Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ବାତ୍ୟା ବେଳେ ହସପିଟାଲରେ ଜନ୍ମ ନେଲା ଏକ ଝିଅ, ଯାହାର ନା ରଖାଗଲା ଫନି, ଆସନ୍ତୁ ଜାଣିବା କଣ ଥିଲା ଘଟଣା
ମତାମତ

ବାତ୍ୟା ବେଳେ ହସପିଟାଲରେ ଜନ୍ମ ନେଲା ଏକ ଝିଅ, ଯାହାର ନା ରଖାଗଲା ଫନି, ଆସନ୍ତୁ ଜାଣିବା କଣ ଥିଲା ଘଟଣା

May 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Girl Child born at the time of Fani landfall
Girl Child born at the time of Fani landfall

ଫନି ବାତ୍ୟା କଣ ଉଜାଡିଛି ତାହାର ହିସାବ ତ ପରେ ହେବ ହେଲେ ଜଣେ ମହିଳାଙ୍କ କୋଳରେ ଭରିଦେଇଛି ଏକ କନ୍ୟା ସନ୍ତାନ। ଠିକ୍ ଫନି ବାତ୍ୟା ପୁରୀରେ ଭୂମି ସ୍ପର୍ଶ କରୁଥିବା ବେଳେ ଏହି ମହିଳା ଜଣଙ୍କ ଜନ୍ମ ଦେଲେ ତାଙ୍କର ପ୍ରଥମ କନ୍ୟା ସନ୍ତାନ। ଖୁସିରେ ସମସ୍ତେ ଗଦଗଦ୍ ହେଲେ ଆଉ ଡାକ୍ତରଖାନାର ଡାକ୍ତର ଓ ନର୍ସଙ୍କ ଅନୁରୋଧରେ ଝିଅ ଟି ନାମ ରଖାଗଲା ” ଫନି “। ଏହି ଘଟଣାଟି ଘଟିଛି ଭୁବନେଶ୍ବରର ମଞ୍ଚେଶ୍ବରରେ ଥିବା ରେଳବାଇ ହସପିଟାଲରେ। ରେଳବାଇ କୋଚ ମରାମତି କାରଖାନାର ହେଲପର ଭାବେ କାମ କରୁଥିବା ସୌଭାଗିନୀ ଗର୍ଭବତୀ ହେବା ପରେ ସେ ତାଙ୍କ ରେଳବାଇ ହସପିଟାଲରେ ଛୁଆ ଜନ୍ମ ପାଇଁ ଭର୍ତ୍ତି ହୋଇଥିଲେ। ଭୁବନେଶ୍ବରରେ ଝଡବାତ୍ୟା ହେବାର ଘୋଷଣା ସତ୍ବେ ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ। ଆଜି ତାଙ୍କର ଛୁଆ ଜନ୍ମଲାଭ କରିବ ବୋଲି ପୂର୍ବରୁ ଡାକ୍ତର ଘୋଷଣା କରିଥିଲେ। ଠିକ୍ ବାତ୍ୟା ଫନି ଦିନ 11 ଟା ଭିତରେ ଲ୍ୟାଣ୍ଡଫଲ କରିବା ପରେ ସୌଭାଗିନୀ 11 ଟା 02 ମିନିଟରେ ଝିଅ ଜନ୍ମ କରିଥିଲେ। ସମସ୍ତେ ଖୁସିରେ ତାହାର ନାମ ରଖିଲେ ଫନି। ଏପରି ନାମକୁ ନେଇ ବାପାମା ମଧ୍ୟ ବେଶ୍ ଖୁସି ହେଲେ। ଏହି ଡେଲିଭରି କାର୍ଯ୍ୟରେ ଡାକ୍ତର ହରିହର ଦାସ, ଡାକ୍ତର ଆର.କେ ମହାପାତ୍ର, ଡାକ୍ତର ଏସ.କେ ସିରାଜୁଦ୍ଧିନ ଏବଂ ଡାକ୍ତର ଅନୁରାଧା ସେନାପତି ନିୟୋଜିତ ଥିଲେ। ବର୍ତ୍ତମାନ ମା ଝିଅ ବେଶ୍ ସୁସ୍ଥ ଅଛନ୍ତି ବୋଲି ରେଳବାଇ ଡାକ୍ତରଖାନା ତରଫରୁ କୁହାଯାଇଛି।

fanicyclone
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ପରିସ୍ଥିତି ଉପରେ ସରକାରଙ୍କ ପଦକ୍ଷେପ: ଏଲପିଜି ବଣ୍ଟନକୁ ପ୍ରାଥମିକତା

April 4, 2026

ଇନ୍ଧନ ଯୋଗାଣ ସ୍ଥିତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ପେଟ୍ରୋଲିୟମ ସଚିବଙ୍କ ସମୀକ୍ଷା ବୈଠକ 

April 3, 2026

କିପରି ମନୋନୀତ ହେବେ ବିହାରର ନୂତନ ମୁଖ୍ୟମନ୍ତ୍ରୀ?: ପୂର୍ବତନ ସାଂସଦଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

April 3, 2026

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026
Latest News

ରିଲାଏନ୍ସ ଫାଉଣ୍ଡେସନର ‘ୱାଟର ଫର ଲାଇଫ’ ଅଭିଯାନକୁ ମିଳୁଛି ବ୍ୟାପକ ଜନସହଯୋଗ

April 4, 2026

ଆଇଟିଇଆରରେ “ଚକ୍ରବ୍ୟୁହ” ଓ “ଜେନେସିସ” ଉଦ୍ଘାଟିତ

April 4, 2026

ଜନଗଣନା-୨୦୨୭ରେ ସାମିଲ ହେଲେ ଲୋକସଭା ବାଚସ୍ପତି; ସମ୍ପୂର୍ଣ୍ଣ କଲେ ଡିଜିଟାଲ୍ ସ୍ୱ-ଗଣନା

April 4, 2026

IIHT ରେ ଫ୍ୟାସନ ଶୋ ଓ ହ୍ୟାଣ୍ଡଲୁମ୍ ପ୍ରଦର୍ଶନୀ ଆୟୋଜିତ

April 4, 2026

‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’: ମୋଟ ୫୭ଟି ପଦକ ସହ ଚାମ୍ପିୟନ ହେଲା ‘ଟିମ୍ ଓଡ଼ିଶା’

April 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.