ତ୍ରିପୁରାରେ 48 ଘଣ୍ଟା ମଧ୍ୟରେ 7 ବିଏସ୍‌ଏଫ୍‌ ଯବାନଙ୍କ ସମେତ 11 କରୋନା ପଜିଟିଭ୍‌

Published: May 16, 2020, 3:27 pm IST

ଅଗରତାଲା : ଉତ୍ତର ପୂର୍ବୀୟ ରାଜ୍ୟ ମାନଙ୍କରେ କରୋନା ସଂକ୍ରମଣ ଅପେକ୍ଷାକୃତ କମ୍‌ ରହିଥିବା ବେଳେ ବିଗତ 48 ଘଣ୍ଟା ମଧ୍ୟରେ 7 ଜଣ ବିଏସ୍‌ଏଫ୍‌ ଯବାନ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ଉତ୍ତର ପୂର୍ବୀୟ ରାଜ୍ୟ ତ୍ରିପୁରାରେ 7 ଜଣ ବିଏସଏଫ୍‌ ଯବାନଙ୍କ ସମେତ 11 ଜଣ ବ୍ୟକ୍ତି କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ବିଗତ 48 ଘଣ୍ଟା ମଧ୍ୟରେ 625ଟି ନମୂନା ପରୀକ୍ଷଣ ହୋଇଥିବା ବେଳେ ତନ୍ମଧ୍ୟରୁ ସୁମଦାୟ 11ଟି ନମୂନା ପଜିଟିଭ୍‌ ଆସିଛି । ଏହି 11ଟି ନମୂନା ମଧ୍ୟରୁ 159 ସୀମା ସୁରକ୍ଷା ବଳର 7ଜଣ ଯବାନ ରହିଥିବା ଜଣାପଡିଛି । ଅନ୍ୟ ଚାରି ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣ ଟ୍ରକ୍‌ ଡ୍ରାଇଭର୍‌ ରହିଥିବା ନେଇ ମୁଖ୍ୟମନ୍ତ୍ରୀ ବିପ୍ଲବ୍‌ ଦେବ ସୂଚନା ଦେଇଛନ୍ତି । (ଏଜେନ୍ସି)

Related posts