Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଫେସବୁକ ପାଇଁ ଦିୱାନା ଭୋଟର !
ମତାମତ

ଫେସବୁକ ପାଇଁ ଦିୱାନା ଭୋଟର !

May 9, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Facebook Craze after voting
Facebook Craze after voting

ବୋୖଦ୍ଧାୟନ ଆଚାର୍ଯ୍ୟ

ଓଡ଼ିଶାରେ ସରିଯାଇଛି ସମସ୍ତ ପର୍ଯ୍ୟାୟର ନିର୍ବାଚନ କିଛି ରିପୋଲିଂ କୁ ବାଦ ଦେଲେ ଏବେ ଇଭିଏମରେ କଏଦ ହୋଇଯାଇଛି ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ। ତେବେ ଫଳାଫଳ ଯାହା ହେଉନା କାହିଁକି ଫେସବୁକ ଭଳି ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ଏଥର ଛାଇଯାଇଛି ଭୋଟରଙ୍କ ମାଳମାଳ ଫଟୋ। କିଏ ସେଲ୍ଫି ନେଇ ଆଉ ହାତରେ ଲାଗିଥିବା କାଳୀ ଦାଗକୁ ଦେଖାଇଛି ତ କିଏ ପୁଣି ସଂକ୍ଷିପ୍ତରେ ଜଣାଇଦେଇଛି ତାଙ୍କ ଅଂଚଳର ମୁଡ଼। ସତେ ଯେମିତି ପ୍ରାର୍ଥୀ ଚୟନ ଅପେକ୍ଷା ଫେସବୁକ ପୋଷ୍ଟକୁ ପ୍ରାଧାନ୍ୟ ଦେଇଛନ୍ତି କିଛି ଭୋଟର। କାହାକୁ ଭୋଟ ଦେବେ ତାହାକୁ ନେଇ ଯେତିକି ଉତ୍କଣ୍ଠା ନାହିଁ ବରଂ କେତେ ଶୀଘ୍ର ହାତରେ କାଳୀ ଲାଗିବ ଆଉ ବୁଥ ବାହାରକୁ ଯାଇ ଫେସବୁକରେ ପୋଷ୍ଟ କରିକି କମେନ୍ଟ ଆଉ ଲାଇକ୍ସ ମିଳିବ ତାହାକୁ ନେଇ ଜୋରଦାର ମାନସିକ ପ୍ରସ୍ତୁତି ମଧ୍ୟ କରିଛନ୍ତି। ୨୦୧୨ ମସିହାରେ ଫେସବୁକ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଭୁବନେଶ୍ୱରରେ ୧ ଲକ୍ଷ ୯୦ ହଜାର ଲୋକ ଫେସବୁକ ବ୍ୟବହାର କରିଛନ୍ତି। ଆଉ ୨୦୧୨ ତୁଳନାରେ ନିଶ୍ଚିତ ଭାବେ ଏହି ସଂଖ୍ୟା ବଢିଥିବ। ତେବେ ଫେସବୁକରେ ଯଦି ଭୁବନେଶ୍ୱରର ଏତେ ବ୍ୟକ୍ତି ଅଛନ୍ତି ତାହା ହେଲେ ଭୋଟ ପ୍ରତିଶତ କାହିଁକି କମିଛି। କାହିଁକି ଅଧିକ ଭୋଟ ମିଳିପାରିନାହିଁ। ଆଉ ଏକ ଦିଗକୁ ବିଚାରକୁ ନେଲେ ରାଜନୈତିକ ବ୍ୟକ୍ତି ବିଶେଷ ଓ ଦଳମାନଙ୍କର ବିଭିନ୍ନ ପୋଷ୍ଟ ଓ କିଛି ଭାଇରଲ ପୋଷ୍ଟକୁ ଅନେକ ଥର ଫେସବୁକ କାନ୍ଥରେ ସେୟାର କରାଯିବା ସହ ଲାଇକ୍ସ ବି କରାଯାଇଛି। କିନ୍ତୁ ସମସ୍ତେ କଣ ଭୋଟ ଦେଇଛନ୍ତି। ମୋବାଇଲରେ ବସି ଲାଇକ୍ସ କରିବା ଓ ମତଦାନ କେନ୍ଦ୍ରରେ ଯାଇ ଭୋଟ ଦେବା ମଧ୍ୟରେ ବହୁତ ଫରକ ରହୁଛି।ଏହା ଯୁଦ୍ଧ କ୍ଷେତ୍ରକୁ ନଯାଇ କିଏ ଜିତିବା କିଏ ହାରିବା ଭଳିଆ କଥା କହିବା ଯାହା। ଫେସବୁକରେ ମାତିଥିବା ଏହି ତଥାକଥିତ ଭୋଟର ପ୍ରାୟତଃ ସମାନ। ବଡ କଥା ଗାଁ ଗହଳିରେ ଅଧିକାଂଶ ଲୋକ ଫେସବୁକ ବ୍ୟବହାର କରୁନଥିଲେ ବି ଭୋଟ ଦେବାକୁ ଦେଖାଇଛନ୍ତି ସ୍ୱତନ୍ତ୍ର ଆଗ୍ରହ। ଧୁ ଧୁ ଖରାରେ ବୁଥ ବାହାରେ ଛିଡା ହୋଇ ୫ ବର୍ଷରେ ମିଳିଥିବା ସୁଯୋଗକୁ ହତାଦର କରିନାହାନ୍ତି।

(ଉପରୋକ୍ତ ଆଲେଖ୍ୟଟି କାହାକୁ ଆକ୍ଷେପ କରି ଲେଖାଯାଇନାହିଁ ବରଂ ଫେସବୁକରେ ନିର୍ବାଚନ ମାହୋଲକୁ ଦର୍ଶାଯାଇଛି )

Odisha voting
Share. Facebook Twitter LinkedIn Email WhatsApp Copy Link

Related Posts

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026
Latest News

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା: ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍: ୭ ବିଦେଶୀ ନାଗରିକ ଗିରଫ

March 17, 2026

ଭୁବନେଶ୍ବରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ କଲେ ସାକ୍ଷାତ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.