Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଚିଲିକା ବ୍ଲକ୍‌ରେ ବିଦ୍ୟୁତ୍‌ ସଂଯୋଗ କରିବା ସମୟରେ ଦୁର୍ଘଟଣାରେ ଗୁରୁତର ହେଲେ ଟେକ୍‌ନିସିଆନ୍‌
ରାଜ୍ୟ ଖବର

ଚିଲିକା ବ୍ଲକ୍‌ରେ ବିଦ୍ୟୁତ୍‌ ସଂଯୋଗ କରିବା ସମୟରେ ଦୁର୍ଘଟଣାରେ ଗୁରୁତର ହେଲେ ଟେକ୍‌ନିସିଆନ୍‌

January 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଚିଲିକା: ଆଜି ଚିଲିକା ବ୍ଲକ୍‌ର ବେଗୁନିଆ ଗ୍ରାମଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଦ୍ୟୁତ୍‌ ସଂଯୋଗ ଦେଉଥିବା ସମୟରେ ଜଣେ ଟେକ୍‌ନିସିଆନ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାରେ ତାଙ୍କ ଡାହାଣ ହାତଟି କରେଣ୍ଟ ବାଜି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ  ଚିଲିକା ବ୍ଲକ୍‌ ଅନ୍ତର୍ଗତ ହରିପୁର ଗ୍ରାମ ପଞ୍ଚାୟତର ବେଗୁନିଆ ଗ୍ରାମର କୁନା ପଲେଇ (୨୮ବର୍ଷ) ନାମକ ଜଣେ ଯୁବକ ବାଲୁଗାଁ ଫେଡ୍‌କୋ ସବ୍‌ଡିଭିଜନ୍‌ର ଟେକ୍‌ନିସିଆନ୍‌ ରୂପେ କାର୍ଯ୍ୟରତ ଥିଲେ। ସେହି ଗ୍ରାମର ଜଣେ ବିଦ୍ୟୁତ ଉପଭୋକ୍ତାଙ୍କ ଲାଇଟ୍‌ କଟିଯିବାରୁ ୧୧ କେଭି ଲାଇନ୍‌ ସପ୍ଲାଇ କରୁଥିବା ସମୟରେ ଭୁଲ୍‌ରେ ଫେଜ୍‌ କନକେସନ୍‌ ଦେଇଦେବାରୁ କରେଣ୍ଟ ଲାଗି ଡାହାଣ ହାତ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ତାଙ୍କୁ ତୁରନ୍ତ କୁହୁଡିସ୍ଥିତ ଘରୋଇ ନର୍ସିଂହୋମରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଆମ୍ରି ହସ୍‌ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା।

କୁନାଙ୍କ ଚିକିତ୍ସା ପାଇଁ ଫେଡ୍‌କୋ ତରଫରୁ କିଛି ସାହାଯ୍ୟ ମିଳିଥିବାବେଳେ ଏହା ସମୁଦ୍ରକୁ ଶଙ୍ଖେ ପରି। ସମ୍ପୃକ୍ତ ଟେକନିସାଆନ ଜଣକ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ ତାଙ୍କର ଏପରି ସମୟରେ ତାଙ୍କ ପରିବାରରେ ଏବେ ଏକ ବଡ ବିପତ୍ତି ପଡିଛି। ତାଙ୍କ ଚିକିତ୍ସା ପାଇଁ ଅର୍ଥ ଏବେ ବାଧକ ସାଜିଛି। ଜଣେ ଯୁବ ଟେକ୍‌ନିସଆନ୍‌ଙ୍କ କାର୍ଯ୍ୟରତ ସମୟରେ ଏପରି ବିପଜ୍ଜନକ ଦୁର୍ଘଟଣା ଘଟିଥିବାରୁ ତାଙ୍କୁ ସରକାର ତରଫରୁ ସହାୟତା ରାଶି ଦିଆଯିବା ନେଇ ଦାବି କରାଯାଇଛି।

ରିପୋର୍ଟର: ସୀତାରାମ ଅଗ୍ରୱାଲ

ଚିଲିକା ବ୍ଲକ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଭିଜିଲାନ୍ସ ଜାଲରେ CADA ବିଭାଗର ଯନ୍ତ୍ରୀ

June 23, 2026

ତାମିଲନାଡୁ ଗ୍ୟାସ୍ ଲିକ୍ ଟ୍ରାଜେଡିରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

June 23, 2026

କଲ୍ୟାଣସିଂହପୁର ନିର୍ଯାତନା ଘଟଣାରେ ଜାତୀୟ ମହିଳା କମିସନଙ୍କ କଡ଼ା ପଦକ୍ଷେପ

June 23, 2026

ମନ୍ଦିରରେ ବିଗ୍ରହ ପ୍ରତିଷ୍ଠାକୁ ନେଇ ତୀବ୍ର ବିବାଦ: ୧୬୩ ଧାରା ଜାରି

June 23, 2026
Latest News

ଏବେ ବିଶ୍ୱକୁ ମୁକ୍ତ ଭାବରେ ତେଲ ବିକ୍ରୟ କରିବ ଇରାନ: ଭାରତ ହେବ ଲାଭବାନ!

June 23, 2026

ଟିମ୍ ଇଣ୍ଡିଆ ପାଇଁ ବଡ଼ ଝଟକା!: ଆୟରଲ୍ୟାଣ୍ଡ ଗସ୍ତରୁ ବାଦ ପଡିଲେ ଏହି ଖେଳାଳି

June 23, 2026

ବିଦ୍ରୋହୀ ଗୋଷ୍ଠୀକୁ ଚ୍ୟାଲେଞ୍ଜ: ନୂଆ କମିଟି ଗଠନ କଲେ ମମତା ବାନାର୍ଜୀ

June 23, 2026

ମୋଦି ମନ୍ତ୍ରୀମଣ୍ଡଳରେ ପୁନର୍ଗଠନ ହେବ କି?: ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଏନ୍

June 23, 2026

ଭିଜିଲାନ୍ସ ଜାଲରେ CADA ବିଭାଗର ଯନ୍ତ୍ରୀ

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.