ତ୍ରିପୁରାରେ ଅପରାହ୍ନ 1 ଯାଏଁ ସର୍ବାଧିକ 53.04% ମତଦାନ, ଜାଣନ୍ତୁ ଅନ୍ୟ ରାଜ୍ୟଗୁଡିକର ସ୍ଥିତି

Published: Apr 19, 2024, 2:12 pm IST

ନୂଆଦିଲ୍ଲୀ: ଆଜିଠାରୁ 2024 ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି। 21 ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର 102 ଟି ଆସନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ତେବେ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ଅପରାହ୍ନ 1 ଟା ପର୍ଯ୍ୟନ୍ତ ତ୍ରିପୁରାରେ ଅପରାହ୍ନ 1 ଯାଏଁ ସର୍ବାଧିକ 53.04% ଭୋଟ ପଡିଛି। ସେହିଭଳି ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ମତଦାନ ଜାରି ରହିଛି। ଆସନ୍ତୁ ଜାଣିବା ଅନ୍ୟ ରାଜ୍ୟର ସ୍ଥିତି……

ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ 35.70%, ଅରୁଣାଚଳ ପ୍ରଦେଶରେ 35.65%, ଆସାମରେ 45.12%, ବିହାରରେ 32.41%, ଛତିଶଗଡରେ 42.57%, ଜମ୍ମୁ କାଶ୍ମୀରରେ 43.11%, ଲକ୍ଷ୍ମୀଦୀପରେ 29.91% , ମଧ୍ୟପ୍ରଦେଶରେ 44.43%, ମହାରାଷ୍ଟ୍ରରେ 32.36%, ମଣିପୁରରେ 46.92%, ମେଘାଳୟରେ 48.91%, ମିଜୋରାମରେ 37.03%, ନାଗାଲାଣ୍ଡରେ 39.33%, ପୁଡୁଚେରୀରେ 44.95%, ରାଜସ୍ଥାନରେ 33.73%, ସିକ୍କିମରେ 36.82% ତାମିଲନାଡୁରେ 39.51%, ଉତ୍ତରପ୍ରଦେଶରେ 36.96%, ଉତ୍ତରାଖଣ୍ଡରେ 37.33% ଏବଂ ପଶ୍ଚିମବଙ୍ଗରେ 50.96% ମତଦାନ ହୋଇଛି।

Related posts