Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ବାତ୍ୟାକୁ ନେଇ କେତୋଟି ଛୋଟ ଛୋଟ ରାଜନୈତିକ ଟିପ୍ପଣୀ; ଏହାକୁ ଦୟାକରି ଦେହକୁ ନିଅନ୍ତୁ ନାହିଁ !
ମତାମତ

ବାତ୍ୟାକୁ ନେଇ କେତୋଟି ଛୋଟ ଛୋଟ ରାଜନୈତିକ ଟିପ୍ପଣୀ; ଏହାକୁ ଦୟାକରି ଦେହକୁ ନିଅନ୍ତୁ ନାହିଁ !

May 3, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
fani cyclone
fani cyclone

କେଦାର ମିଶ୍ର

ଯେଉଁ ବ୍ୟକ୍ତି ସବୁଠୁ ଦୁଃଖଦ ପରିସ୍ଥିତିରେ ବି ହସି ପାରିବାର ସାହସ ରଖିଥାଏ, ସେ ଲୋକ ସହଜରେ ସବୁଠୁ ବଡ ବିପଦକୁ ଅତିକ୍ରମ କରିପାରେ। ଯେତେବେଳେ ଓଡିଶା କଥା ଉଠେ, ସେତେବେଳେ ଆମକୁ ଗୋଟିଏ କଥା ସ୍ଵୀକାର କରିବାକୁ ପଡିବ ଯେ, ଏ ରାଜ୍ୟ ଶହ ଶହ ବନ୍ୟା, ବାତ୍ୟା, ମରୁଡି ଓ ମହାମାରୀକୁ ସାମ୍ନା କରି ବଡ ସହଜରେ ଅଣ୍ଟା ସଳଖେଇ ଠିଆ ହୋଇଛି। ପ୍ରତ୍ୟେକ ମହା ବିପତ୍ତି ଆଗରେ ନିଜକୁ ଠିଆ କରେଇବା ବେଳେ ଏ ଜାତି ହସିଛି ଓ ବିପତ୍ତି କୁ ନେଇ ଗୀତ ଗାଈ ପାରିଛି। “ମାଳିକା” ବୋଲି ଓଡିଶାରେ ଯେଉଁ ପ୍ରସିଦ୍ଧ ଗୀତ ସବୁ ରହିଛି, ତାହା ପ୍ରାକୃତିକ ବିପର୍ଯୟର କଳାତ୍ମକ ପ୍ରତିଫଳନ। କେହି କେହି ସେଥିରେ ଭୟ ଓ ଅତି ରଞ୍ଜନା ଦେଖିଥାନ୍ତି। ହେଲେ ମାଳିକାର ଅସଲ ତତ୍ତ୍ଵ ଟି ହେଉଛି, ପ୍ରକୃତିର ରହସ୍ୟମୟ ତାଡନା ଆଗରେ ମଣିଷ ବଞ୍ଚିଛି ଓ ବଞ୍ଚିବ। ତେଣୁ ଓଡିଶାରେ ଯେବେବି ବାତ୍ୟା ଆସେ ଲୋକେ ଅଚ୍ୟୁତାନନ୍ଦ, ହାଡି ଦାସ, ଭୀମ ଭୋଇ ପ୍ରମୁଖଙ୍କୁ ମନେ ପକାନ୍ତି। ଘୁ ଘୁ ବାତ୍ୟାର ପବନରେ ଡାକିନୀ ଓ ଯୋଗିନୀମାନଙ୍କର ସ୍ଵର ଶୁଣି ପାରନ୍ତି। ତାରି ଭିତରେ ସମାଜ ଓ ରାଜନୀତିର ଗୁମର ମଧ୍ୟ ବୁଝି ଯାଆନ୍ତି।

ଆଜି ପୁଣି ଏକ ବାତ୍ୟା ବେଳେ, ଆମେ ସେଇ ପୁରୁଣା କଥାକୁ ନୂଆ ବାଗରେ ଟିକେ ଚିହ୍ନିବା ଆସନ୍ତୁ। ବାତ୍ୟା ଆସିଲେ ପବନ ଆସିବ। ପବନ ଆସିଲେ ପତାକା ଛିଣ୍ଡିବ। ସ୍ଵାଭାବିକ। ପୁରୀ ସମୁଦ୍ରକୁ ଲାଗି ସଗର୍ବେ ଛିଡା ହୋଇଥିବା ୨୧୪ ଫୁଟ ଉଚ୍ଚତା ବିଶିଷ୍ଟ  ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଲାଗିଥିବା ନୀଳଚକ୍ର ଉପରୁ ବାତ୍ୟାର ପବନରେ ଯଦି ପତିତପାବନ ପତାକା ଉଡିଯାଏ, ତାକୁ ନେଇ ଆମେ ଓଡିଆମାନେ ଡଋ ମରିବା କି? ମହୋଦଧିରେ କେତେ ବାତ୍ୟା ଆସିଛି ଓ ଯାଇଛି, ହେଲେ ଶ୍ରୀ ଜଗନ୍ନାଥ ମନ୍ଦିର ଠିଆ ହୋଇଛି ଯେମିତି କି ସେମିତି। ଆମ ଓଡିଆଙ୍କର ଦମ୍ଭ ବି ସେମିତି। ଯେଉଁମାନେ ବାନା ଉଡିଯିବାକୁ ନେଇ ଏତେ ଚିନ୍ତିତ, ସେମାନେ ନା ଆଧ୍ୟାତ୍ମ୍ୟ ରେ ବିଶ୍ଵାସୀ, ନା ସେମାନେ ଓଡିଶାର ଦାମ୍ଭିକ ଇତିହାସ ବିଷୟରେ ଅବଗତ।

ସବୁଠୁ ମଜାଲାଗେ, ପ୍ରାକୃତିକ ବିପର୍ୟୟ ସମୟର ରାଜନୀତି। ଯେମିତି ବାତ୍ୟା “ଫୋନି” ଆସୁଛି ବୋଲି ଖବର ମିଳିଲା, ଲୋକେ ନିଜର କଲ୍ପନା ଶକ୍ତିକୁ ପ୍ରଖର କରିବାଲାଗି ଏକ ଉପାୟ ପାଇଗଲେ। ଜଣେ ରାଜନେତା ଲେଖିଲେ, ୧୯୯୯ ମହାବାତ୍ୟା ପରେ ଓଡିଶାର ସରକାର ବଦଳିଥିଲା, ଏବେ ୨୦୧୯ର “ଫୋନି” ବାତ୍ୟା ସରକାର ବଦଳାଇବାର ସୂଚନା ନେଇ ଆସିଛି। ଏହାକୁ ଆମେ କଣ ବୋଲି କହିବା? ୨୦୧୩ ମସିହା ଅକ୍ଟୋବର ମାସରେ ଫାଇଲିନ ବାତ୍ୟା ଆସିଥିଲା। ତାର ୬ ମାସ ପରେ ଏପ୍ରିଲ ୨୦୧୪ ରେ ଯେଉଁ ନିର୍ବାଚନ ହେଲା, ସେଥିରେ କାଇଁ ସରକାର ବଦଳିନଥିଲା ତ ! ସରକାର ଯଦି ବଦଳିଥିବ, ସେ ଲୋକଙ୍କ ଭୋଟ ଯୋଗୁଁ। ଲୋକ ଏପ୍ରିଲ ୨୯ ତାରିଖରେ ଶେଷ ଭୋଟ ଦେଲାବେଳକୁ ବାତ୍ୟା ର ନାଁ ଗନ୍ଧ ନଥିଲା। ଏବେ ହଠାତ ବାତ୍ୟା ସହିତ ନବୀନ ସରକାର ର ଭାଗ୍ୟ ଯୋଡିହେଲା କେମିତି ଓ କାହିଁକି?

ତେବେ ଏହାର ଭିନ୍ନ ଉତ୍ତର ମଧ୍ୟ ଅଛନ୍ତି। ଯେଉଁମାନେ ନବୀନ ବାବୁଙ୍କ ସମର୍ଥକ ସେମାନେ କହୁଛନ୍ତି, ଦେଖ, ନବୀନ ବାବୁଟି କି କପାଳିଆ। ନିର୍ବାଚନ ଆଗରୁ ଯଦି ଏ ବାତ୍ୟା ଆସିଥାନ୍ତା, ତାକୁ ନେଇ ବିରୋଧୀ ନବୀନଙ୍କୁ ଭାରି ହଲାପଟା କରିଥାନ୍ତେ। ଏବେ ନିର୍ବାଚନ ସରି ଯାଇଛି। ଜିରୋ କାଜୁଆଲ୍ଟି ର ଲକ୍ଷ୍ୟ ନେଇ ସରକାର କାମ କରୁଛନ୍ତି। ସେଥିରେ ସରକାର ଲାଗି ସମର୍ଥନ ବଢିବା ଥୟ।

ସମର୍ଥକ ହୁଅନ୍ତୁ ବା ବିରୋଧୀ, ସେମାନଙ୍କୁ ଆମର କହିବା କଥା ହେଲା, ବାବୁ! ଏ ବାତ୍ୟାର ବୈଜ୍ଞାନିକ କାରଣ ଅଛି। ତମ ପୁରାଣ କି ଜ୍ୟୋତିଷ ଏଥିରେ କାମ ଦେବନାଇଁ। ସରକାରର ଭାଗ୍ୟ ଇଭିଏମ ମେସିନ ଭିତରେ ଅଛି, ତାକୁ ବାତ୍ୟା ଭିତରେ ଖୋଜିଲେ ହତାଶ ହେବା ଇ ସାରକଥା।

ବାତ୍ୟାକୁ ନେଇ ରାଜନୀତିର ଅତି କଳ୍ପନା ବ୍ୟାପକ ହୋଇ ଯାଉଛି କାରଣ ଏ ବାତ୍ୟାର ଆଖି ପୁରୀ ଉପରେ ପଡିଛି। ପୁରୀ ମାନେ ଆମ ଭାବ ଓ କଳ୍ପନାର ପ୍ରାଣକେନ୍ଦ୍ର। ସେଥିଲାଗି ଅନ୍ୟ ବାତ୍ୟା ତୁଳନାରେ ଏହାକୁ ନେଇ କଳ୍ପନା ଓ ଗାଲୁଗପ ବହୁତ ବେଶୀ। ସବୁଠୁ ମଜାକଥା ହେଉଛି, ଅନେକ ପ୍ରତିଷ୍ଠିତ ଗଣମାଧ୍ୟମ ଲେଖୁଛନ୍ତି, ୧୯୯୯ ମହାବାତ୍ୟା ପରେ ଏହା ଓଡିଶା ଭୂଖଣ୍ଡକୁ ସ୍ପର୍ଶ କରୁଛି। ସେମାନଙ୍କର ମନେ ନାଇଁ ଯେ ୨୦୧୩ ମସିହାର ଫାଇଲିନ ଗୋପାଳପୁର ଠାରେ ଭୂଖଣ୍ଡକୁ ପ୍ରବେଶ କରିଥିଲା। ଏ ପ୍ରକାର ବିଚିତ୍ର  ଅପତଥ୍ୟ ପରିବେଷଣ କରି ଆମେ ନିଜେ ଉପହାସର ପାତ୍ର ହୋଇ ଯାଉଛୁ ବୋଲି ବୁଝି ପାରୁଛୁ ତ!

ଆଉ ଗୋଟେ କଥା ମଧ୍ୟ ଆମେ ଦେଖୁଛୁ। ବାତ୍ୟା ଆଶ୍ରୟ ସ୍ଥଳରେ ଆଶ୍ରା ନେଇଥିବା ଆମର ସାଧାରଣ ଜନତାଙ୍କୁ ଆମ ଟିଭି ସାମ୍ବାଦିକମାନେ ପଚାରୁଛନ୍ତି- ଆପଣମାନେ କେତେ ଭୟଭୀତ ବା ଆପଣଙ୍କୁ କେମିତି ଲାଗୁଛି? ବଡ ବିଚିତ୍ର ପ୍ରଶ୍ନ। ପ୍ରାକୃତିକ ବିପର୍ଯୟ ଆଗରେ ଠିଆ ହୋଇଥିବା ଲୋକକୁ ଭୟାଳୁ କରାଇବାର ଏ ଅଦ୍ଭୁତ ପ୍ରକ୍ରିୟା କେବେ ବନ୍ଦ ହେବ କେଜାଣି!

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026
Latest News

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.