Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ମୁଙ୍ଗେର ଲୋକସଭା ଆସନର ୪୫ ଟି ବୁଥରେ ପୁନଃ ମତଦାନ ଦାବି: ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନାଁ

ନୂଆଦିଲ୍ଲୀ: ବିହାରର ମୁମୁଙ୍ଗେର ଲୋକସଭା ଆସନର ୪୫ ଟି ବୁଥରେ ପୁନଃ ମତଦାନ ପାଇଁ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ବିହାରର ମୁଙ୍ଗେର ଲୋକସଭା ଆସନରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା ଯେଉଁଥିରେ ମତଦାନ କେନ୍ଦ୍ରରେ ଅନିୟମିତତା ଅଭିଯୋଗ ହୋଇଥିଲା ଏବଂ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦାବି କରାଯାଇଥିଲା। ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ମୁଙ୍ଗେର ଲୋକସଭା ଆସନରେ ପୁନଃ-ମତଦାନ କରିବାକୁ ଦାବି କରାଯାଇଛି।

ଏହି ମାମଲାର ଶୁଣାଣିରେ ସୁପ୍ରିମକୋର୍ଟ କ’ଣ କହିଛନ୍ତି?:

ସୁପ୍ରିମକୋର୍ଟ ଆବେଦନକାରୀ ଆରଜେଡି ପ୍ରାର୍ଥୀ କୁମାରୀ ଅନୀତାଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣିରେ କହିଛନ୍ତି ଯେ, ଆବେଦନ ନକରି ହାଇକୋର୍ଟରେ ଅଭିଯୋଗ କରିବା ଆଦୌ ଠିକ୍ ନୁହେଁ। ହାଇକୋର୍ଟ ଖୋଲା ଅଛି, ଆପଣ ସେଠାକୁ ଯାଆନ୍ତୁ, ଆମେ ଏହା ଶୁଣିବୁ ନାହିଁ। ଆରଜେଡି ପ୍ରାର୍ଥୀ କୁମାରୀ ଅନୀତା କୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ପ୍ରତ୍ୟାହାର କରି ନେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ: ଶେଷ ହେଲା ସମସ୍ତ ପ୍ରସ୍ତୁତି

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ସଂସଦୀୟ ଆସନ ପାଇଁ ମତଦାନ ହେବ। ଆନ୍ଧ୍ର ପ୍ରଦେଶ ବିଧାନସଭାର ସମସ୍ତ ୧୭୫ ଟି ଆସନ ଏବଂ ଓଡ଼ିଶା ବିଧାନସଭାର ୨୮ ଟି ଆସନରେ ମଧ୍ୟ ଏକ ସଙ୍ଗେ ଭୋଟ୍‌ ଗ୍ରହଣ କରାଯିବ। ଅନ୍ୟପଟେ ଭୋଟରଙ୍କ ଭାଗିଦାରୀ ବୃଦ୍ଧି କରିବାକୁ ତେଲଙ୍ଗାନାର ୧୭ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଧୀନ କେତେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସମୟ (ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ)କୁ ବଢ଼ାଯାଇଛି।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଗରମ ପାଗକୁ ନେଇ ବିଶେଷ ଚିନ୍ତା ନାହିଁ। ପାଣିପାଗ ପୂର୍ବାନୁମାନ ସୂଚାଉଛି ଯେ ନିର୍ବାଚନ ହେବାକୁ ଥିବା ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସ୍ୱାଭାବିକରୁ କମ୍ ତାପମାତ୍ରା (±୨ ଡିଗ୍ରି) ଅନୁଭୂତ ହେବାର ସମ୍ଭାବନା ରହିଛି ଏବଂ ମତଦାନ ଦିନ ଏହି ସବୁ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଭଳି ସ୍ଥିତି ରହିବ ନାହିଁ। ତେବେ ଭୋଟରଙ୍କ ସୁବିଧା ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ପାଣି, ସାମିୟାନା ଓ ଫ୍ୟାନ୍ ଭଳି ବ୍ୟାପକ ବ୍ୟବସ୍ଥା କରାଯାଇଛି।

୨୦୨୪ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ସୁଦ୍ଧା ୨୮୩ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଓ ୨୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହେବ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ତଥ୍ୟ:

୨୦୨୪ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ୧୩ ମଇ ୨୦୨୪ରେ ୯୬ଟି ସଂସଦୀୟ କ୍ଷେତ୍ର (ସାଧାରଣ-୬୪; ଏସଟି- ୧୨; ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏସସି-୨୦)ରେ ମତଦାନ ହେବ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ (ନିର୍ବାଚନ ସମୟ ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଭିନ୍ନ ହୋଇପାରେ)।

୧୩ ମଇରେ ଆନ୍ଧ୍ର ପ୍ରଦେଶ ବିଧାନସଭାର ସମସ୍ତ ୧୭୫ ଟି ଆସନ (ସାଧାରଣ -୧୩୯; ଏସଟି-୭; ଏସସି-୨୯) ଏବଂ ଓଡ଼ିଶା ବିଧାନସଭାର ୨୮ ଟି ଆସନରେ ମଧ୍ୟ ଏକ ସଙ୍ଗେ ଭୋଟ୍‌ ଗ୍ରହଣ କରାଯିବ।

ଲୋକସଭା ନିର୍ବାଚନ ୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ୧୭୧୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଚତୁର୍ଥ ପର୍ଯ୍ୟାୟ ପାଇଁ ଗୋଟିଏ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ହାରାହାରି ସଂଖ୍ୟା ହେଉଛି ୧୮।

ମତଦାନ ଓ ସୁରକ୍ଷା ଅଧିକାରୀଙ୍କୁ ନେବା ପାଇଁ ୩ଟି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟରେ ୧୨୨ ଥର ବିମାନ ଉଡ଼ାଣ କରାଯାଇଛି (ଆନ୍ଧ୍ରପ୍ରଦେଶ-୨, ଝାଡ଼ଖଣ୍ଡ-୧୦୮; ଓଡ଼ିଶା-୧୨)।

୧.୯୨ ଲକ୍ଷ ମତଦାନ କେନ୍ଦ୍ରରେ ୧୭.୭ କୋଟିରୁ ଅଧିକ ମତଦାତାଙ୍କୁ ସ୍ୱାଗତ କରିବେ ୧୯ ଲକ୍ଷରୁ ଅଧିକ ମତଦାନ ଅଧିକାରୀ।

୮.୯୭ କୋଟି ପୁରୁଷ ଓ ୮.୭୩ କୋଟି ମହିଳା ଭୋଟରଙ୍କ ସମେତ ମୋଟ୍‌ ସମେତ ୧୭.୭୦ କୋଟିରୁ ଅଧିକ ଭୋଟର୍‌ ମତାଧିକାର ସାବ୍ୟସ୍ତ କରିବେ।

ଚତୁର୍ଥ ପର୍ଯ୍ୟାୟ ପାଇଁ ୮୫ ବର୍ଷରୁ ଅଧିକ ବୟସ୍କ ୧୨.୪୯ ଲକ୍ଷ ଏବଂ ୧୯.୯୯ ଲକ୍ଷ ଭିନ୍ନକ୍ଷମ ପଞ୍ଜୀକୃତ ଭୋଟର ଅଛନ୍ତି ଯେଉଁମାନଙ୍କୁ ସେମାନଙ୍କ ଘରେ ବସି ଭୋଟ୍ ଦେବାର ବିକଳ୍ପ ପ୍ରଦାନ କରାଯାଇଛି। ବିକଳ୍ପ ହୋମ୍ ଭୋଟିଂ ସୁବିଧାକୁ ପୂର୍ବରୁ ବହୁତ ପ୍ରଶଂସା ଏବଂ ପ୍ରତିକ୍ରିୟା ମିଳୁଛି।

୨୦୨୪ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ୩୬୪ ଜଣ ପର୍ଯ୍ୟବେକ୍ଷକ (୧୨୬ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୭୦ ଜଣ ପୁଲିସ ପର୍ଯ୍ୟବେକ୍ଷକ, ୧୬୮ ଜଣ ବ୍ୟୟ ପର୍ଯ୍ୟବେକ୍ଷକ) ନିର୍ବାଚନର କିଛି ଦିନ ପୂର୍ବରୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପହଞ୍ଚି ସାରିଛନ୍ତି। ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ପାଇଁ ସେମାନେ କମିଶନଙ୍କ ଆଖି ଓ କାନ ଭାବରେ କାର୍ଯ୍ୟ କରୁଛନ୍ତି। ଏଥିସହିତ କେତେକ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଇଛି।

ଭୋଟରଙ୍କୁ ଯେକୌଣସି ପ୍ରକାର ପ୍ରଲୋଭନକୁ କଡ଼ାକଡ଼ି ଓ ସକ୍ରିୟ ଭାବେ ମୁକାବିଲା କରିବା ପାଇଁ ମୋଟ ୪୬୬୧ଟି ଫ୍ଲାଇଂ ସ୍କ୍ୱାଡ୍, ୪୪୩୮ଟି ଷ୍ଟାଟିକ୍ ସର୍ଭିଲାନ୍ସ ଟିମ୍, ୧୭୧୦ଟି ଭିଡିଓ ସର୍ଭିଲାନ୍ସ ଟିମ୍ ଓ ୯୩୪ଟି ଭିଡିଓ ଭ୍ୟୁଭିଙ୍ଗ୍ ଟିମ୍ ୨୪ ଘଣ୍ଟିଆ ନଜର ରଖିଛନ୍ତି।

୧୦୧୬ଟି ଆନ୍ତଃରାଜ୍ୟ ଓ ୧୨୧ଟି ଅନ୍ତର୍ଜାତୀୟ ସୀମା ଚେକ୍ ପୋଷ୍ଟ ମଦ, ନିଶାଦ୍ରବ୍ୟ, ନଗଦ ଟଙ୍କା ଓ ମାଗଣା ସାମଗ୍ରୀର ବେଆଇନ ପ୍ରବାହ ଉପରେ କଡ଼ା ନଜର ରଖିଛନ୍ତି। ସମୁଦ୍ର ଓ ଆକାଶମାର୍ଗରେ କଡ଼ା ନଜର ରଖାଯାଇଛି।

ବୟସ୍କ ଓ ଭିନ୍ନକ୍ଷମଙ୍କ ସମେତ ପ୍ରତ୍ୟେକ ଭୋଟର ଯେପରି ସହଜରେ ମତଦାନ କରିପାରିବେ ସେଥିପାଇଁ ପାଣି, ସାମିୟାନା, ଶୌଚାଳୟ, ରାମ୍ପ, ସ୍ୱେଚ୍ଛାସେବୀ, ହ୍ୱିଲଚେୟାର ଓ ବିଜୁଳି ଭଳି ସର୍ବନିମ୍ନ ସୁବିଧା ରହିଛି।

ସମସ୍ତ ପଞ୍ଜୀକୃତ ଭୋଟରଙ୍କୁ ଭୋଟର ସୂଚନା ସ୍ଲିପ ବଣ୍ଟନ କରାଯାଇଛି। ଏହି ସ୍ଲିପ୍ ଗୁଡ଼ିକ ଏକ ସୁବିଧା ପଦକ୍ଷେପ ଏବଂ ନିର୍ବାଚନ ଆୟୋଗଙ୍କ ନିମନ୍ତ୍ରଣ ଭାବରେ ମଧ୍ୟ କାର୍ଯ୍ୟ କରିବା ସହିତ ଭୋଟ୍ ଦେବାକୁ ମଧ୍ୟ ସୁବିଧାଜନକ କରିବ।

ଏହି ଲିଙ୍କ୍ ଜରିଆରେ ଭୋଟରମାନେ ସେମାନଙ୍କ ମତଦାନ କେନ୍ଦ୍ର ର ବିବରଣୀ ଏବଂ ମତଦାନ ତାରିଖ ଯାଞ୍ଚ କରିପାରିବେ https://electoralsearch.eci.gov.in/

ମତଦାନ କେନ୍ଦ୍ରରେ ପରିଚୟ ଯାଞ୍ଚ ପାଇଁ ଆୟୋଗ ଭୋଟର ପରିଚୟ ପତ୍ର (ଇପିଆଇସି) ବ୍ୟତୀତ ଅନ୍ୟ ୧୨ଟି ବିକଳ୍ପ କାଗଜପତ୍ର ପ୍ରଦାନ କରିଛନ୍ତି। ଯଦି କୌଣସି ଭୋଟର ଭୋଟର ତାଲିକାରେ ପଞ୍ଜୀକୃତ ହୁଅନ୍ତି, ତେବେ ସେଥିମଧ୍ୟରୁ ଯେକୌଣସି କାଗଜପତ୍ର ଦେଖାଇ ମତଦାନ କରାଯାଇପାରିବ। ବିକଳ୍ପ ପରିଚୟ ଦସ୍ତାବିଜ ପାଇଁ ଇସିଆଇ ଆଦେଶର ଲିଙ୍କ୍ ହେଉଛି: https://www.eci.gov.in/eci-backend/public/api/download?url=LMAhAK6sOPBp%2FNFF0iRfXbEB1EVSLT41NNLRjYNJJP1KivrUxbfqkDatmHy12e%2FzBiU51zPFZI5qMtjV1qgjFsi8N4zYcCRaQ2199MM81QYarA39BJWGAJqpL2w0Jta9CSv%2B1yJkuMeCkTzY9fhBvw%3D%3D

ଲୋକସଭା ୨୦୧୯ ସାଧାରଣ ନିର୍ବାଚନରେ ଭୋଟର ମତଦାନ ର ତଥ୍ୟ ନିମ୍ନଲିଖିତ ଲିଙ୍କରେ ଉପଲବ୍ଧ ଅଛି : https://old.eci.gov.in/files/file/13579-13-pc-wise-voters-turn-out/

ତୃତୀୟ ପର୍ଯ୍ୟାୟ ଠାରୁ ଭୋଟର ଟର୍ନଆଉଟ୍ ଆପ୍ କୁ ଅପଡେଟ୍ କରାଯାଇଛି, ଯେଉଁଥିରେ ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ସାମଗ୍ରିକ ଆନୁମାନିକ ମତଦାନ ହାରକୁ ଲାଇଭ୍ ପ୍ରଦର୍ଶନ କରିବାର ଏକ ନୂତନ ବୈଶିଷ୍ଟ୍ୟ ରହିଛି। ସୂଚନାଯୋଗ୍ୟ, ମତଦାନ ଦିନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟାରେ ଥରେ ଭୋଟର୍ ଟର୍ନଆଉଟ୍ ଆପ୍ରେ ପର୍ଯ୍ୟାୟ/ରାଜ୍ୟ/ବିଧାନସଭା ନିର୍ବାଚନ ମଣ୍ଡଳୀ/ସଂସଦୀୟ ନିର୍ବାଚନ ମଣ୍ଡଳୀ ଭିତ୍ତିରେ ଆନୁମାନିକ ମତଦାନ ହାର ତଥ୍ୟ ଉପଲବ୍ଧ ହୋଇଥାଏ ଏବଂ ନିର୍ବାଚନ ଦଳ ପହଞ୍ଚିବା ପରେ ଏହାକୁ କ୍ରମାଗତ ଭାବେ ଅପଡେଟ୍ କରାଯାଏ।

Categories
ଆଜିର ଖବର ଜାତୀୟ ଖବର

୨୦୨୪ ସାଧାରଣ ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ହେଲା ୬୫.୬୮% ମତଦାନ

ନୂଆଦିଲ୍ଲୀ: ୭ ଏବଂ ୮ ମଇ ୨୦୨୪ରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ଗଣମାଧ୍ୟମ ବିବୃତ୍ତିକୁ ବଜାୟ ରଖି ଚଳିତ ସାଧାରଣ ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟରେ ୯୩ଟି ସଂସଦୀୟ କ୍ଷେତ୍ରରେ ୬୫.୬୮% ମତଦାନ ରେକର୍ଡ କରାଯାଇଛି। ତୃତୀୟ ପର୍ଯ୍ୟାୟ ପାଇଁ ଲିଙ୍ଗଭିତ୍ତିକ ମତଦାନ ସଂଖ୍ୟା ନିମ୍ନରେ ଦିଆଯାଇଛି:

ପର୍ଯ୍ୟାୟ- ପୁରୁଷ ମତଦାନ ହାର- ମହିଳାଙ୍କ ମତଦାନ ହାର- ତୃତୀୟ ଲିଙ୍ଗୀ ମତଦାନ ହାର- ସାମଗ୍ରିକ ମତଦାନ ହାର

ତୃତୀୟ ପର୍ଯ୍ୟାୟ- ୬୬.୮୯%- ୬୪.୪୧%- ୨୫.୨% – ୬୫.୬୮%

ସୂଚନାଯୋଗ୍ୟ, ତୃତୀୟ ପର୍ଯ୍ୟାୟରେ ବିହାରର ୨ଟି ଓ ମଧ୍ୟପ୍ରଦେଶର ୪ଟି ମତଦାନ କେନ୍ଦ୍ରରେ ପୁନଃମତଦାନ ଶେଷ ହୋଇଛି। ଭୋଟର୍ ଟର୍ଣ୍ଣାଆଉଟ୍ ଆପ୍ରେ ସଂସଦୀୟ କ୍ଷେତ୍ର ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତ୍ତିରେ ତଥ୍ୟ ମଧ୍ୟ ଉପଲବ୍ଧ ରହିଛି। ଗୋଟିଏ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ଫର୍ମ ୧୭ସିର ନକଲ ମଧ୍ୟ ପ୍ରାର୍ଥୀଙ୍କୁ ସେମାନଙ୍କ ପୋଲିଂ ଏଜେଣ୍ଟଙ୍କ ମାଧ୍ୟମରେ ପ୍ରଦାନ କରାଯାଏ। ଫର୍ମ ୧୭ ସିର ବାସ୍ତବ ତଥ୍ୟ ବଳବତ୍ତର ରହିବ ଯାହା ପୂର୍ବରୁ ପ୍ରାର୍ଥୀମାନଙ୍କୁ ପ୍ରଦାନ କରାଯାଇଛି।

ପୋଷ୍ଟାଲ ବାଲଟ୍ ଗଣତି ଏବଂ ମୋଟ ଭୋଟ୍ ଗଣତିରେ ଏହାକୁ ଯୋଡ଼ିବା ସହିତ ଚୂଡ଼ାନ୍ତ ମତଦାନ କେବଳ ଗଣତି ପରେ ଉପଲବ୍ଧ ହେବ। ପୋଷ୍ଟାଲ ବାଲଟ୍ ରେ ସର୍ଭିସ ଭୋଟର, ଅନୁପସ୍ଥିତ ଭୋଟର (୮୫+ ବର୍ଷରୁ ଅଧିକ, ଭିନ୍ନକ୍ଷମ, ଅତ୍ୟାବଶ୍ୟକ ସେବା ଇତ୍ୟାଦି) ଏବଂ ନିର୍ବାଚନ ଡ୍ୟୁଟିରେ ଥିବା ଭୋଟରଙ୍କୁ ଦିଆଯାଇଥିବା ପୋଷ୍ଟାଲ ବାଲଟ୍ ଅନ୍ତର୍ଭୁକ୍ତ । ବୈଧାନିକ ବ୍ୟବସ୍ଥା ଅନୁଯାୟୀ ଦୈନିକ ପ୍ରାପ୍ତ ପୋଷ୍ଟାଲ ବାଲାଟ୍ ର ହିସାବ ସମସ୍ତ ପ୍ରାର୍ଥୀଙ୍କୁ ପ୍ରଦାନ କରାଯାଏ।

Categories
ଆଜିର ଖବର ଜାତୀୟ ଖବର

ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟରେ ଅଧିକ ମତଦାନ

ନୂଆଦିଲ୍ଲୀ: ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ୨୦୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ଅଧିକ ମତଦାନ ହୋଇଛି। ନାଗରିକ ଦାୟିତ୍ୱ ଓ ଗୌରବର ଚମତ୍କାର ପ୍ରଦର୍ଶନ ସହିତ ବିଭିନ୍ନ ବର୍ଗର ଭୋଟରମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିବାରୁ ମତଦାନ ମୁଖ୍ୟତଃ ଶାନ୍ତିପୂର୍ଣ୍ଣ ରହିଛି। ୨୦୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଅଷ୍ଟାଦଶ ଲୋକସଭା ନିର୍ବାଚନ ସହ ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ପାଇଁ ମତଦାନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟର ଭୋଟର ଓ ସମଗ୍ର ନିର୍ବାଚନ ବ୍ୟବସ୍ଥାକୁ ଆୟୋଗ ଧନ୍ୟବାଦ ଜଣାଇଛନ୍ତି।

ସନ୍ଧ୍ୟା ୭ଟା ସୁଦ୍ଧା ୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ହାର ୬୦% ରୁ ଅଧିକ ରହିଛି। ରାଜ୍ୟଭିତ୍ତିକ ତଥ୍ୟ ସଂଲଗ୍ନକ-କରେ ଦିଆଯାଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଭିନ୍ନ ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବାକୁ ଥିବାରୁ ସମସ୍ତ ମତଦାନ କେନ୍ଦ୍ରରୁ ରିପୋର୍ଟ ମିଳିବା ପରେ ମତଦାନ ହାର ବଢ଼ିବାର ସମ୍ଭାବନା ରହିଛି। ଏଥିସହ ମତଦାନ ସମୟ ଶେଷ ହେବା ପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ ପହଞ୍ଚୁଥିବା ଭୋଟରଙ୍କୁ ମତଦାନ ପାଇଁ ଅନୁମତି ଦିଆଯାଇଛି।

ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ରାଜୀବ କୁମାର ଏବଂ ନିର୍ବାଚନ ଆୟୋଗଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କ ନେତୃତ୍ୱରେ ଆୟୋଗ ନିର୍ବାଚନ ସଦନସ୍ଥିତ ନିର୍ବାଚନ ଆୟୋଗ ମୁଖ୍ୟାଳୟରୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ମତଦାନର ଅଗ୍ରଗତି ଉପରେ ନିରନ୍ତର ନଜର ରଖିଥିଲେ। ଏଥିପାଇଁ ମୁଖ୍ୟାଳୟରେ ଏକ ଅତ୍ୟାଧୁନିକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଥିଲା। ସେହିପରି ରାଜ୍ୟ/ଜିଲ୍ଲା ସ୍ତରରେ ମଧ୍ୟ ସମାନ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି।

ଏକ ଶାନ୍ତିପୂର୍ଣ୍ଣ ଏବଂ ଅନୁକୂଳ ପରିବେଶ ପରିପ୍ରେକ୍ଷୀରେ ଦେଶର ବିବିଧ ଭୋଟରମାନେ କାର୍ଯ୍ୟରେ ଗଣତନ୍ତ୍ରର ଜ୍ୱଳନ୍ତ ଚିତ୍ର ଆଙ୍କିଥିଲେ। ଜନଗହଳିପୂର୍ଣ୍ଣ ସହର କେନ୍ଦ୍ରସ୍ଥଳୀ ଠାରୁ ଆରମ୍ଭ କରି ଦୁର୍ଗମ ଗାଁ ପର୍ଯ୍ୟନ୍ତ ମତଦାନ କେନ୍ଦ୍ରଗୁଡ଼ିକରେ ବିଭିନ୍ନ ପିଢ଼ି ଓ ପୃଷ୍ଠଭୂମିର ଭୋଟରଙ୍କ ରଙ୍ଗାରଙ୍ଗ ସମନ୍ୱୟ ଦେଖିବାକୁ ମିଳିଥିଲା। ଆୟୋଗ ଓ ଏହାର ଅଧିକାରୀମାନେ ଏହି କ୍ଷେତ୍ରରେ ସୁଚିନ୍ତିତ ଯୋଜନା ଓ କାର୍ଯ୍ୟକାରିତା ଆଧାରରେ ମତଦାନ ନିରବଚ୍ଛିନ୍ନ ହୋଇଥିଲା।

ଆଦିବାସୀ ଅଞ୍ଚଳରେ ମତଦାନକୁ ସୁଗମ କରିବା ପାଇଁ ଆୟୋଗ ଗୁରୁତ୍ୱ ଦେଉଥିବା ବେଳେ ଛତିଶଗଡର ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ପ୍ରଭାବିତ ଅଞ୍ଚଳରେ ଶାନ୍ତି ଓ ଗଣତନ୍ତ୍ରର ବାଟ ବାଛି ବୁଲେଟ ଉପରେ ବାଲଟ କ୍ଷମତାକୁ ଗ୍ରହଣ କରିଛନ୍ତି । ଲୋକସଭା ନିର୍ବାଚନରେ ବସ୍ତରର ୫୬ଟି ଗାଁ ପ୍ରଥମ ଥର ପାଇଁ ନିଜ ଗାଁରେ ସ୍ଥାପିତ ପୋଲିଂ ବୁଥରେ ମତଦାନ କରିଛନ୍ତି। ବିଜାପୁରର ପିସି-୧୬୩ସ୍ଥିତ ମଡେଲ ପୋଲିଂ ଷ୍ଟେସନରେ ଚିକିତ୍ସା ସୁବିଧାରୁ ଭୋଟରମାନେ ଉପକୃତ ହେଉଥିବା ଦେଖିବାକୁ ମିଳିଥିଲା।  ମହାରାଷ୍ଟ୍ରର ଗଡଚିରୋଲି-ଚିମୁରର ଅନ୍ୟ ଏକ ଘଟଣାରେ ସମସ୍ତ ପ୍ରାସଙ୍ଗିକ ସୂଚନା ସମ୍ବଳିତ ହେମଲକାସା ବୁଥରେ ସ୍ଥାନୀୟ ଆଦିବାସୀ ଉପଭାଷା ବ୍ୟବହାର କରାଯାଇଥିଲା। ବିହାରର ବୋଧଗୟାରେ ବୌଦ୍ଧ ଭିକ୍ଷୁମାନେ ହସ ଖୁସିରେ ପୋଜ୍ ଦେଉଥିବା ଦେଖିବାକୁ ମିଳିଥିଲା ଏବଂ ସେମାନଙ୍କ ଆଙ୍ଗୁଠିରେ ଗର୍ବିତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।

ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଆଦିବାସୀ ସମ୍ପ୍ରଦାୟର ଭୋଟରମାନେ ବହୁ ସଂଖ୍ୟାରେ ବାହାରିଥିଲେ। ଗ୍ରେଟ୍ ନିକୋବରର ଶୋମ୍ପେନ ଜନଜାତି ୨୦୨୪ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ୍ ଦେଇ ଇତିହାସ ରଚିଛନ୍ତି । ମିଜୋରାମରେ ଏକ ବୃଦ୍ଧ ଦମ୍ପତି ଏକାଠି ଭୋଟ୍ ଦେବାକୁ ଶପଥ ନେଇଛନ୍ତି। ଅରୁଣାଚଳ ପ୍ରଦେଶରେ ଜଣେ ବୃଦ୍ଧା ଘରେ ମତଦାନ ସୁବିଧା ଥାଇ ମଧ୍ୟ ନିଜ ଇଚ୍ଛାରେ ମତଦାନ କେନ୍ଦ୍ରକୁ ଯାଇଥିଲେ।

ଦେଶର ଅଧିକାଂଶ ସ୍ଥାନରେ ଭୋଟରମାନେ ଗ୍ରୀଷ୍ମପ୍ରବାହକୁ ସାହସିକତାର ସହ ସାମ୍ନା କରିଥିବା ବେଳେ ଆଉ କେଉଁଠି ଭୋଟରମାନେ ଧୈର୍ଯ୍ୟର ସହ ବର୍ଷାରେ ଅପେକ୍ଷା କରିଥିଲେ। ପ୍ରତ୍ୟେକ ମତଦାନ କେନ୍ଦ୍ରରେ ନିର୍ବାଚନ କମିଶନଙ୍କ ଦ୍ୱାରା ସୁନିଶ୍ଚିତ ସର୍ବନିମ୍ନ ସୁବିଧା ସେମାନଙ୍କ ପାଇଁ ଅତ୍ୟନ୍ତ ସହାୟକ ହୋଇଥିଲା ।

 

ନାଗାଲାଣ୍ଡର ଆଦର୍ଶ ମତଦାନ କେନ୍ଦ୍ର

ଭୋଟରମାନେ ରଙ୍ଗୀନ ପୋଷାକ ପିନ୍ଧି ଭାରତୀୟ ସଂସ୍କୃତିର ସମୃଦ୍ଧ ତାତ୍ପର୍ଯ୍ୟକୁ ପ୍ରତିଫଳିତ କରିବା ସହ ଗର୍ବର ସହ କାଳି ଲଗା ଆଙ୍ଗୁଠି ଦେଖାଇ ସେଲ୍ଫି ଉତ୍ତୋଳନ କରି ନିଜ ନାଗରିକ କର୍ତ୍ତବ୍ୟର ସଫଳ ପ୍ରତୀକ ସାଜିଥିଲେ।

 

୭ ପର୍ଯ୍ୟାୟ ବିଶିଷ୍ଟ ସାଧାରଣ ନିର୍ବାଚନ ୨୦୨୪ରେ ଆଜି ୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନ ପାଇଁ ମତଦାନ ହୋଇଛି। ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ, ସିକ୍କିମ, ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ତାମିଲନାଡୁ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପ ଭଳି ରାଜ୍ୟରେ ମତଦାନ ପ୍ରକ୍ରିୟା ଶେଷ ହୋଇଛି। ୨୦୨୪ ସାଧାରଣ ନିର୍ବାଚନର ପରବର୍ତ୍ତୀ ପର୍ଯ୍ୟାୟରେ ସୁରୁଖୁରୁରେ, ସ୍ୱଚ୍ଛ ଏବଂ ସମାବେଶୀ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ନିର୍ବାଚନ ଆୟୋଗ ଜୋରଦାର କାର୍ଯ୍ୟ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ତ୍ରିପୁରାରେ ଅପରାହ୍ନ 1 ଯାଏଁ ସର୍ବାଧିକ 53.04% ମତଦାନ, ଜାଣନ୍ତୁ ଅନ୍ୟ ରାଜ୍ୟଗୁଡିକର ସ୍ଥିତି

ନୂଆଦିଲ୍ଲୀ: ଆଜିଠାରୁ 2024 ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି। 21 ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର 102 ଟି ଆସନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ତେବେ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ଅପରାହ୍ନ 1 ଟା ପର୍ଯ୍ୟନ୍ତ ତ୍ରିପୁରାରେ ଅପରାହ୍ନ 1 ଯାଏଁ ସର୍ବାଧିକ 53.04% ଭୋଟ ପଡିଛି। ସେହିଭଳି ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ମତଦାନ ଜାରି ରହିଛି। ଆସନ୍ତୁ ଜାଣିବା ଅନ୍ୟ ରାଜ୍ୟର ସ୍ଥିତି……

ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ 35.70%, ଅରୁଣାଚଳ ପ୍ରଦେଶରେ 35.65%, ଆସାମରେ 45.12%, ବିହାରରେ 32.41%, ଛତିଶଗଡରେ 42.57%, ଜମ୍ମୁ କାଶ୍ମୀରରେ 43.11%, ଲକ୍ଷ୍ମୀଦୀପରେ 29.91% , ମଧ୍ୟପ୍ରଦେଶରେ 44.43%, ମହାରାଷ୍ଟ୍ରରେ 32.36%, ମଣିପୁରରେ 46.92%, ମେଘାଳୟରେ 48.91%, ମିଜୋରାମରେ 37.03%, ନାଗାଲାଣ୍ଡରେ 39.33%, ପୁଡୁଚେରୀରେ 44.95%, ରାଜସ୍ଥାନରେ 33.73%, ସିକ୍କିମରେ 36.82% ତାମିଲନାଡୁରେ 39.51%, ଉତ୍ତରପ୍ରଦେଶରେ 36.96%, ଉତ୍ତରାଖଣ୍ଡରେ 37.33% ଏବଂ ପଶ୍ଚିମବଙ୍ଗରେ 50.96% ମତଦାନ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଲୋକସଭା ନିର୍ବାଚନ ୨୦୨୪: ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ମଣିପୁରରେ ହିଂସା, ବୁଥରେ ଚାଲିଲା ଗୁଳି

ନୂଆଦିଲ୍ଲୀ: ମଣିପୁରରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଚାଲିଥିବା ଭୋଟ୍ ସମୟରେ ହିଂସା ହେବାର ଖବର ରହିଛି। ଏଠାରେ ବିଷ୍ଣୁପୁର ନିର୍ବାଚନମଣ୍ଡଳୀରେ ମତଦାନ ବୁଥରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ପରେ ଉତ୍ତେଜିତ ଭୋଟର ଇଭିଏମ୍ ଭାଙ୍ଗିଦେଇଛନ୍ତି।

କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ମଣିପୁର ଲୋକସଭା ନିର୍ବାଚନରେ ​​ପ୍ରଥମ ପର୍ଯ୍ୟାୟ ଭୋଟ୍ ସମୟରେ ହିଂସା ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମଣିପୁରର ମୋଇରଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଥମନପୋକପିରେ ଥିବା ଏକ ମତଦାନ କେନ୍ଦ୍ରରେ ଗୁଳି ବିନିମୟ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଧାଡିରେ ଛିଡା ହୋଇ ଭୋଟ ଦେଲେ ପ୍ରଖ୍ୟାତ ଅଭିନେତା ରଜନୀକାନ୍ତ, ଅଜିଥ କୁମାର

ନୂଆଦିଲ୍ଲୀ: ଆଜି ଦେଶରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ମତଦାନ ଆଜି ସକାଳ ୭:୦୦ ରେ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ହୋଉଛି। ଏଥିରେ ୧୦୨ ଟି ଆସନରେ ଭୋଟ ଗ୍ରହଣ ଚାଲିଛି।

ଏହି ଭୋଟ ଦେବା ପାଇଁ ଭୋଟରଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ତାମିଲନାଡୁରେ ପ୍ରଖ୍ୟାତ ଅଭିନେତାମାନେ ସକାଳୁ ଧାଡିରେ ଛିଡା ହୋଇ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଅଭିନେତା ଅଜିଥ କୁମାର ଆଜି ଭୋଟ ଗ୍ରହଣ ଆରମ୍ଭ ହେବା ପୂର୍ବରୁ ବୁଥ ନିକଟରେ ପହଞ୍ଚିଥିଲେ। ଏହା ପରେ ପରେ ପ୍ରଖ୍ୟାତ ଅଭିନେତା ରଜନୀକାନ୍ତ ମଧ୍ୟ ଭୋଟ ଦେବା ପାଇଁ ଧାଡିରେ ଛିଡା ହୋଇଥିଲେ।

ଉଭୟ ଭୋଟ ଦେବା ପରେ ସେମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି। ଏହି ଭୋଟ ଗ୍ରହଣ ସକାଳ ୭:୦୦ ରୁ ସନ୍ଧ୍ୟା ୬:୦୦ ପର୍ଯ୍ୟନ୍ତ ଚାଲିବ।

Categories
ଆଜିର ଖବର ଜାତୀୟ ଖବର

Election Breaking: ଜାଣନ୍ତୁ ଓଡିଶାର କେଉଁଠି କେବେ ହେବ ନିର୍ବାଚନ?

ନୂଆଦିଲ୍ଲୀ: ଆଜି ଭାରତର ମୁଖ୍ୟ ନିର୍ବାଚନ କମିଶନର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏଥିରେ ଲୋକସଭା ତାରିଖ ମଧ୍ୟ ଘୋଷଣା କରିଛନ୍ତି। ସେହି ଅନୁସାରେ ଓଡିଶାରେ ୪ ଟି ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ। 

ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ହେଲା- ମଇ ୧୩ ତାରିଖ, ମଇ ୨୦ ତାରିଖ, ମ ୨୫ ତାରିଖ ଏବଂ ଜୁନ ୧ ତାରିଖ।

ଲୋକସଭା ଓ ବିଧାନସଭା ଆସନ:

୧- ମଇ ୧୩ ତାରିଖ: କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ।

୨- ମଇ ୨୦ ତାରିଖ: ବରଗଡ, ସୁନ୍ଦରଗଡ, ବଲାଙ୍ଗୀରି, କନ୍ଧମାଳ, ଆସିକା

୩- ମଇ ୨୫ ତାରିଖ: ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ଵର।

୪- ଜୁନ ୧ ତାରିଖ: ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, ଜଗତସିଂହପୁର।

Categories
ଜାତୀୟ ଖବର ବିଶେଷ ଖବର

ଗୋଟିଏ ଦେଶ ଗୋଟିଏ ନିର୍ବାଚନର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ, ସହମତି ହେଲେ କାର୍ଯ୍ୟକାରୀ କରିବାର ଯୋଜନା

ନୂଆଦିଲ୍ଲୀ: ଏକ ଦେଶ ଗୋଟିଏ ନିର୍ବାଚନ ଉପରେ ବିଚାର କରୁଥିବା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଆଇନ କମିଶନଙ୍କ ଏହି ପ୍ରସ୍ତାବରେ ଯଦି ସବୁ ପକ୍ଷ ରାଜି ହୁଅନ୍ତି ତେବେ ୨୦୨୯ରୁ ଏହା ଲାଗୁ ହେବ । ଏଥିପାଇଁ ୨୦୨୬ ଡିସେମ୍ବର ସୁଦ୍ଧା ୨୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ କରିବାକୁ ପଡ଼ିବ ।

ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଏବଂ ମିଜୋରାମ ଏହି ତାଲିକାରେ ସ୍ଥାନ ପାଇନଥିବାରୁ ଚଳିତ ମାସ ପ୍ରାରମ୍ଭରେ ଏହି ରାଜ୍ୟଗୁଡ଼ିକର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ତେଣୁ ଏହି ବିଧାନସଭାଗୁଡ଼ିକର କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇ ଜୁନ୍ ୨୦୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଏହାପରେ ସମସ୍ତ ରାଜ୍ୟରେ ଏକାସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବ ।

ଏକ ଦେଶ ଗୋଟିଏ ନିର୍ବାଚନ କାର୍ଯ୍ୟକାରୀ କରିବାର ତିନିଟି ପର୍ଯ୍ୟାୟ

ପ୍ରଥମ ପର୍ଯ୍ୟାୟ: ଜୁନ୍ ୨୦୨୪ରେ ୮ ଟି ରାଜ୍ୟରେ ମତଦାନ। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକ୍କିମର କାର୍ଯ୍ୟକାଳ ଜୁନ୍ ୨୦୨୪ରେ ଶେଷ ହେଉଛି । ହରିୟାଣା, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ଦିଲ୍ଲୀ ରାଜ୍ୟର କାର୍ଯ୍ୟକାଳ ୫ରୁ ୮ ମାସ ହ୍ରାସ କରିବାକୁ ପଡ଼ିବ। ତା’ପରେ ଜୁନ୍ ୨୦୨୯ ପର୍ଯ୍ୟନ୍ତ ଏହି ସବୁ ରାଜ୍ୟରେ ବିଧାନସଭା ପୂରା ୫ ବର୍ଷ ଚାଲିବ।

ଦ୍ୱିତୀୟ ପର୍ଯ୍ୟାୟ: ୬ ରାଜ୍ୟରେ ମତଦାନ: ନଭେମ୍ବର ୨୦୨୫ ବିହାର ବିଧାନସଭାର ଚଳିତ କାର୍ଯ୍ୟକାଳ ଶେଷ ହେବ ପରେ ଆଗାମୀ କାର୍ୟ୍।କାଳ ସାଢ଼େ ୩ ବର୍ଷ ବାକି ରହିବ। ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ପୁଡୁଚେରୀର ଚଳିତ କାର୍ଯ୍ୟକାଳ ୩ ବର୍ଷ ୭ ମାସ ହ୍ରାସ ପାଇବ। ପରବର୍ତ୍ତୀ କାର୍ଯ୍ୟକାଳ ମଧ୍ୟ ସାଢ଼େ ତିନି ବର୍ଷ ହେବ।

ତୃତୀୟ ପର୍ଯ୍ୟାୟ: ଡିସେମ୍ବର ୨୦୨୬ରେ ୧୧ ଟି ରାଜ୍ୟରେ ମତଦାନ। ସେଗୁଡିକ ହେଲା  ଉତ୍ତରପ୍ରଦେଶ, ଗୋଆ, ମଣିପୁର, ପଞ୍ଜାବ ଓ ଉତ୍ତରାଖଣ୍ଡ। ଚଳିତ କାର୍ଯ୍ୟକାଳ ୩ରୁ ୫ ମାସ ହ୍ରାସ ପାଇବ। ଏହାପରେ ଅଢ଼େଇ ବର୍ଷ ସମୟ ଲାଗିବ। ଗୁଜରାଟ, କର୍ଣ୍ଣାଟକ, ହିମାଚଳ, ମେଘାଳୟ, ନାଗାଲାଣ୍ଡ, ତ୍ରିପୁରାର ଚଳିତ କାର୍ଯ୍ୟକାଳ ୧୩ରୁ ୧୭ ମାସ ହ୍ରାସ ପାଇବ। ଆଗାମୀ ଅଢ଼େଇ ବର୍ଷ ବାକି ରହିବ।

ଏହି ତିନିଟି ପର୍ଯ୍ୟାୟ ପରେ ଦେଶର ସମସ୍ତ ବିଧାନସଭାର କାର୍ଯ୍ୟକାଳ ଜୁନ୍ ୨୦୨୯ରେ ଶେଷ ହେବ। ମିଳିଥିବା ସୂଚନା ଅନୁଯାୟୀ, କୋବିନ୍ଦ କମିଟି ଆଇନ ଆୟୋଗଙ୍କଠାରୁ ଆଉ ଏକ ପ୍ରସ୍ତାବ ମାଗିବ, ଯେଉଁଥିରେ ସ୍ଥାନୀୟ ସଂସ୍ଥାର ନିର୍ବାଚନ ମଧ୍ୟ ସାମିଲ ହେବ। ସେପ୍ଟେମ୍ବର ୨୩ରେ ଦିଲ୍ଲୀର ଯୋଧପୁର ଅଫିସର୍ସ ହଷ୍ଟେଲରେ ଏକ ଦେଶ ଏକ ନିର୍ବାଚନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା।

କମିଟି ଅଧ୍ୟକ୍ଷ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ବାକି ସଦସ୍ୟମାନେ ଏଥିରେ ସାମିଲ ହୋଇଥିଲେ। ପୂର୍ବତନ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ପୂର୍ବତନ ସାଂସଦ ଗୁଲାମ ନବୀ ଆଜାଦଙ୍କ ସମେତ ୮ ଜଣ ସଦସ୍ୟ ରହିଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଏହି କମିଟିର ସ୍ୱତନ୍ତ୍ର ସଦସ୍ୟ କରାଯାଇଛି।

ଗୋଟିଏ ଦେଶ ଗୋଟିଏ ନିର୍ବାଚନ କ’ଣ ?

ବର୍ତ୍ଶମାନ ଦେଶରେ ବିଭିନ୍ନ ସମୟରେ ରାଜ୍ୟ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ୱାନ୍ ନେସନ୍ ଓ୍ଵାନ୍ ଇଲେକ୍ସନ୍ ଅର୍ଥ ସମଗ୍ର ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେବ। ଅର୍ଥାତ୍ ଲୋକସଭା ଓ ବିଧାନସଭାର ସଦସ୍ୟ ଚୟନ ପାଇଁ ଭୋଟରମାନେ ଗୋଟିଏ ଦିନ, ସଙ୍ଗେ ସଙ୍ଗେ କିମ୍ବା ପର୍ଯ୍ୟାୟକ୍ରମେ ଭୋଟ୍ ଦେବେ।

ସ୍ୱାଧୀନତା ପରେ ୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଥିଲା, କିନ୍ତୁ ୧୯୬୮ ଓ ୧୯୬୯ରେ ଅନେକ ବିଧାନସଭା ଅକାଳ ଭଙ୍ଗ ହୋଇଯାଇଥିଲା। ଏହାପରେ ୧୯୭୦ରେ ଲୋକସଭା ମଧ୍ୟ ଭଙ୍ଗ ହୋଇଥିଲା। ଏହି କାରଣରୁ ଗୋଟିଏ ଦେଶ-ଗୋଟିଏ ନିର୍ବାଚନର ପରମ୍ପରା ଭାଙ୍ଗି ଯାଇଥିଲା।

Categories
ଆଜିର ଖବର

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୨୦.୫୪ ପ୍ରତିଶତ ମତଦାନ

ଲୋକସଭାର ଅନ୍ତିମ ପର୍ଯ୍ୟାୟ ନିର୍ବାଚନର ସକାଳ ୧୧ଟା  ସୁଦ୍ଧା  ୨୦.୫୪ ପ୍ରତିଶତ ମତଦାନ ହୋଇଛି। ଦେଶର ୭ଟି ଲୋକସଭା ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୯ ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ସକାଳ ୧୧ ଟା ସୁଦ୍ଧା ଝାରଖଣ୍ଡରେ ୨୭.୭୧  ପ୍ରତିଶତ, ବିହାରରେ ୧୯.୮୭ ପ୍ରତିଶତ, ମଧ୍ୟ ପ୍ରଦେଶରେ ୨୦.୯୫ ପ୍ରତିଶତ, ଉତ୍ତର ପ୍ରଦେଶରେ ୧୮.୦୫ ପ୍ରତିଶତ, ଚଣ୍ଡୀଗଡରେ ୧୦.୪୦ପ୍ରତିଶତ, ପଶ୍ଚିମବଙ୍ଗରେ ୨୬.୦୭ ପ୍ରତିଶତ, ପଞ୍ଜାବରେ ୧୯.୬୯ ପ୍ରତିଶତ ଏବଂ ହିମାଚଳରେ ୧୬.୪୫ ପ୍ରତିଶତ ଭୋଟ ଗ୍ରହଣ ହୋଇଛି। ପ୍ରାୟ ସମସ୍ତ ସ୍ଥାନରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ରହିଥିବା ବେଳେ ପଶ୍ଚିମବଙ୍ଗର କିଛି ସ୍ଥାନରେ ସାମାନ୍ୟ ହିଂସା ଦେଖାଦେଇଛି।

Categories
ଆଜିର ଖବର

୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୯ ଆସନରେ ଜାରି ରହିଛି ଭୋଟ ଗ୍ରହଣ

ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟଗ୍ରହଣ ରବିବାର ସକାଳୁ ଆରମ୍ଭ ହୋଇଛି। ୭ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୯ ଆସନ ପାଇଁ ସକାଳ ସାଢ଼େ ୭ ଟାରୁ ମତଦାନ ଚାଲିଛ। ଚୂଡ଼ାନ୍ତ ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ଏହା ମଧ୍ୟରେ ଉତ୍ତର ପ୍ରଦେଶ ଓ ପଞ୍ଜାବରେ ୧୩ଟି ଲେଖାଏଁ ଆସନ ଥିବାବେଳେ ପଶ୍ଚିମବଙ୍ଗର ୯ଟି, ବିହାର ଓ ମଧ୍ୟପ୍ରଦେଶର ୮ଟି , ହିମାଚଳ ପ୍ରଦେଶର ୪ଆସନ, ଝାଡ଼ଖଣ୍ଡର ୩ ଏବଂ ଚଣ୍ଡୀଗଡ଼ର ଗୋଟିଏ ଆସନ ରହିଛି। ପଶ୍ଚିମବଙ୍ଗର ୯ଟି ଲୋକସଭା ଆସନରେ ହିଂସାକାଣ୍ଡକୁ ଏଡାଇବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟ ପୁଲିସ ସମେତ କେନ୍ଦ୍ରୀୟ ବାହିନୀର ୬୭୬ କମ୍ପାନୀ ଯବାନ ମୁତୟନ କରାଯାଇଛି। ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟାନ୍ୟ ହେଭିଓ୍ବେଟ୍‌ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି। ଅନ୍ୟ ହେଭିଓ୍ବେଟ୍‌ ନେତାଙ୍କ ମଧ୍ୟରେ ବିଜେପି ନେତା ରବିଶଙ୍କର ପ୍ରସାଦ, କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା, ଏବଂ ଅଭିନେତାରୁ ନେତା ବନିଥିବା ସନ୍ନି ଦେଓଲଙ୍କ ନିଷ୍ପତ୍ତି ଇଭିଏମ୍‌ ଜରିଆରେ ହେବ। ସେହିପରି ସକାଳ ୯ଟା ସୁଦ୍ଧା ଝାରଖଣ୍ଡରେ  ୧୩.୧୯ ପ୍ରତିଶତ, ବିହାରରେ ୧୦.୬୫  ପ୍ରତିଶତ, ମଧ୍ୟ ପ୍ରଦେଶରେ ୭.୧୬ ପ୍ରତିଶତ, ଉତ୍ତର ପ୍ରଦେଶରେ ୫.୯୭  ପ୍ରତିଶତ, ଚଣ୍ଡୀଗଡରେ ୧୦.୪୦ ପ୍ରତିଶତ, ପଶ୍ଚିମବଙ୍ଗରେ ୧୦.୫୪ ପ୍ରତିଶତ, ପଞ୍ଜାବରେ ୪.୬୪ ପ୍ରତିଶତ ଏବଂ ହିମାଚଳରେ ୦.୮୭ ପ୍ରତିଶତ ଭୋଟ ଗ୍ରହଣ ହୋଇଛି।

Categories
ବିଶେଷ ଖବର ମତାମତ

ଫେସବୁକ ପାଇଁ ଦିୱାନା ଭୋଟର !

ବୋୖଦ୍ଧାୟନ ଆଚାର୍ଯ୍ୟ

ଓଡ଼ିଶାରେ ସରିଯାଇଛି ସମସ୍ତ ପର୍ଯ୍ୟାୟର ନିର୍ବାଚନ କିଛି ରିପୋଲିଂ କୁ ବାଦ ଦେଲେ ଏବେ ଇଭିଏମରେ କଏଦ ହୋଇଯାଇଛି ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ। ତେବେ ଫଳାଫଳ ଯାହା ହେଉନା କାହିଁକି ଫେସବୁକ ଭଳି ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ଏଥର ଛାଇଯାଇଛି ଭୋଟରଙ୍କ ମାଳମାଳ ଫଟୋ। କିଏ ସେଲ୍ଫି ନେଇ ଆଉ ହାତରେ ଲାଗିଥିବା କାଳୀ ଦାଗକୁ ଦେଖାଇଛି ତ କିଏ ପୁଣି ସଂକ୍ଷିପ୍ତରେ ଜଣାଇଦେଇଛି ତାଙ୍କ ଅଂଚଳର ମୁଡ଼। ସତେ ଯେମିତି ପ୍ରାର୍ଥୀ ଚୟନ ଅପେକ୍ଷା ଫେସବୁକ ପୋଷ୍ଟକୁ ପ୍ରାଧାନ୍ୟ ଦେଇଛନ୍ତି କିଛି ଭୋଟର। କାହାକୁ ଭୋଟ ଦେବେ ତାହାକୁ ନେଇ ଯେତିକି ଉତ୍କଣ୍ଠା ନାହିଁ ବରଂ କେତେ ଶୀଘ୍ର ହାତରେ କାଳୀ ଲାଗିବ ଆଉ ବୁଥ ବାହାରକୁ ଯାଇ ଫେସବୁକରେ ପୋଷ୍ଟ କରିକି କମେନ୍ଟ ଆଉ ଲାଇକ୍ସ ମିଳିବ ତାହାକୁ ନେଇ ଜୋରଦାର ମାନସିକ ପ୍ରସ୍ତୁତି ମଧ୍ୟ କରିଛନ୍ତି। ୨୦୧୨ ମସିହାରେ ଫେସବୁକ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଭୁବନେଶ୍ୱରରେ ୧ ଲକ୍ଷ ୯୦ ହଜାର ଲୋକ ଫେସବୁକ ବ୍ୟବହାର କରିଛନ୍ତି। ଆଉ ୨୦୧୨ ତୁଳନାରେ ନିଶ୍ଚିତ ଭାବେ ଏହି ସଂଖ୍ୟା ବଢିଥିବ। ତେବେ ଫେସବୁକରେ ଯଦି ଭୁବନେଶ୍ୱରର ଏତେ ବ୍ୟକ୍ତି ଅଛନ୍ତି ତାହା ହେଲେ ଭୋଟ ପ୍ରତିଶତ କାହିଁକି କମିଛି। କାହିଁକି ଅଧିକ ଭୋଟ ମିଳିପାରିନାହିଁ। ଆଉ ଏକ ଦିଗକୁ ବିଚାରକୁ ନେଲେ ରାଜନୈତିକ ବ୍ୟକ୍ତି ବିଶେଷ ଓ ଦଳମାନଙ୍କର ବିଭିନ୍ନ ପୋଷ୍ଟ ଓ କିଛି ଭାଇରଲ ପୋଷ୍ଟକୁ ଅନେକ ଥର ଫେସବୁକ କାନ୍ଥରେ ସେୟାର କରାଯିବା ସହ ଲାଇକ୍ସ ବି କରାଯାଇଛି। କିନ୍ତୁ ସମସ୍ତେ କଣ ଭୋଟ ଦେଇଛନ୍ତି। ମୋବାଇଲରେ ବସି ଲାଇକ୍ସ କରିବା ଓ ମତଦାନ କେନ୍ଦ୍ରରେ ଯାଇ ଭୋଟ ଦେବା ମଧ୍ୟରେ ବହୁତ ଫରକ ରହୁଛି।ଏହା ଯୁଦ୍ଧ କ୍ଷେତ୍ରକୁ ନଯାଇ କିଏ ଜିତିବା କିଏ ହାରିବା ଭଳିଆ କଥା କହିବା ଯାହା। ଫେସବୁକରେ ମାତିଥିବା ଏହି ତଥାକଥିତ ଭୋଟର ପ୍ରାୟତଃ ସମାନ। ବଡ କଥା ଗାଁ ଗହଳିରେ ଅଧିକାଂଶ ଲୋକ ଫେସବୁକ ବ୍ୟବହାର କରୁନଥିଲେ ବି ଭୋଟ ଦେବାକୁ ଦେଖାଇଛନ୍ତି ସ୍ୱତନ୍ତ୍ର ଆଗ୍ରହ। ଧୁ ଧୁ ଖରାରେ ବୁଥ ବାହାରେ ଛିଡା ହୋଇ ୫ ବର୍ଷରେ ମିଳିଥିବା ସୁଯୋଗକୁ ହତାଦର କରିନାହାନ୍ତି।

(ଉପରୋକ୍ତ ଆଲେଖ୍ୟଟି କାହାକୁ ଆକ୍ଷେପ କରି ଲେଖାଯାଇନାହିଁ ବରଂ ଫେସବୁକରେ ନିର୍ବାଚନ ମାହୋଲକୁ ଦର୍ଶାଯାଇଛି )

Categories
ଆଜିର ଖବର

ଦିନ ଗୋଟାଏ ସୁଦ୍ଧ ରାଜ୍ୟ ମତଦାନ ୨୦.୮୯ ପ୍ରତିଶତ, କେନ୍ଦ୍ରାପଡାରେ ୨୭.୯୯ ପ୍ରତିଶତ ମତଦାନ

ରାଜ୍ୟ ନିର୍ବାଚନ ଅଧିକାରଙ୍କ ସୂଚନା ଅନୁସାରେ ରାଜ୍ୟରେ ଦିନ ଗୋଟାଏ ସୁଦ୍ଧା ୨୦.୮୯ ପ୍ରତିଶତ ମତଦାନ ହୋଇଛି। ଏ ପର୍ଯ୍ୟନ୍ତ କୌଣସି ବୁଥରେ ବଡ କିଛି ଘଟଣା ଘଟିଥିବାର ସୂଚନା ନାହିଁ। ଆଜି ରାଜ୍ୟର ୬ଟି ଲୋକସଭା ଆସନ ଏବଂ ୪୧ ଟି ବିଧାନସଭା ଆସନରେ ମତଦାନ ହେଉଛି। ଏହି ସମୟ ମଧ୍ୟରେ ବିଭିନ୍ନ ଲୋକସଭା ଆସନରେ ହୋଇଥିବା ମତଦାନ ପ୍ରତିଶତ ହେଲା

ମୟୁରଭଂଜ- ୨୨.୬୬ ପ୍ରତିଶତ

ବାଲେଶ୍ବର-୨୨.୬୬ ପ୍ରତିଶତ

ଭଦ୍ରଖ- ୨୧.୦୬ ପ୍ରତିଶତ

ଯାଜପୁର- ୧୩.୨୪ ପ୍ରତିଶତ

କେନ୍ଦ୍ରାପଡା- ୨୭.୯୯ ପ୍ରତିଶତ

ଜଗତସିଂହପୁର- ୧୬.୯୦ ପ୍ରତିଶତ ମତଦାନ ହୋଇଛି

Categories
ଆଜିର ଖବର

ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୧୭ ପ୍ରତିଶତ ମତଦାନ, କେନ୍ଦ୍ରାପଡାରେ ସର୍ବାଧିକ ୨୪ପ୍ରତିଶତ

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହିତ ଭୋଟ ଗ୍ରହଣ ଚାଲିଛି। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ଦିନ ୧୧ଟା ସୁଦ୍ଧା ୧୭ ପ୍ରତିଶତ ମତଦାନ ହୋଇଛି। ଶେଷ ପର୍ଯ୍ୟାୟରେ ଚାଲିଥିବା ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀର ଦିନ ୧୧ ଟା ସୁଦ୍ଧା ହୋଇଥିବା ମତଦାନ ହାର ହେଲା-

ମୟୁରଭଂଜ-୧୮.୧୪ ପ୍ରତିଶତ

ବାଲେଶ୍ବର-୧୯.୫୯ ପ୍ରତିଶତ

ଭଦ୍ରଖ-୧୫.୪୬ ପ୍ରତିଶତ

ଯାଜପୁର-୧୨.୭୪ ପ୍ରତିଶତ

କେନ୍ଦ୍ରାପଡା-୨୪.୭୮ ପ୍ରତିଶତ

ଜଗତସିଂହପୁର-୧୬.୯୦ ପ୍ରତିଶତ

Categories
ଆଜିର ଖବର

କାଁ ଭାଁ ବିଶୃଙ୍ଖଳା ଛାଡିଦେଲେ, ଓଡିଶାରେ ଏ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ମତଦାନ ଚାଲିଛି

କେଉଁଠି ଇଭିଏମ ଖରାପ, କେଉଁଠି କାମ କରୁନାହିଁ ଏହିପରି କିଛି ଅଭିଯୋଗକୁ ଛାଡିଦେଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମତଦାନ ଠିକଠାକ ଚାଲିଛି। ଏହି ପର୍ଯ୍ୟାୟରେ ୯୫ଲକ୍ଷ ୬ଶହ ୫୩ ଜଣ ଭୋଟର ଭୋଟ ଦେବେ। ସେମାନଙ୍କ ମଧ୍ୟରେ ୪୯ ଲକ୍ଷ ଏକ ହଜାର ୭୯ ଜଣ ପୁରୁଷ ଭୋଟର ଅଛନ୍ତି। ସେହିପରି ୪୫ ଲକ୍ଷ ୯୮ ହଜାର ୯ଶହ ୭୯ ଜଣ ମହିଳା ଭୋଟର ଏବଂ ୫ଶହ ୯୫ ଜଣ କିନ୍ନର ଭୋଟର ଅଛନ୍ତି। ଏହି ନିର୍ବାଚନ ପରିଚାଳନା ପାଇଁ ୭୨ ହଜାର ୩ଶହ ୬୩ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ତେବେ ନିର୍ବାଚନ ଅଧିକାରୀଙ୍କ ଅଫିସରୁ ମିଳିଥିବା ସୂଚନା ଅନୁସାରେ ଏଥର ୭ ଲକ୍ଷ ୯୯ ହଜାର ୮ଶହ ୬୨ଜଣ ପ୍ରଥମ ଥର ପାଇଁ ଭୋଟ ଦେବେ। ଏଥର ନିର୍ବାଚନରେ ୧୦ ହଜାର ୭ଶହ ୯୨ଟି ପୁଲିଂ ବୁଥ କରାଯାଇଛି।

Categories
ଆଜିର ଖବର

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ : ୭୨ଟି ଆସନ ପାଇଁ ହେବ ମତଦାନ

ଆସନ୍ତା କାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ୯ଟି ରାଜ୍ୟର ୭୨ଟି ଲୋକସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିରେ ରହିଛି ବିହାରର ୫ଟି ଆସନ, ଝାଡଖଣ୍ଡର ୩ଟି ଆସନ, ମଧ୍ୟପ୍ରଦେଶର ୬ଟି ଆସନ, ମହାରାଷ୍ଟ୍ରର ୧୭ଟି ଆସନ, ଓଡିଶାର ୬ଟି ଆସନ, ରାଜସ୍ଥାନର ୧୩ଟି ଆସନ, ଉତ୍ତରପ୍ରଦେଶର ୧୩ଟି ଆସନ, ଜମ୍ମୁ-କଶ୍ମୀରର ଗୋଟିଏ  ଏବଂ ପଶ୍ଚିମବଙ୍ଗର ୮ ଆସନ। ମତଦାନ ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ଚତୁର୍ଥ ପର୍ଯ୍ୟାୟରେ ମୋଟ ୯୪୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି। ଏହି ପର୍ଯ୍ୟାୟ ଓଡ଼ିଶା ପାଇଁ ଶେଷ ପର୍ଯ୍ୟାୟ। ଉଭୟ ଲୋକସଭା ଓ ବିଧାନସଭା ପାଇଁ  ଭୋଟ୍‌ ଗ୍ରହଣ ଅନୁଷ୍ଠିତ ହେବ। ୬ଟି ଲୋକସଭା ଓ ତତ୍‌ସଂଲଗ୍ନ ୪୧ଟି ବିଧାନସଭା ପାଇଁ ମତଦାନ ଅନୁଷ୍ଠିତ ହେବ। ବାଲେଶ୍ବର, ଭଦ୍ରକ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଆଦି ୬ଟି ଲୋକସଭା ଆସନ ରହିଛି। ଏହି ପର୍ଯ୍ୟାୟରେ ଓଡ଼ିଶାରେ ହେଭିଓ୍ବେଟ୍‌ଙ୍କ ଲଢେଇ ଦେଖିବାକୁ ମିଳିବ।

Categories
ଆଜିର ଖବର

ତୃତୀୟ ପର୍ଯ୍ୟାୟରେ ୭୧.୬୧ ପ୍ରତିଶତ ମତଦାନ

ଗତକାଲି ସମାପ୍ତ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୬୧ ପ୍ରତିଶତ ମତଦାନ ହୋଇଛି। ଏହି ମତଦାନରେ କେନ୍ଦୁଝରରେ ସର୍ବାଧିକ ପୁଲିଂ ହୋଇଥିବା ବେଳେ ଭୁବନେଶ୍ବରରେ ସର୍ବନିମ୍ନ ପୁଲିଂ ହୋଇଛି। ଏନେଇ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। କେନ୍ଦୁଝରରେ ସର୍ବାଧିକ ୭୮.୧୬ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଭୁବନେଶ୍ବରରେ ସର୍ବନିମ୍ନ ୫୯.୬୦ ପ୍ରତିଶତ ଭୋଟ ପଡିଛି। ସମ୍ବଲପୁରରରେ ୭୬.୩୮ ପ୍ରତିଶତ ମତଦାନ ହାର ରହିଥିବା ବେଳେ ଢେଙ୍କାନାଳରେ ୭୪.୯୮ ପ୍ରତିଶତ ମତଦାନ ହୋଇଛି। ପୁରୀରେ ୭୨.୫୩ ପ୍ରତିଶତ ମତଦାନ ହୋଇଥିବା ବେଳେ କଟକରେ ୬୯.୬୫ ପ୍ରତିଶତ ମତଦାନ ହୋଇଛି।

Categories
ଆଜିର ଖବର

ଆସନ୍ତାକାଲି ତୃତୀୟ ନିର୍ବାଚନ : ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଆସନ୍ତା କାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ଅନୁଷ୍ଠିତ ହେବ। ଓଡ଼ିଶାରେ ୪୨ ବିଧାନସଭା ଓ ୬ଟି ଲୋକସଭା ଆସନ ପାଇଁ ମତଦାନ ହେବ। ୬ ଲୋକସଭା ଆସନରେ ୬୧ ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ୪୨ଟି ବିଧାନସଭା ଆସନରେ ୩୫୬ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି। ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତୃତୀୟ ପର୍ଯ୍ୟାୟରେ ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୪୭ ଲକ୍ଷ ୯୯ ହଜାର ୦୩୦ ଜଣ ପୁରୁଷ, ୪୪ ଲକ୍ଷ ୫୬ ହଜାର ୭୨୯ ଜଣ ମହିଳା ଓ ୧,୧୬୩ ଜଣ ତୃତୀୟ ଲିଙ୍ଗ ମତଦାତା ରହିଛନ୍ତି । ସେହପିରି ୧ ଲକ୍ଷ ୫୮ ହଜାର ୪୯୫ ଜଣ ଭିନ୍ନକ୍ଷମ ଭୋଟର୍‌ ଅଛନ୍ତି। ସେହିପରି ନିର୍ବାଚନରେ ୫୯,୫୦୦ ପୋଲିଂ ଅଧିକାରୀ ନିୟୋଜିତ ରହିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ପାଇଁ ୧୦ ହଜାର ୪୬୪ଟି ପୋଲିଂ ଷ୍ଟେସନ ରହିଥିବାବେଳେ ସେଥିମଧ୍ୟରୁ ୩,୧୮୬ଟି ସମ୍ବେଦନଶୀଳ ବୁଥ ରହିଛି। ନିର୍ବାଚନ ସୁରକ୍ଷା ପାଇଁ ୬୦୦ଟି ବୁଥରେ ସିଏପିଏଫ୍‌ ଫୋର୍ସ ନିୟୋଜିତ କରାଯାଇଛି।

Categories
ଆଜିର ଖବର

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ରେ ୭୨ ପ୍ରତିଶତ ମତଦାନ ହୋଇଛି : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଏପ୍ରିଲ୍‌ ୧୮ ତାରିଖ ଅର୍ଥାତ୍‌ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ଦ୍ଵିତୀୟ ପର୍ଯ୍ୟାୟ ମତଦାନରେ ରାଜ୍ୟରେ ୭୨ ପ୍ରତିଶତ ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଆଜି ଏହି ବିଷୟରେ ସୂଚନା ଦେଇଛନ୍ତି। ଗତକାଲି ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୪ ପ୍ରତିଶତ ମତଦାନ ହୋଇଥିଲା। ଏହି ପର୍ଯ୍ୟାୟରେ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇ ଯାଇଛି। ପ୍ରଥମ ପର୍ଯ୍ୟାୟ ତୁଳନାରେ ଦ୍ଵିତୀୟ ପର୍ଯ୍ୟାୟରେ ଭୋଟ୍ ହାର ହ୍ରାସ ପାଇଛି। ପ୍ରଥମ ପର୍ଯ୍ୟାୟରେ ୭୩.୭୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୭୨ ପ୍ରତିଶତ ମତଦାନ ହୋଇଛି। ଏଥିରେ ଓଡ଼ିଶାରେ ୩୫ ବିଧାନସଭା ଓ ୫ଟି ଲୋକସଭା ଆସନ ପାଇଁ ମତଦାନ ହୋଇଥିଲା। ବରଗଡ଼ରେ ୭୭.୭୩ ପ୍ରତିଶତ, ସୁନ୍ଦରଗଡ଼ରେ ୭୧.୫୨ ପ୍ରତିଶତ, ବଲାଙ୍ଗୀର ୭୪.୩୩ ପ୍ରତିଶତ, ବଲାଙ୍ଗୀରରେ ୭୪.୩୩ ପ୍ରତିଶତ, କନ୍ଧମାଳରେ ୬୯.୨୪ ପ୍ରତିଶତ ଓ ଆସ୍କାରେ ୬୫.୮୯ ପ୍ରତିଶତ ହୋଇଛି। ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନରସିଂହ ମିଶ୍ର, କନକ ବର୍ଦ୍ଧନ ସିଂହଦେଓ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, କଳିକେଶ ନାରାୟଣ ସିଂହ ଦେଓ, ପ୍ରସନ୍ନ ଆଚାର୍ଯ୍ୟ, ସୁରେଶ ପୂଜାରୀ ପ୍ରମୁଖ ଅନେକ ହେଭିଓ୍ଵେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହୋଇଛି।

( ମୋବାଇଲରେ ଫଟାଫଟ୍ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ  SANKHIPTA  ଆପ, ପରେ ସ୍କ୍ରିନକୁ ତଳୁ ଉପରକୁ ଠେଲି ପଢି ଚାଲନ୍ତୁ ଖବର ପରେ ଖବର)

Categories
ଆଜିର ଖବର

ଦ୍ବିତୀୟ ପର୍ଯ୍ୟାୟ ମତଦାନ : ସଂଧ୍ୟା ୫ଟା ସୁଦ୍ଧା ୬୪% ମତଦାନ

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି। ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଏକ ପ୍ରେସ୍‌ମିଟ୍‌ରେ ଘୋଷଣା କରିଛନ୍ତି। ଅତାବିରାର ବୁଥ୍‌-୨୩୫ ଓ ବରଗଡ଼ର ବୁଥ୍‌-୬୮ରେ ଇଭିଏମ୍‌ରେ ତ୍ରୁଟି ଥିବା ଅଭିଯୋଗ ହୋଇଛି। ଏହି ପର୍ଯ୍ୟାୟର ମତଦାନରେ ମଧ୍ୟ ମହିଳାମାନେ ଆଗରେ ରହିଛନ୍ତି। ତେବେ ୪ଟା ସମୟରେ ମାଓପ୍ରବଣ ଅଞ୍ଚଳଗୁଡ଼ିକରେ ମତଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି ବୋଲି ସୂଚନା ମିଳିଛି। ଆଜି ୫ଟି ଲୋକସଭା ସହ ତତ୍‌ସଂଲଗ୍ନ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍‌ ପ୍ରକ୍ରିୟା ଗ୍ରହଣ କରାଯାଇଥିଲା।

Categories
ଆଜିର ଖବର

ଦ୍ବିତୀୟ ପର୍ଯ୍ୟାୟ ମତଦାନ : ଦିନ ୩ଟା ସୁଦ୍ଧା ୫୩% ମତଦାନ, ୪ଟି ସ୍ଥାନରେ ସାନି ମତଦାନ ହେବା ନେଇ ସୂଚନା

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି। ଦିନ ୩ଟା ସୁଦ୍ଧା ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରେ ୫୧.୧୮% ମତଦାନ ଓ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀରେ ୪୩.୯୩% ମତଦାନ ହୋଇଥିବାର ସୂଚନା ରହିଛି। ଏନେଇ ଏକ ପ୍ରେସ୍‌ମିଟ୍‌ରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଅପରାହ୍ଣ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଛି। ୪ଟି ବୁଥ୍‌ରେ ଭିଭିପାଟ୍ ମେସିନ୍‌ ସଂଯୋଗରେ ରହିଛି ମାନବୀୟ ତ୍ରୁଟି ରହିଥିବାରୁ ଏହି ୪ଟି ବୁଥ୍‌ରେ ସାନି ମତଦାନ ପାଇଁ  ସିଇଓଙ୍କ ସୁପାରିସ କରାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ସେହି ବୁଥ୍‌ ଗୁଡ଼ିକ ହେଉଛି ବଣାଇର ବୁଥ୍‌-୧୨୯, ସୁନ୍ଦରଗଡ଼ର ବୁଥ୍‌-୨୧୩, ନୟାଗଡ଼ ଦଶପଲ୍ଲାର ୨୧୦ ଓ ୨୨୨ ବୁଥ୍‌ରେ ଆଦି ବୁଥ୍‌ରେ ସାନି ମତଦାନ ହେବ ବୋଲି ସୂଚନା ଦେଇଛନ୍ତି। ଏହି ମେସିନ୍‌ରେ ତ୍ରୁଟି କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।