Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ବାବା ସାହେବଙ୍କ ବୁଦ୍ଧମାର୍ଗ, ସମୟକୁ ଅତିକ୍ରମ କରିଥିବା ଏକ ରାଜନୈତିକ ଧର୍ମକଥା
ମତାମତ

ବାବା ସାହେବଙ୍କ ବୁଦ୍ଧମାର୍ଗ, ସମୟକୁ ଅତିକ୍ରମ କରିଥିବା ଏକ ରାଜନୈତିକ ଧର୍ମକଥା

April 14, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ସମସ୍ତେ ଜାଣନ୍ତି, ବାବା ସାହେବ ଭୀମରାଓ ଆମ୍ବେଦକର ନିଜ ଦେହାବସାନର ମାତ୍ର ଦୁଇ ମାସ ଆଗରୁ ୧୪ ଅକ୍ଟୋବର ୧୯୫୬ରେ ହିନ୍ଦୁ ଧର୍ମକୁ ପ୍ରତ୍ୟାଖ୍ୟାନ କରି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ତେବେ ବିଧିବଦ୍ଧ ଭାବରେ ବୌଦ୍ଧ ଦୀକ୍ଷା ନେବା ଆଗରୁ ବୁଦ୍ଧଙ୍କୁ ପଢିବା, ବୁଝିବା ଓ ବୁଦ୍ଧମାର୍ଗର ଆଲୋଚନା କରିବାରେ ବାବା ସାହେବ ବହୁ ସମୟ ବିତାଇଛନ୍ତି। ଆଇନ, ଅର୍ଥନୀତି, ରାଜନୀତି ଓ ସମାଜତତ୍ତ୍ଵ ଉପରେ ସେ ଯେତିକି ଲେଖିଛନ୍ତି, ବୁଦ୍ଧ, ସଂଘ ଓ ପାଲି ଭାଷାର ପରମ୍ପରା ବିଷୟରେ ମଧ୍ୟ ସେତିକି ଗଭୀର ମନନ କରିଛନ୍ତି। ବୋଧେ ବହୁତ କମ ଲୋକ ଜାଣନ୍ତି ଆମ୍ବେଦକର ପାଲି ଭାଷାର ଏକ ବିଶାଳକାୟ ଅଭିଧାନ ନିଜେ ସଂକଳିତ କରିଥିଲେ। ବୁଦ୍ଧମାର୍ଗ ତାଙ୍କ ଲାଗି କେବଳ ମୋକ୍ଷମାର୍ଗ ନଥିଲା, ତାହା ଥିଲା ସାମାଜିକ କ୍ରାନ୍ତିର ଏକମାତ୍ର ପ୍ରତିଷ୍ଠିତ ପନ୍ଥା।

ଧାର୍ମିକ ଜୀବନବୋଧ ବିଷୟରେ ଆଲୋଚନା କରିବାକୁ ଯାଇ ଆମ୍ବେଦକର ତାଙ୍କର ଏକ ପ୍ରସିଦ୍ଧ ପ୍ରବନ୍ଧ “ବୁଦ୍ଧ ଓ ତାଙ୍କ ଧର୍ମର ଭବିଷ୍ୟତ” ରେ ଯୀଶୁଖ୍ରୀଷ୍ଟ, ମହମ୍ମଦ, କୃଷ୍ଣ ଓ ଗୌତମ ବୁଦ୍ଧଙ୍କ ଜୀବନର ତୁଳନାତ୍ମକ ଅଧ୍ୟୟନ କରିଛନ୍ତି। ବାବା ସାହେବଙ୍କ ନିଜ ଭାଷାରେ- ଯୀଶୁ ନିଜକୁ ଈଶ୍ବରଙ୍କ ପୁତ୍ର ବୋଲି କହିଥିବା ବେଳେ ମହମ୍ମଦ ନିଜକୁ ଈଶ୍ବରଙ୍କ ଦୂତ ବୋଲି କହିଛନ୍ତି। କୃଷ୍ଣ ସ୍ଵୟଂ ନିଜକୁ “ଦେବାଧିଦେବ” ଓ “ପରମେଶ୍ଵର”ବୋଲି ଅଭିହିତ କରିଛନ୍ତି। ଏହାର ବିପରୀତରେ ବୁଦ୍ଧ ଈଶ୍ଵରତ୍ଵକୁ ଅସ୍ଵୀକାର କରିଛନ୍ତି। ସିଦ୍ଧାନ୍ତ ଓ ଅନୁଭୂତି ବିନା କୌଣସି ସତ୍ୟକୁ ଗ୍ରହଣ ନକରିବା ଲାଗି ସେ ସ୍ପଷ୍ଟ ଡିଶ ନିର୍ଦ୍ଦେଶ ଦେଇଛନ୍ତି। ଯୀଶୁ, ମହମ୍ମଦ ଓ କୃଷ୍ଣ ନିଜକୁ “ମୋକ୍ଷଦାତା” ବୋଲି କହିଥିବା ବେଳେ ବୁଦ୍ଧହ ନିଜକୁ “ମାର୍ଗଦାତା”ର ଭୂମିକା ଦେଇଛନ୍ତି। ମହା ପରିନିର୍ବାଣ ସୂତ୍ରରେ ବୁଦ୍ଧ ଆନନ୍ଦଙ୍କୁ କହୁଛନ୍ତି- ଧର୍ମର ଆଧାର ହେଉଛି ସିଦ୍ଧାନ୍ତ ଓ ଅନୁଭୂତି। ତାଙ୍କର ଶିଷ୍ୟମାନେ ବିନା ପରୀକ୍ଷାରେ ତାଙ୍କ କଥା ଗ୍ରହଣ କରିବା ଉଚିତ ନୁହେଁ। ଭାରତୀୟ ଧର୍ମ ଇତିହାସରେ ବୁଦ୍ଧ ସେଥିଲାଗି କ୍ରାନ୍ତିର ମହାନାୟକ ଭାବରେ ସ୍ଵତନ୍ତ୍ର ସ୍ଥାନ ପାଇଛନ୍ତି।

ଚତୁର୍ବର୍ଣ୍ଣ ବା ଭାରତୀୟ ସାମାଜିକ ଜୀବନରେ ଜାତି ଆଧାରିତ(କେହି କେହି ଏହାକୁ କର୍ମ ଆଧାରିତ ବୋଲି କହିଥାନ୍ତି) ବ୍ୟବସ୍ଥାକୁ କୃଷ୍ଣ ସ୍ୱୀକୃତି ଦେଇଥିବା ବେଳେ ବୁଦ୍ଧ ଏହାକୁ ମୂଳରୁ ବିରୋଧ କରିଥିଲେ। କର୍ମ ଓ ଧର୍ମକୁ ନେଇ ଜେମିନୀ ବ୍ରାହ୍ମଣର ଅର୍ଥନ୍ୟାସକୁ ଦେଖାଇ ଆମ୍ବେଦକର ହିନ୍ଦୁଧର୍ମ ଭିତରେ ରହିଥିବା ଅସମାନ ସମାଜ ବ୍ୟବସ୍ଥାକୁ କଠୋର ସମାଲୋଚନା କରିଛନ୍ତି। ତାଙ୍କ ଅନ୍ଵେଷା ବୁଦ୍ଧଙ୍କ ପାଖରେ ପରିତୃପ୍ତି ପାଇଛି। ବୁଦ୍ଧ ନିଜ ଧର୍ମମାର୍ଗକୁ ସଭିଙ୍କ ଲାଗି ଉନ୍ମୋଚିତ କରିଥିଲେ। ବର୍ଣ୍ଣ ବ୍ୟବସ୍ଥାର ସବୁଠୁ ତଳେ ଥିଲା ଅନ୍ତ୍ୟଜ ଓ ଦଳିତମାନଙ୍କୁ  ବୁଦ୍ଧ ନିଜ ସଙ୍ଘରେ ସାମିଲ କରିଥିଲେ। ଏପରିକି ଲିଙ୍ଗଭେଦକୁ ଅତିକ୍ରମ କରି ସଂଘ ଭିତରେ ଭିକ୍ଷୁଣୀମାନଙ୍କୁ ମଧ୍ୟ ସ୍ଵାଗତ କରାଯାଇଥିଲା। ତେଣୁ  ସମତା ଓ ଅନ୍ବେଷାର ସତ୍ୟପଥ ଭାବରେ ସେ ବୁଦ୍ଧଙ୍କୁ ଗ୍ରହଣ କରିଥିଲେ।

ବୁଦ୍ଧ ମାର୍ଗ ଓ ବୁଦ୍ଧ ଜୀବନକୁ ନେଇ ବାବାସାହେବ ଅନେକ କିଛି ଲେଖିଛନ୍ତି। ଗୌତମଙ୍କ ଜୀବନ ଚରିତ ଲେଖିବାକୁ ଯାଇ ସେଇ ଜୀବନ କାହାଣୀ ଭିତରେ ସେ ଭାରତର ସାମାଜିକ ଇତିହାସକୁ ତନ୍ନ ତନ୍ନ କରି ବିଶ୍ଳେଷଣ କରିଛନ୍ତି। ଧର୍ମ କେବଳ ଉପାସନା ଓ ଆଚାର ସଂହିତା ନୁହେଁ ବରଂ ବୁଦ୍ଧ ଧର୍ମକୁ ନୈତିକତାର ଚରମ ଉତ୍କର୍ଷ ଭାବରେ ଗ୍ରହଣ କରିଛନ୍ତି। ଧର୍ମ ଓ ସଂଘ ମାର୍ଗର ବାସ୍ତବ ଜୀବନଚର୍ୟାକୁ  ଦଳିତଙ୍କ ଭିତରେ ଅଧିକ ଲୋକପ୍ରିୟ କରାଇବାରେ ଆମ୍ବେଦକର ତାଙ୍କର ପୂରା ଜୀବନ ସମର୍ପିତ କରିଥିଲେ।

ବାବାସାହେବ ଆମ୍ବେଦକର ଭାରତୀୟ ଇତିହାସରେ କେବଳ ଦଳିତ ଉତ୍ଥାନ ର କର୍ଣ୍ଣଧାର ନୁହନ୍ତି, ସେ ହିନ୍ଦୁ ଧର୍ମର ଶେଷତମ ମହାନ ଆଲୋଚକ। ହିନ୍ଦୁ ଧର୍ମ ଭିତରେ ରହିଥିବା ଅସମାନତା ଓ ଉପାସନା ପ୍ରବଣତା ବିରୋଧରେ ତର୍କ, ସିଦ୍ଧାନ୍ତ ଓ ଅବୁଭବକୁ ଆମ୍ବେଦକର ସର୍ବାଧିକ ଗୁରୁତ୍ଵ ଦେଇଛନ୍ତି।

ଆଜି ବାବାସାହେବଙ୍କ  ଜନ୍ମଦିନ ବସରରେ ତାଙ୍କୁ ଆମର ଗଭୀର ଶ୍ରଦ୍ଧାଞ୍ଜଳି।

Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

April 30, 2026

ବଙ୍ଗ କାହାର ? ଦିଦି ବନାମ ମୋଦୀ

April 29, 2026
Latest News

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026

ଟିଏମସି ଆଣିଲା ସାଂଘାତିକ ଆଭିଯୋଗ

April 30, 2026

ଆଜି ଲଞ୍ଚ ହେବ ଓବେନ୍ ଇଲେକ୍ଟ୍ରିକ୍‌ର ନୂଆ ବାଇକ୍!: କମ ମୂଲ୍ୟରେ ମିଳିବ ଲମ୍ବା ରେଞ୍ଜ

April 30, 2026

ଆଜି ଘରୋଇ ଗ୍ରାଉଣ୍ଡରେ ଆରସିବି ବିରୋଧରେ ଲଢିବ ଗୁଜରାଟ: ଜାଣନ୍ତୁ ହେଡ୍-ଟୁ-ହେଡ୍ ରେକର୍ଡ

April 30, 2026

ଓଡ଼ିଆ କାବ୍ୟ ପୁରାଣ “ନୃସିଂହାବତାରମ୍” ଉନ୍ମୋଚିତ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.