ତ୍ରିପୁରାର ଦୁଇ ଭଉଣୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୬ ଗିରଫ

Published: Nov 15, 2020, 9:26 pm IST

ଅଗରତାଲା/ସିଲଚର: ତ୍ରିପୁରାର ଦୁଇ ଭଉଣୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୬ ଜଣ ଗିରଫ ହୋଇଛନ୍ତି। ଆଜି ଆସାମର କରିମଗଞ୍ଜ ଜିଲ୍ଲାରୁ ୬ଜଣ ଅଭିଯୁକ୍ତଙ୍କୁ ଆସାମ ପୋଲିସ ଗିରଫ କରିଛି।

କରିମଗଞ୍ଜ ପୋଲିସ ମହାନିର୍ଦ୍ଦେଶକ ମୟଙ୍କ କୁମାର କହିଛନ୍ତି ଯେ, ଶନିବାର ରାତିରେ ଜଣେ କାର ଡ୍ରାଇଭର ତ୍ରିପୁରାର ଦୁଇଭଉଣୀଙ୍କୁ ଦକ୍ଷିଣ ଆସାମକୁ ଲାଗିଥିବା ଉତ୍ତର ତ୍ରିପୁରାକୁ ନେଇ ଯାଇଥିଲେ। ପରେ ଗାଡିର ଡ୍ରାଇଭର ତାଙ୍କ ଅନ୍ୟ ପାଞ୍ଚ ଜଣ ସହଯୋଗୀଙ୍କ ସହିତ ନୀଲମ ବଜାରର ଏକ ନିର୍ମାଣାଧୀନ ବିଲ୍ଡିଂରେ ଗଣ ଦୁଷ୍କର୍ମ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଉଭୟ ଭଉଣୀ ସିଲଚର ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଆସିଥିଲେ। ସେଠାରେ ସେମାନଙ୍କ ମା’ କର୍କଟ ରୋଗରେ ପୀଡିତ ଥିବାରୁ ଚିକିତ୍ସାଧୀନ ହେଉଥିଲେ। ମା’ ଙ୍କୁ ଭେଟି ଉତ୍ତର ତ୍ରିପୁରାରେ ନିଜ ଘରକୁ ଫେରୁଥିବାବେଳେ ଏପରି ଏକ ଅଭାବନୀୟ ଘଟଣା ଘଟିଥିଲା। (ଏଜେନ୍ସି)

Related posts