ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ : ୭୨ଟି ଆସନ ପାଇଁ ହେବ ମତଦାନ

Published: Apr 28, 2019, 2:36 pm IST
6th phase election peacefully

ଆସନ୍ତା କାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ୯ଟି ରାଜ୍ୟର ୭୨ଟି ଲୋକସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିରେ ରହିଛି ବିହାରର ୫ଟି ଆସନ, ଝାଡଖଣ୍ଡର ୩ଟି ଆସନ, ମଧ୍ୟପ୍ରଦେଶର ୬ଟି ଆସନ, ମହାରାଷ୍ଟ୍ରର ୧୭ଟି ଆସନ, ଓଡିଶାର ୬ଟି ଆସନ, ରାଜସ୍ଥାନର ୧୩ଟି ଆସନ, ଉତ୍ତରପ୍ରଦେଶର ୧୩ଟି ଆସନ, ଜମ୍ମୁ-କଶ୍ମୀରର ଗୋଟିଏ  ଏବଂ ପଶ୍ଚିମବଙ୍ଗର ୮ ଆସନ। ମତଦାନ ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ଚତୁର୍ଥ ପର୍ଯ୍ୟାୟରେ ମୋଟ ୯୪୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି। ଏହି ପର୍ଯ୍ୟାୟ ଓଡ଼ିଶା ପାଇଁ ଶେଷ ପର୍ଯ୍ୟାୟ। ଉଭୟ ଲୋକସଭା ଓ ବିଧାନସଭା ପାଇଁ  ଭୋଟ୍‌ ଗ୍ରହଣ ଅନୁଷ୍ଠିତ ହେବ। ୬ଟି ଲୋକସଭା ଓ ତତ୍‌ସଂଲଗ୍ନ ୪୧ଟି ବିଧାନସଭା ପାଇଁ ମତଦାନ ଅନୁଷ୍ଠିତ ହେବ। ବାଲେଶ୍ବର, ଭଦ୍ରକ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଆଦି ୬ଟି ଲୋକସଭା ଆସନ ରହିଛି। ଏହି ପର୍ଯ୍ୟାୟରେ ଓଡ଼ିଶାରେ ହେଭିଓ୍ବେଟ୍‌ଙ୍କ ଲଢେଇ ଦେଖିବାକୁ ମିଳିବ।

Related posts