Categories
ଆଜିର ଖବର ଜାତୀୟ ଖବର

ତ୍ରିପୁରାରେ ଅପରାହ୍ନ 1 ଯାଏଁ ସର୍ବାଧିକ 53.04% ମତଦାନ, ଜାଣନ୍ତୁ ଅନ୍ୟ ରାଜ୍ୟଗୁଡିକର ସ୍ଥିତି

ନୂଆଦିଲ୍ଲୀ: ଆଜିଠାରୁ 2024 ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି। 21 ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର 102 ଟି ଆସନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ତେବେ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ଅପରାହ୍ନ 1 ଟା ପର୍ଯ୍ୟନ୍ତ ତ୍ରିପୁରାରେ ଅପରାହ୍ନ 1 ଯାଏଁ ସର୍ବାଧିକ 53.04% ଭୋଟ ପଡିଛି। ସେହିଭଳି ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ମତଦାନ ଜାରି ରହିଛି। ଆସନ୍ତୁ ଜାଣିବା ଅନ୍ୟ ରାଜ୍ୟର ସ୍ଥିତି……

ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ 35.70%, ଅରୁଣାଚଳ ପ୍ରଦେଶରେ 35.65%, ଆସାମରେ 45.12%, ବିହାରରେ 32.41%, ଛତିଶଗଡରେ 42.57%, ଜମ୍ମୁ କାଶ୍ମୀରରେ 43.11%, ଲକ୍ଷ୍ମୀଦୀପରେ 29.91% , ମଧ୍ୟପ୍ରଦେଶରେ 44.43%, ମହାରାଷ୍ଟ୍ରରେ 32.36%, ମଣିପୁରରେ 46.92%, ମେଘାଳୟରେ 48.91%, ମିଜୋରାମରେ 37.03%, ନାଗାଲାଣ୍ଡରେ 39.33%, ପୁଡୁଚେରୀରେ 44.95%, ରାଜସ୍ଥାନରେ 33.73%, ସିକ୍କିମରେ 36.82% ତାମିଲନାଡୁରେ 39.51%, ଉତ୍ତରପ୍ରଦେଶରେ 36.96%, ଉତ୍ତରାଖଣ୍ଡରେ 37.33% ଏବଂ ପଶ୍ଚିମବଙ୍ଗରେ 50.96% ମତଦାନ ହୋଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ତ୍ରିପୁରାର ଦୁଇ ଭଉଣୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୬ ଗିରଫ

ଅଗରତାଲା/ସିଲଚର: ତ୍ରିପୁରାର ଦୁଇ ଭଉଣୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୬ ଜଣ ଗିରଫ ହୋଇଛନ୍ତି। ଆଜି ଆସାମର କରିମଗଞ୍ଜ ଜିଲ୍ଲାରୁ ୬ଜଣ ଅଭିଯୁକ୍ତଙ୍କୁ ଆସାମ ପୋଲିସ ଗିରଫ କରିଛି।

କରିମଗଞ୍ଜ ପୋଲିସ ମହାନିର୍ଦ୍ଦେଶକ ମୟଙ୍କ କୁମାର କହିଛନ୍ତି ଯେ, ଶନିବାର ରାତିରେ ଜଣେ କାର ଡ୍ରାଇଭର ତ୍ରିପୁରାର ଦୁଇଭଉଣୀଙ୍କୁ ଦକ୍ଷିଣ ଆସାମକୁ ଲାଗିଥିବା ଉତ୍ତର ତ୍ରିପୁରାକୁ ନେଇ ଯାଇଥିଲେ। ପରେ ଗାଡିର ଡ୍ରାଇଭର ତାଙ୍କ ଅନ୍ୟ ପାଞ୍ଚ ଜଣ ସହଯୋଗୀଙ୍କ ସହିତ ନୀଲମ ବଜାରର ଏକ ନିର୍ମାଣାଧୀନ ବିଲ୍ଡିଂରେ ଗଣ ଦୁଷ୍କର୍ମ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଉଭୟ ଭଉଣୀ ସିଲଚର ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଆସିଥିଲେ। ସେଠାରେ ସେମାନଙ୍କ ମା’ କର୍କଟ ରୋଗରେ ପୀଡିତ ଥିବାରୁ ଚିକିତ୍ସାଧୀନ ହେଉଥିଲେ। ମା’ ଙ୍କୁ ଭେଟି ଉତ୍ତର ତ୍ରିପୁରାରେ ନିଜ ଘରକୁ ଫେରୁଥିବାବେଳେ ଏପରି ଏକ ଅଭାବନୀୟ ଘଟଣା ଘଟିଥିଲା। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ତ୍ରିପୁରାରେ ରାଜନୈତିକ ସଂକଟ : ବିପ୍ଳବଙ୍କ ବିରୋଧରେ ବିଦ୍ରୋହ, ଦିଲ୍ଲୀରେ ଡେରା ପକାଇଛନ୍ତି ଶାସକ ଦଳର 11 ବିଧାୟକ

ଅଗରତାଲା: ପୂର୍ବୋତ୍ତର ବିଜେପି ଶାସିତ ରାଜ୍ୟ ତ୍ରିପୁରାରେ ରାଜନୈତିକ ସଂକଟ ସୃଷ୍ଟି ହୋଇଛି । ରାଜ୍ୟର  ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ବିରୋଧରେ ଅସନ୍ତୋଷ ସୃଷ୍ଟି ହୋଇଛି। ଶାସକ ଦଳର 11 ଜଣ ଅସନ୍ତୁଷ୍ଟ ବିଧାୟକ ଦିଲ୍ଲୀରେ ହାଇକମାଣ୍ଡଙ୍କ ସହିତ ସାକ୍ଷାତ୍‌ କରିବା ଲାଗି ଡେରା ପକାଇ ରହିଛନ୍ତି। ବିଧାୟକମାନେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଅଭିଯୋଗ କରିବାକୁ ଯୋଜନା କରିଛନ୍ତି। ଅସନ୍ତୁଷ୍ଟ ବିଧାୟକଙ୍କୁ କେତେକ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସମର୍ଥନ ରହିଥିବା ନେଇ ରାଜ୍ୟରେ ଚର୍ଚ୍ଚା ହେଉଛି। ବିଧାୟକମାନେ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଆସ୍ଥା ରହିଥିବା କହିଛନ୍ତି। ତେବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବିପ୍ଲବଙ୍କ କାର୍ଯ୍ୟ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା କୁହାଯାଉଛି।

ଶନିବାର ଦିନ ତ୍ରିପୁରାର ସୂର୍ଯ୍ୟମଣି ନଗର ବିଧାୟକ ରାମପ୍ରସାଦ ପାଲ୍‌ ରାଷ୍ଟ୍ରୀୟ ମହାସଚିବ ବି.ଏଲ୍‌ ସନ୍ତୋଷଙ୍କ ସହିତ ସାକ୍ଷଶତ କରିଛନ୍ତି । ରାମପ୍ରସାଦ 25 ବିଧାୟକଙ୍କସମର୍ଥନ ଥିବା କହିଛନ୍ତି । ଦିଲ୍ଳୀରେ ରହିଥିବା ବିଧାୟକଙ୍କ ମଧ୍ୟରେ ସୁଶାନ୍ତ ଚୌଧୁରୀ, ପରିମଲ ଦେବ ବର୍ମା, ଆରସୀ ରଙ୍ଖଓ୍ବାଲ, ଆଶିଷ ଦାସ, ଅତୁଲ ଦେବ ବର୍ମା, ବର୍ବମୋହନ ଓ ରାମ ପ୍ରସାଦ ସାମିଳ୍‌ ରହିଛନ୍ତି ।

ସୂଚନାଯୋଗ୍ୟ, ତ୍ରିପୁରାରେ ବିପ୍ଳବଦେବଙ୍କ ସରକାର 44 ବିଧାୟକଙ୍କସମର୍ଥନ ହାସଲ କରିଛନ୍ତି । ଏହି ବିଧାୟକଙ୍କ ମଧ୍ୟରେ ଆଇପିଏଫ୍‌ଟିର 8ଜଣ ବିଧାୟକ ରହିଛନ୍ତି ।  (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ତ୍ରିପୁରାରେ 48 ଘଣ୍ଟା ମଧ୍ୟରେ 7 ବିଏସ୍‌ଏଫ୍‌ ଯବାନଙ୍କ ସମେତ 11 କରୋନା ପଜିଟିଭ୍‌

ଅଗରତାଲା : ଉତ୍ତର ପୂର୍ବୀୟ ରାଜ୍ୟ ମାନଙ୍କରେ କରୋନା ସଂକ୍ରମଣ ଅପେକ୍ଷାକୃତ କମ୍‌ ରହିଥିବା ବେଳେ ବିଗତ 48 ଘଣ୍ଟା ମଧ୍ୟରେ 7 ଜଣ ବିଏସ୍‌ଏଫ୍‌ ଯବାନ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ଉତ୍ତର ପୂର୍ବୀୟ ରାଜ୍ୟ ତ୍ରିପୁରାରେ 7 ଜଣ ବିଏସଏଫ୍‌ ଯବାନଙ୍କ ସମେତ 11 ଜଣ ବ୍ୟକ୍ତି କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ବିଗତ 48 ଘଣ୍ଟା ମଧ୍ୟରେ 625ଟି ନମୂନା ପରୀକ୍ଷଣ ହୋଇଥିବା ବେଳେ ତନ୍ମଧ୍ୟରୁ ସୁମଦାୟ 11ଟି ନମୂନା ପଜିଟିଭ୍‌ ଆସିଛି । ଏହି 11ଟି ନମୂନା ମଧ୍ୟରୁ 159 ସୀମା ସୁରକ୍ଷା ବଳର 7ଜଣ ଯବାନ ରହିଥିବା ଜଣାପଡିଛି । ଅନ୍ୟ ଚାରି ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣ ଟ୍ରକ୍‌ ଡ୍ରାଇଭର୍‌ ରହିଥିବା ନେଇ ମୁଖ୍ୟମନ୍ତ୍ରୀ ବିପ୍ଲବ୍‌ ଦେବ ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

୯୦୦ କଏଦୀଙ୍କୁ ଜାମିନରେ ଛାଡିବେ ଏହି ଦୁଇ ରାଜ୍ୟ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ଆତଙ୍କ ବଢି ଚାଲିଥିବା ବେଳେ ଜେଲ୍‌ରେ କରୋନାକୁ ବ୍ୟାପିବାରୁ ରୋକିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିଛନ୍ତି ଦୁଇ ରାଜ୍ୟ । ଦୁଇ ଉତ୍ତର ପୂର୍ବୀୟ ରାଜ୍ୟ ତ୍ରିପୁରା ଓ ମିଜୋରାମ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଦୁଇ ରାଜ୍ୟ ୯୦୦ କଏଦୀଙ୍କୁ ଅନ୍ତରୀଣ ଜାମିନରେ ଛଡାଯିବାକୁ ନିଷ୍ପତ୍ତି ନେଇଛନ୍ତି । ପିଆର୍ ବଣ୍ଡ ବଳରେ ଏହି କଏଦୀ ମାନଙ୍କୁ ଅନ୍ତରୀଣ ଜାମିନରେ ଛଡାଯିବ ବୋଲି ଜେଲ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ୪୮ ସ୍ୱତନ୍ତ୍ର କଏଦୀଙ୍କ ସମେତ ବିଚାର ପ୍ରକ୍ରିୟାରେ ରହିଥିବା ୨୯୦ କଏଦୀଙ୍କୁ ଅନ୍ତରୀଣ ଜାମିନରେ ଛାଡିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ମିଜୋରାମ ସରକାର । ସେହିପରି ତ୍ରିପୁରା ସରକାର ୫୫୭ କଏଦୀଙ୍କୁ ଅନ୍ତରୀଣ ଜାମିନରେ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ତ୍ରିପୁରା ଆଇଜି ଜୟଦୀପ ନାୟକ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର

ଆସାମରେ କର୍ଫ୍ୟୁ : ପରସ୍ଥିତି ନିୟନ୍ତ୍ରଣ ପାଇଁ ଆସାମ ଓ ତ୍ରିପୁରାରେ 8 କମ୍ପାନୀ ସେନା ମୁତୟନ

ନୂଆଦିଲ୍ଲୀ, 12/12 : ନାଗରିକତ୍ବ ସଂଶୋଧନ ବିଲ୍‌କୁ ନେଇ ଉତ୍ତର ପୂର୍ବୀୟ ରାଜ୍ୟ ଗୁଡିକରେ ଆନ୍ଦୋଳନ ଚାଲିଥିବା ବେଳେ ଗତକାଲି ଠାରୁ ଆସାମରେ କର୍ଫ୍ୟୁ ଜାରି କରାଯାଇଛି । ଗତକାଲି ଠାରୁ ରାଜ୍ୟରେ ଇଣ୍ଟରନେଟ ଏବଂ ମୋବାଇଲ ସେବା ବନ୍ଦ କରାଯାଇଥିବା ବେଳେ ଗୁରୁବାର 8 କମ୍ପାନୀ ଯବାନଙ୍କୁ ମୁତୟନ କରାଯାଇଛି । ନାଗରିକତ୍ବ ବିଲ ସଂଶୋଧନକୁ ନେଇ ସମ୍ପୂର୍ଣ୍ଣ ଆସାମରେ ଆନ୍ଦୋଳନ ଚାଲିଥିବା ବେଳେ 70ରୁ ଅଧିକ ଟ୍ରେନ୍‌ ଏବଂ 30ରୁ ଅଧିକ ବିମାନ ଚଳାଚଳ ବାତିଲ କରାଯାଇଛି । ଆସାମ ସମେତ ତ୍ରିପୁରାରେ ମଧ୍ୟ 3 କମ୍ପାନୀ ଯବାନ ମୁତୟନ କରାଯାଇଛି । ଆସାମରେ ଶାନ୍ତି ବଜାୟ ରଖିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି ।(ଏଜେନ୍ସୀ)

Categories
ଆଜିର ଖବର

ଅବୈଧ ପ୍ରବେଶ ପାଇଁ 9 ନାଇଜେରୀୟ ଫୁଟବଲ ଖେଳାଳି ତ୍ରିପୁରାରେ ଅଟକ

ଅଗରତାଲା,6/12: ଅବୈଧ ପ୍ରବେଶ ପାଇଁ 9 ନାଇଜେରୀୟ ଫୁଟବଲ ଖେଳାଳିଙ୍କୁ ଅଟକ ରଖାଯାଇଛି । ଆସାମ ଯାଉଥିବା ବେଳେ ଏହି ଖେଳାଳି ମାନଙ୍କୁ ଅଟକ ରଖାଯାଇଥିଲା । ଖେଳାଳି ମାନଙ୍କ ନିକଟରୁ ଆବଶ୍ୟକୀୟ କାଗଜପତ୍ର ନ ମିଳିବା କାରଣରୁ ତାଙ୍କୁ ରେଳବାଇ ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ଅଗରତାଲାରୁ 190 କିମି ଦୂର ଧରମପୁରରେ 7 ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି ନିକଟସ୍ଥ ବସ୍‌ ଷ୍ଟାଣ୍ଡରୁ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ସମସ୍ତ ଖେଳାଳି ବାଂଲାଦେଶ ଦେଇ ତ୍ରିପୁରାରେ ପ୍ରବେଶ କରିଥିବା ନେଇ ପୂର୍ବାନୂମାନ କରାଯାଉଛି । ଏହି ଖେଳାଳି ମାନେ ଗୌହାଟୀରେ ଏକ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବା ପାଇଁ ଯାଉଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ତ୍ରିପୁରାରେ ନିର୍ବାଚନ ତାରିଖ ଘୁଞ୍ଚାଇଲେ ନିର୍ବାଚନ କମିଶନ

ନିର୍ବାଚନ କମିଶନ ତ୍ରିପୁରାରେ ନିର୍ବାଚନ ତାରିଖ ଘୁଞ୍ଚାଇଛନ୍ତି। ପୂର୍ବ ତ୍ରିପୁରାରେ ଏପ୍ରିଲ୍‌ ୧୮ ତାରିଖରେ ହେବାକୁ ଥିବା ନିର୍ବାଚନକୁ ଏପ୍ରିଲ୍‌ ୨୩ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି କମିଶନ।ଗୁରୁତର ଆଇନ ଶୃଙ୍ଖଳା ପରସ୍ଥିତି ଯୋଗୁଁ ଏହି ନିର୍ବାଚନ ଘୁଞ୍ଚାଇ ଦିଆଯାଇଛି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହା ଯାଇଛି। ଆଇନ ଶୃଙ୍ଖଳା ପରସ୍ଥିତି ଯୋଗୁଁ ଦୁଇଟି ଆସନରେ ନିର୍ବାଚନକୁ ବନ୍ଦ ରଖାଯାଇଛି ବୋଲି ମଙ୍ଗଳବାର ରାତିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀରାମ ତରଣୀକାନ୍ତି ସୂଚନା ଦେଇଛନ୍ତି। ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ ଆଇନ ଶୃଙ୍ଖଳା ପରସ୍ଥିତି ସଠିକ୍‌ ନାହିଁ ବୋଲି ସହକାରୀ ଡିଜିପି ରାଜୀବ ସିଂ ସୂଚନା ଦେବା ପରେ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। ଡିଜିପି ଏକେ ଶୁକ୍ଲା ନିର୍ବାଚନ ସୁରକ୍ଷା ବ୍ୟବସ୍ଥା ନୀରିକ୍ଷଣ କରିବା ସହିତ ୨୩ ତାରିଖରେ ନିର୍ବାଚନ ପରିଚାଳନା କରିବେ। ତ୍ରିପୁରା କଂଗ୍ରେସ ସଭାପତି ପ୍ରଦ୍ୟୋତ ଦେବ ବର୍ମନ୍‌ କହିଛନ୍ତି ନିର୍ବାଚନ କମିଶନ ସଠିକ୍‌ ନିଷ୍ପତ୍ତି ନେଇଛନ୍ତି ବୋଲି କହିବା ସହ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ମାତ୍ର ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ତ୍ରିପୁରାରେ କିଛି ସ୍ଥାନରେ ହିଂସା ହୋଇଥିବାରୁ ଏଠାରେ ମଧ୍ୟ ପୁନଃ ନିର୍ବାଚନ କରାଯିବା ଉଚିତ୍‌ ବୋଲି ବର୍ମନ୍‌ କହିଛନ୍ତି।