Categories
ଆଜିର ଖବର

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୨୦.୫୪ ପ୍ରତିଶତ ମତଦାନ

ଲୋକସଭାର ଅନ୍ତିମ ପର୍ଯ୍ୟାୟ ନିର୍ବାଚନର ସକାଳ ୧୧ଟା  ସୁଦ୍ଧା  ୨୦.୫୪ ପ୍ରତିଶତ ମତଦାନ ହୋଇଛି। ଦେଶର ୭ଟି ଲୋକସଭା ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୯ ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ସକାଳ ୧୧ ଟା ସୁଦ୍ଧା ଝାରଖଣ୍ଡରେ ୨୭.୭୧  ପ୍ରତିଶତ, ବିହାରରେ ୧୯.୮୭ ପ୍ରତିଶତ, ମଧ୍ୟ ପ୍ରଦେଶରେ ୨୦.୯୫ ପ୍ରତିଶତ, ଉତ୍ତର ପ୍ରଦେଶରେ ୧୮.୦୫ ପ୍ରତିଶତ, ଚଣ୍ଡୀଗଡରେ ୧୦.୪୦ପ୍ରତିଶତ, ପଶ୍ଚିମବଙ୍ଗରେ ୨୬.୦୭ ପ୍ରତିଶତ, ପଞ୍ଜାବରେ ୧୯.୬୯ ପ୍ରତିଶତ ଏବଂ ହିମାଚଳରେ ୧୬.୪୫ ପ୍ରତିଶତ ଭୋଟ ଗ୍ରହଣ ହୋଇଛି। ପ୍ରାୟ ସମସ୍ତ ସ୍ଥାନରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ରହିଥିବା ବେଳେ ପଶ୍ଚିମବଙ୍ଗର କିଛି ସ୍ଥାନରେ ସାମାନ୍ୟ ହିଂସା ଦେଖାଦେଇଛି।

Categories
ଆଜିର ଖବର

ଅପରାହ୍ନ ୫ଟା ସୁଦ୍ଧା ରାଜ୍ୟରେ ୬୬ ପ୍ରତିଶତ ମତଦାନ, ଅନ୍ତିମ ପର୍ଯ୍ୟାୟରେ ସର୍ବାଧିକ ଭୋଟିଂ ହେବା ସମ୍ଭାବନା

ରାଜ୍ୟ ନିର୍ବାଚନ ଅଧିକାରଙ୍କ ସୂଚନା ଅନୁସାରେ ରାଜ୍ୟରେ ଅପରାହ୍ନ ୫ ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଛି। ଏ ପର୍ଯ୍ୟନ୍ତ କୌଣସି ବୁଥରେ ବଡ କିଛି ଘଟଣା ଘଟିଥିବାର ସୂଚନା ନାହିଁ। ଆଜି ରାଜ୍ୟର ୬ଟି ଲୋକସଭା ଆସନ ଏବଂ ୪୧ ଟି ବିଧାନସଭା ଆସନରେ ମତଦାନ ହେଉଛି। ଏହି ସମୟ ମଧ୍ୟରେ ବିଭିନ୍ନ ଲୋକସଭା ଆସନରେ ହୋଇଥିବା ମତଦାନ ପ୍ରତିଶତ ହେଲା-

୧-ମୟୁରଭଂଜ- ୬୬ ପ୍ରତିଶତ

୨-ବାଲେଶ୍ବର- ୬୪ ପ୍ରତିଶତ

୩-ଭଦ୍ରଖ- ୬୮ ପ୍ରତିଶତ

୪-ଯାଜପୁର- ୬୫ ପ୍ରତିଶତ

୫-କେନ୍ଦ୍ରାପଡା- ୬୫ ପ୍ରତିଶତ

୬-ଜଗତସିଂହପୁର- ୬୪ ପ୍ରତିଶତ

Categories
ଆଜିର ଖବର

ତୃତୀୟ ପର୍ଯ୍ୟାୟରେ ୭୧.୬୧ ପ୍ରତିଶତ ମତଦାନ

ଗତକାଲି ସମାପ୍ତ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୬୧ ପ୍ରତିଶତ ମତଦାନ ହୋଇଛି। ଏହି ମତଦାନରେ କେନ୍ଦୁଝରରେ ସର୍ବାଧିକ ପୁଲିଂ ହୋଇଥିବା ବେଳେ ଭୁବନେଶ୍ବରରେ ସର୍ବନିମ୍ନ ପୁଲିଂ ହୋଇଛି। ଏନେଇ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। କେନ୍ଦୁଝରରେ ସର୍ବାଧିକ ୭୮.୧୬ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଭୁବନେଶ୍ବରରେ ସର୍ବନିମ୍ନ ୫୯.୬୦ ପ୍ରତିଶତ ଭୋଟ ପଡିଛି। ସମ୍ବଲପୁରରରେ ୭୬.୩୮ ପ୍ରତିଶତ ମତଦାନ ହାର ରହିଥିବା ବେଳେ ଢେଙ୍କାନାଳରେ ୭୪.୯୮ ପ୍ରତିଶତ ମତଦାନ ହୋଇଛି। ପୁରୀରେ ୭୨.୫୩ ପ୍ରତିଶତ ମତଦାନ ହୋଇଥିବା ବେଳେ କଟକରେ ୬୯.୬୫ ପ୍ରତିଶତ ମତଦାନ ହୋଇଛି।

Categories
ଆଜିର ଖବର

ଦ୍ବିତୀୟ ପର୍ଯ୍ୟାୟ ମତଦାନ : ଦିନ ୩ଟା ସୁଦ୍ଧା ୫୩% ମତଦାନ, ୪ଟି ସ୍ଥାନରେ ସାନି ମତଦାନ ହେବା ନେଇ ସୂଚନା

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି। ଦିନ ୩ଟା ସୁଦ୍ଧା ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରେ ୫୧.୧୮% ମତଦାନ ଓ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀରେ ୪୩.୯୩% ମତଦାନ ହୋଇଥିବାର ସୂଚନା ରହିଛି। ଏନେଇ ଏକ ପ୍ରେସ୍‌ମିଟ୍‌ରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଅପରାହ୍ଣ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଛି। ୪ଟି ବୁଥ୍‌ରେ ଭିଭିପାଟ୍ ମେସିନ୍‌ ସଂଯୋଗରେ ରହିଛି ମାନବୀୟ ତ୍ରୁଟି ରହିଥିବାରୁ ଏହି ୪ଟି ବୁଥ୍‌ରେ ସାନି ମତଦାନ ପାଇଁ  ସିଇଓଙ୍କ ସୁପାରିସ କରାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ସେହି ବୁଥ୍‌ ଗୁଡ଼ିକ ହେଉଛି ବଣାଇର ବୁଥ୍‌-୧୨୯, ସୁନ୍ଦରଗଡ଼ର ବୁଥ୍‌-୨୧୩, ନୟାଗଡ଼ ଦଶପଲ୍ଲାର ୨୧୦ ଓ ୨୨୨ ବୁଥ୍‌ରେ ଆଦି ବୁଥ୍‌ରେ ସାନି ମତଦାନ ହେବ ବୋଲି ସୂଚନା ଦେଇଛନ୍ତି। ଏହି ମେସିନ୍‌ରେ ତ୍ରୁଟି କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।