Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ 29 ଜଣ ବିଏସ୍‌ଫଙ୍କୁ କରୋନା

ଭୁବନେଶ୍ୱର:  ମାଲକାନଗିରିରୁ ଚିହ୍ନଟ 36 ପଜିଟିଭ ମଧ୍ୟରେ 29 ଜଣ ବିଏସ୍‌ଏଫ୍‌ ଯବାନ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆଉ 3 ଜଣ ହୋମ୍ କ୍ୱାରେଣ୍ଟିନ୍ ଓ 4ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ। ସେହିପରି ଆଜି ଚିହ୍ନଟ 206 ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଏନଡିଆରଏଫ୍‌ ଯବାନ ରହିଛନ୍ତି । ସେ ନିକଟରେ  ପଶ୍ଚିମବଙ୍ଗର ଆମ୍ଫାନ ଉଦ୍ଧାର କାର୍ଯ୍ୟରୁ ଫେରିଥିଲେ । 
Categories
ଆଜିର ଖବର ଜାତୀୟ ଖବର

ପୁଲଓ୍ବାମାରେ ସୁରକ୍ଷା ବଳଙ୍କ ଉପରେ ଆକ୍ରମଣ : ଦୁଇ ଯବାନ ଆହତ

ଶ୍ରୀନଗର : ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ସୁରକ୍ଷା ବଳଙ୍କ ଉପରେ ପୁନର୍ବାର ଆକ୍ରମଣ କରାଯାଇଛି । ଗୁରୁବାର କରାଯାଇଥିବା ଆକ୍ରମଣରେ ଦୁଇ ଜଣ ସିଆରପିଏଫ୍‌ ଯବାନ ଆହତ ହୋଇଛନ୍ତି । ଗତକାଲି ଦୁଇ ଜଣ ବିଏସ୍‌ଏଫ୍‌ ଯବାନ ଶହୀଦ ହୋଇଥିବା ବେଳେ ଆଜି ସର୍ଚ୍ଚ ଅପରେସନ୍‌ରେ କୁପ୍‌ଓ୍ବାରାରୁ 3 ଜଣ ଆତଙ୍କୀ ଗିରଫ ହୋଇଥିଲେ । ଏହି ଘଟଣା ପରେ ସିଆରପିଏଫ୍‌ ଯବାନଙ୍କ ଉପରକୁ ଅଚାନକ ହମ୍‌ଲା କରାଯାଇଥିଲା । ଦୁଇ ଆହତ ଯବାନଙ୍କୁ ସ୍ଥାନୀୟ ମିଲିଟାରୀ ହସ୍ପିଟାଲରେଭର୍ତ୍ତି କରାଯାଇଥିବା ନେଇ ସିଆରପିଏଫ୍‌ ଡିଜି ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ତ୍ରିପୁରାରେ 48 ଘଣ୍ଟା ମଧ୍ୟରେ 7 ବିଏସ୍‌ଏଫ୍‌ ଯବାନଙ୍କ ସମେତ 11 କରୋନା ପଜିଟିଭ୍‌

ଅଗରତାଲା : ଉତ୍ତର ପୂର୍ବୀୟ ରାଜ୍ୟ ମାନଙ୍କରେ କରୋନା ସଂକ୍ରମଣ ଅପେକ୍ଷାକୃତ କମ୍‌ ରହିଥିବା ବେଳେ ବିଗତ 48 ଘଣ୍ଟା ମଧ୍ୟରେ 7 ଜଣ ବିଏସ୍‌ଏଫ୍‌ ଯବାନ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ଉତ୍ତର ପୂର୍ବୀୟ ରାଜ୍ୟ ତ୍ରିପୁରାରେ 7 ଜଣ ବିଏସଏଫ୍‌ ଯବାନଙ୍କ ସମେତ 11 ଜଣ ବ୍ୟକ୍ତି କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ବିଗତ 48 ଘଣ୍ଟା ମଧ୍ୟରେ 625ଟି ନମୂନା ପରୀକ୍ଷଣ ହୋଇଥିବା ବେଳେ ତନ୍ମଧ୍ୟରୁ ସୁମଦାୟ 11ଟି ନମୂନା ପଜିଟିଭ୍‌ ଆସିଛି । ଏହି 11ଟି ନମୂନା ମଧ୍ୟରୁ 159 ସୀମା ସୁରକ୍ଷା ବଳର 7ଜଣ ଯବାନ ରହିଥିବା ଜଣାପଡିଛି । ଅନ୍ୟ ଚାରି ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣ ଟ୍ରକ୍‌ ଡ୍ରାଇଭର୍‌ ରହିଥିବା ନେଇ ମୁଖ୍ୟମନ୍ତ୍ରୀ ବିପ୍ଲବ୍‌ ଦେବ ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ 40 ବିଏସଏଫ୍‌ ଯବାନ କରୋନା ପଜିଟିଭ୍‌

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି 40 ବିଏସ୍‌ଏଫ୍‌ ଯବାନ । ରବିବାର 40 ଜଣ ବିଏସ୍‌ଏଫ୍‌ ଯବାନ ପଜିଟିଭ୍‌ ସାବ୍ୟସ୍ତ ହେବା ସହିତ ସମୁଦାୟ ଆକ୍ରାନ୍ତ ବିଏସ୍‌ଏଫ୍‌ ଯବାନଙ୍କ ସଂଖ୍ୟା 42ରେ ପହଞ୍ଚିଛି । ବିଏସ୍‌ଏଫ୍‌ର 126 ବାଟାଲିୟନ୍‌ର ଏହି ଯବାନ ମାନେ ଜାମା ମସ୍‌ଜିଦ୍‌ ଅଞ୍ଚଳରେ ନିୟୋଜିତ ଥିଲେ । ସମୁଦାୟ 94 ଜଣଙ୍କ ମଧ୍ୟରୁ 31 ଜଣ ଆକ୍ରାନ୍ତ ହୋଇଥିବା ବେଳେ ଅନ୍ୟମାନଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । 126 ବାଟାଲିୟନ୍‌ ବ୍ୟତିତ 178 ବାଟାଲିୟନ୍‌ର କିଛି ଯବାନ ମଧ୍ୟ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳୁ ଜଣେ ସିଆରପିଏଫ୍‌ ଡ୍ରାଇଭର୍‌ ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ଦିଲ୍ଲୀ ସ୍ଥିତ ସିଆରପିଏଫ୍‌ ମୁଖ୍ୟାଳୟକୁ ସିଲ୍‌ କରିଦିଆଯାଇଛି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଉପରିସ୍ଥ ଅଧିକାରୀଙ୍କୁ ହତ୍ୟା କରିବା ପରେ ବିଏସଏଫ୍‌ ଯବାନଙ୍କ ଆତ୍ମହତ୍ୟା

ଜୟପୁର : ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ସୀମା ସୁରକ୍ଷା ବଳର ଜନୈକ କନେଷ୍ଟବଳ ନିଜର ଉପରିସ୍ଥ ଅଧିକାରୀଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ଡ୍ୟୁଟିକୁ ନେଇ ନିଜ ଉପରିସ୍ଥ ଅଧିକାରୀଙ୍କ ସହିତ ବଚସା ପରେ ଏପରି କାଣ୍ଡ ଭିଆଇଛନ୍ତି କନେଷ୍ଟବଳ ଶିବ୍‌ ଚନ୍ଦର । ରବିବାର ଡ୍ୟୁଟିରେ ବିଳମ୍ବରେ ପହଞ୍ଚିବାରୁ ସବ୍‌ ଇନ୍ସପେକ୍ଟର ଆରପି ସିଂ ଚନ୍ଦରଙ୍କୁ ଗାଳି କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ଚନ୍ଦର ନିଜ ସରକାରୀ ବନ୍ଧୁକରୁ ଗୁଳି କରି ସିଂଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ପିଏମ୍ କେୟାର ଫଣ୍ଡକୁ ୩୩ କୋଟି ଟଙ୍କା ପ୍ରଦାନ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ : ପିଏମ୍ କେୟାର ଫଣ୍ଡକୁ ୩୩ କୋଟି ଟଙ୍କା ପ୍ରଦାନ କରିଛି ସଶସ୍ତ୍ର ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) । କରୋନା ଭାଇରସ୍ ମୁକାବିଲା ପାଇଁ ବିଏସ୍‌ଏଫ୍ ପକ୍ଷରୁ ୩୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ସମସ୍ତ ସଶସ୍ତ୍ର ସୀମା ସୁରକ୍ଷା ବଳର ଅଧିକାରୀଙ୍କ ଗୋଟିଏ ଦିନର ବେତନକୁ ପିଏମ୍ କେୟାର ଫଣ୍ଡକୁ ପ୍ରଦାନ କରାଯାଇଛି । ବିଏସ୍‌ଏଫ୍ ପକ୍ଷରୁ ୩୩,୨୮,୫୭,୫୦୪ ଟଙ୍କାର ଏକ ଚେକ୍ ପିଏମ୍ କେୟାର ଫଣ୍ଡକୁ ପ୍ରଦାନ କରାଯାଇଥିବା ନେଇ ବିଏସ୍‌ଏଫ୍ ମୁଖପାତ୍ର ଶୁଭେନ୍ଦୁ ଭରଦ୍ୱାଜ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସମଗ୍ର ଦେଶରେ ବର୍ତ୍ତମାନ କରୋନା ମୃତ୍ୟୁ ସଂଖ୍ୟା ୫୩ ଛୁଇଁଥିବା ବେଳେ ୨୦୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ।

Categories
ଆଜିର ଖବର ଆଞ୍ଚଳିକ ଜାତୀୟ ଖବର ରାଜ୍ୟ ଖବର

ଗଣତନ୍ତ୍ର ଦିବସରେ ଓଡ଼ିଆ ଯବାନଙ୍କୁ ଅନ୍ତିମ ବିଦାୟ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରଣଜିତ୍‌ କୁମର୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ

ଅରୁଣ କୁମାର ପ୍ରଧାନ

ନାକ୍‌ଟିଦେଉଳ: ଗଣତନ୍ତ୍ର ଦିବସ ଅବସରରେ ସାରା ପୁରପଲ୍ଲୀ ହର୍ଷ ଉଲ୍ଲାସରେ ପାଳନ କରୁଥିବାବେଳେ ଚନ୍ଦ୍ରପୁର ଗ୍ରାମରେ କିନ୍ତୁ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ। ଗତକାଲି ନାକ୍‌ଟି ଦେଉଳ ଥାନା ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ ଜମ୍ମୁକାଶ୍ମୀରରେ କାର୍ଯ୍ୟରତ ଥିବା ବିଏସ୍‌ଏଫ ଯବାନ ରଣଜୀତ୍‌ଙ୍କ କୁମ୍‌ରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଗତକାଲି ତାଙ୍କ ମରଶରୀର ସନ୍ଧ୍ୟା ୭ଟାବେଳେ ଆସି ତାଙ୍କ ଜନ୍ମସ୍ଥାନରେ ପହଞ୍ଚିଥିଲା। ୪୪ ବର୍ଷୀୟ ରଣଜୀତ୍‌ କୁମର୍‌ ଗତ ୨୪ତାରିଖରେ ମଧ୍ୟାହ୍ନ ଭୋଜନ ସାରି ସିଡିରେ ଫେରୁଥିବା ସମୟରେ ଗୋଡ ଖସି ଗଭୀର ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଜମ୍ମୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲାବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ୧୯୯୮ ମସିହାରେ ବିଏସ୍‌ଏଫ୍‌ରେ ଯୋଗଦେଇଥିବା ରଣଜିତ୍‌ କୁମର୍‌ଙ୍କ ସ୍ତ୍ରୀ ଏବଂ ଦୁଇ ପୁଅ ଝିଅ ରହିଛନ୍ତି। ଗତକାଲି ତାଙ୍କ ଜନ୍ମମାଟିରେ ଗାର୍ଡ ଅଫ୍‌ ଅନର୍ ଦିଆଯାଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Categories
ଆଜିର ଖବର

ସହକର୍ମୀଙ୍କ ଗୁଳିରେ ଆହତ ଦୁଇ ବିଏସ୍‌ଏଫ୍‌ ଯବାନ

ତ୍ରିପୁରାରେ ସଶସ୍ତ୍ର ସୀମା ସୁରକ୍ଷା ବଳର ଜଣେ ଯବାନ ନିଜର ଦୁଇ ସାଥୀଙ୍କୁ ଗୁଳି କରିଛନ୍ତି। ଉତ୍ତର ତ୍ରିପୁରାରେ ବିଏସ୍‌ଏଫ୍‌ର ଜନୈକ ଯବାନ ଶୁକ୍ରବାର ରାତିରେ ନିଜର ଦୁଇ ସାଥୀଙ୍କୁ ଗୁଳି କରିଛନ୍ତି। ଏହାପରେ କନେଷ୍ଟବଳ ନିଜେ ଆତ୍ମହତ୍ୟା ମଧ୍ୟ କରିଛନ୍ତି। କନେଷ୍ଟବଳ ପି ଡି ରାଓ ନିଜ ସାଥୀଙ୍କ ଉପରକୁ ଅତର୍କିତ ଗୁଳିଚାଳନା କରିବା ସହିତ ଆତ୍ମହତ୍ୟା କରିଛନ୍ତି। ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆ ଯାଇଛି ବୋଲି ତ୍ରିପୁରା ଫ୍ରଣ୍ଟିୟରର ବରିଷ୍ଠ ଅଫିସର ଅରୁଣ କୁମାର ବର୍ମା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବିଗତ କିଛି ବର୍ଷ ମଧ୍ୟରେ ତ୍ରିପୁରାରେ ଏହା ତୃତୀୟ ଘଟଣା। ଗତ ବର୍ଷ ମେ ୭ ତାରିଖରେ କାଇଲା ସହରରେ ଜଣେ ଅଫିସର ନିଜର ତିନି ସାଥୀଙ୍କୁ ଗୁଳି କରିବା ପରେ  ନିଜେ ଆତ୍ମହତ୍ୟା କରିଥିଲେ। ସେହିପରି ଚଳିତ ମାର୍ଚ୍ଚ ୧୪ ରେ ବିଏସ୍‌ଏଫ୍‌ର ଜନୈକ ସବ୍‌ ଇନ୍ସପେକ୍ଟର ସୋନାମୁରାରେ ଆତ୍ମହତ୍ୟା କରିଥିଲେ।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )