ

November 16, 2026

ହାତୀ ମୃତ୍ୟୁ ମାମଲା: ଫରେଷ୍ଟର, ଫରେଷ୍ଟ ଗାର୍ଡ ସସ୍‌ପେଣ୍ଡ

November 16, 2026

ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

November 15, 2026
Latest News

କୁମାମୋତୋ ଜାପାନ ମାଷ୍ଟର୍ସ ଚାମ୍ପିଅନ୍ ହେଲେ ଲକ୍ଷ୍ୟ ସେନ୍

November 16, 2026

ବାସହୀନଙ୍କ ପାଇଁ ବଡ଼ ଖବର: ଆୟସୀମା ବଢ଼ାଇଲେ ସରକାର, ଏବେ ମିଳିବ ୪ ଡେସିମିଲ ମାଗଣା ଜମି

November 16, 2026

ସମ୍ଭାବ୍ୟ ବର୍ଷା ଓ ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ଜୋରଦାର

November 16, 2026

ଜନଜାତି ସାହିତ୍ୟ ଓ ଭାଷା ସଂରକ୍ଷଣ ଦେଶର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିବ : ରାଜ୍ୟପାଳ

November 16, 2026

ଚାକିରି ନୁହେଁ, ଏବେ ନିଜେ ହେବେ ମାଲିକ! ଫୁଡ୍ ବିଜନେସ୍ ପାଇଁ ମିଳିବ ୭୫% ସବସିଡି

November 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.