ସହକର୍ମୀଙ୍କ ଗୁଳିରେ ଆହତ ଦୁଇ ବିଏସ୍‌ଏଫ୍‌ ଯବାନ

Published: Apr 6, 2019, 4:32 pm IST

ତ୍ରିପୁରାରେ ସଶସ୍ତ୍ର ସୀମା ସୁରକ୍ଷା ବଳର ଜଣେ ଯବାନ ନିଜର ଦୁଇ ସାଥୀଙ୍କୁ ଗୁଳି କରିଛନ୍ତି। ଉତ୍ତର ତ୍ରିପୁରାରେ ବିଏସ୍‌ଏଫ୍‌ର ଜନୈକ ଯବାନ ଶୁକ୍ରବାର ରାତିରେ ନିଜର ଦୁଇ ସାଥୀଙ୍କୁ ଗୁଳି କରିଛନ୍ତି। ଏହାପରେ କନେଷ୍ଟବଳ ନିଜେ ଆତ୍ମହତ୍ୟା ମଧ୍ୟ କରିଛନ୍ତି। କନେଷ୍ଟବଳ ପି ଡି ରାଓ ନିଜ ସାଥୀଙ୍କ ଉପରକୁ ଅତର୍କିତ ଗୁଳିଚାଳନା କରିବା ସହିତ ଆତ୍ମହତ୍ୟା କରିଛନ୍ତି। ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆ ଯାଇଛି ବୋଲି ତ୍ରିପୁରା ଫ୍ରଣ୍ଟିୟରର ବରିଷ୍ଠ ଅଫିସର ଅରୁଣ କୁମାର ବର୍ମା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବିଗତ କିଛି ବର୍ଷ ମଧ୍ୟରେ ତ୍ରିପୁରାରେ ଏହା ତୃତୀୟ ଘଟଣା। ଗତ ବର୍ଷ ମେ ୭ ତାରିଖରେ କାଇଲା ସହରରେ ଜଣେ ଅଫିସର ନିଜର ତିନି ସାଥୀଙ୍କୁ ଗୁଳି କରିବା ପରେ  ନିଜେ ଆତ୍ମହତ୍ୟା କରିଥିଲେ। ସେହିପରି ଚଳିତ ମାର୍ଚ୍ଚ ୧୪ ରେ ବିଏସ୍‌ଏଫ୍‌ର ଜନୈକ ସବ୍‌ ଇନ୍ସପେକ୍ଟର ସୋନାମୁରାରେ ଆତ୍ମହତ୍ୟା କରିଥିଲେ।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Related posts