Categories
ଆଜିର ଖବର ଜାତୀୟ ଖବର

କୋଠା ଭୁଷୁଡି ଚାରି ମୃତ

ଦିଲ୍ଲୀ :  ଦିଲ୍ଲୀର ବିଷ୍ଣୁ ଗାର୍ଡେନ୍‌ ଅଞ୍ଚଳରେ ଏକ ଫ୍ୟାକ୍ଟ୍ରିର ଛାତ ଭୁଷୁଡି ପଡିବାରୁ ଚାରିଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଛାତ ଖସି ପଡିବାରୁ ଧ୍ବସାଂବଶେଷ ତଳେ ଛଅ ଜଣ ଚାପି ହୋଇ ରହିଯାଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଗୁରୁ ଗୋବିନ୍ଦ ସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡିଡିୟୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, ତେବେ ଚାରିଜଣଙ୍କର ମୃତ୍ୟୁ ହୋଇଯାଇଛି ।

ସୂଚନାଯୋଗ୍ୟ ଭୁଶୁଡି ପଡିଥିବା କୋଠାଟି ବହୁ ପୁରୁଣା ହୋଇଥିବାବେଳେ ଏଥିରେ ଏକ ଫ୍ୟାକ୍ଟି ଚାଲୁଥିଲା ।  ତେବେ ଘଟଣାସ୍ଥଳରେ ପୋଲିସ୍‌ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ।  ନଭେମ୍ବର 10 ତାରିଖରେ ଦିଲ୍ଲର କେଶବପୁରମ୍‌ ଅଞ୍ଚଳରେ ତିନି ମହଲା କୋଠା ଭୁଷୁଡି ପଡିଥିଲା । ଏହି ଘଟଣାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସ୍ତ୍ରୀଙ୍କ ମାଡରେ ସ୍ବାମୀ ଘାଇଲା : ବଞ୍ଚାଇବା ପାଇଁ ପୋଲିସ୍‌ ନିକଟରେ କଲେ ଗୁହାରୀ

ନୋଏଡା : ଘରୋଇ ହିଂସାରେ ସାଧାରଣତଃ ସ୍ବାମୀର ଆକ୍ରମଣର ଜଣେ ସ୍ତ୍ରୀ ଶିକାର ହୋଇଥାଏ । କିନ୍ତୁ ନୋଏଡାଠାରେ ଏହାର ଓଲଟା ଦେଖିବାକୁ ମିଳିଛି । ଘରୋଇ କଳିରେ ଜଣେ ସ୍ବାମୀ ନିର୍ଯାତିତ ହୋଇ ପୋଲିସ୍‌ ନିକଟରେ ଅଭିଯୋଗ କରିଥିବାର ଖବର ସାମ୍ନାକୁ ଆସିଛି । କରାଟେ ଚାମ୍ପିଆନ୍‌ ସ୍ତ୍ରୀଙ୍କ କବଳରୁ ବର୍ତ୍ତିବା ପାଇଁ ପୋଲିସ୍‌ ନିକଟରେ ଗୁହାରି କରିଛନ୍ତି ସ୍ବାମୀ ଜଣକ ।

ମିଳିଥିବା ସୂଚନା ଅନୁସାରେ ନୋଏଡା ସେକ୍ଟର 19ରେ  ଦୀପକ ନାମକ ଜଣେ ବ୍ୟକ୍ତି ତାଙ୍କ କରାଟେ ଚାମ୍ପିଅନ୍‌ ସ୍ତ୍ରୀଙ୍କଠାରୁ ମାଡ଼ ଖାଇ ଦରମରା ହୋଇଛନ୍ତି । ଏପରିକି ସ୍ବାମୀଜଣଙ୍କର ଗୋଟିଏ ଗୋଡ ଭାଙ୍ଗି ଯାଇଛି । ଏହାପରେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ପୋଲିସ୍‌ରେ ଏତଲା ଦେଇଛନ୍ତି । ସୋସିଆଲ୍‌ ମିଡ଼ିଆରେ ଜଣେ ବ୍ୟକ୍ତି କରାଟେ ଚାମ୍ପିଆନ୍‌ର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ । ପରେ ତାଙ୍କୁ ଜୀବନସାଥୀ ରୂପେ ଗ୍ରହଣ କଲେ  । ଏବେ ତାଙ୍କ ଜୀବନରେ ଭୂମିକମ୍ପ ଆସିଯାଇଛି । ଯେବେ ଏହି ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି, ପତ୍ନୀ କରାଟେର ସମସ୍ତ କଳା କୌଶଳ ତାଙ୍କ ସ୍ବାମୀଙ୍କ ଉପରେ ବ୍ୟବହାର କରୁଛନ୍ତି। ଗତ ଶନିବାର ଦିନ ଦିନ ଦୁଇଜଣଙ୍କ ଝଗଡା ଏତେ ବଢିଗଲା ଯେ, ସ୍ତ୍ରୀ ଜଣକ ସ୍ବାମୀଙ୍କ ଗୋଡରେ ଏତେ ଜୋର୍‌ରେ ପ୍ରହାର କରିଛନ୍ତି ଯେ, ତାଙ୍କ ଗୋଡ ଫ୍ୟାକ୍ଚର୍‌ ହୋଇଯାଇଛି । ଗୁରୁତର ଆହତ ହୋଇ ସ୍ବାମୀ ଜଣକ ହ୍ବିଲ୍‌ ଚେୟାର୍‌ରେ ହସ୍ପିଟାଲ୍‌ରେ ପହଞ୍ଚିବା ସହିତ ପୁଲିସ୍‌ ଡାକି ଅଭିଯୋଗ ଜଣାଇଛନ୍ତି । ପୁଲିସ୍‌କୁ ସେ ତାଙ୍କ ପତ୍ନୀଙ୍କଠାରୁ ବଞ୍ଚାଇ ପାଇଁ ଅନୁରୋଧ କରିଛନ୍ତି । 2019ରେ ଦୁହେଁ ବିବାହ କରିଥିବାବେଳେ ଅଧିକାଂଶ ସମୟରେ ଦୁହିଁଙ୍କର ପାଟିତୁଣ୍ଡ ହେଉଛି । ମହିଳାଙ୍କୁ ଘରୋଇ ହିଂସାରୁ ବଞ୍ଚାଇବା ପାଇଁ ସରକାର ଆଇନ ପ୍ରଣୟନ କରିଛନ୍ତି, ସେହିଭଳି ପୁରୁଷଙ୍କୁ ମହିଳାଙ୍କଠାରୁ ସୁରକ୍ଷା ଦେବାର ପ୍ରାବଧାନ ମଧ୍ୟ ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ସଡକ ଦୁର୍ଘଟଣାରେ ଗୁରୁତର ଆହତ ହେଲେ ଶାବ୍‌ନା ଆଜମୀ

ମୁମ୍ବାଇ : ଅଭିନେତ୍ରୀ ଶାବ୍‌ନା ଆଜ୍‌ମୀ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଖାଲାପୁର ଟୋଲ୍‌-ପ୍ଲାଜ୍‌ ନିକଟସ୍ଥ ପୁଣେ-ମୁମ୍ବାଇ ଏକ୍ସପ୍ରେସ୍‌ ହାଇଓ୍ବଠାରେ ତାଙ୍କ କାର୍‌ ଏକ ଟ୍ରକ୍‌କୁ ଧକ୍କା ଦେଇ ଦୁର୍ଘଟଣାଗସ୍ତ ହୋଇଛି। ଏହି ଦୁର୍ଘଟଣାରେ ଶାବ୍‌ନା ଆଜ୍‌ମୀ ଗମ୍ଭୀର ରୂପରେ ଆହତ ହୋଇଛନ୍ତି। ଶାବ୍‌ନାଙ୍କୁ ଏମ୍‌ଜିଏମ୍‌ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସମୟରେ ଶାବନାଙ୍କ ସହ ତାଙ୍କ ସ୍ବାମୀ ଜାଭେଦ ଅଖତର୍‌ ରହିଥିଲେ। ଜାଭେଦ ସୁରକ୍ଷିତ ରହିଥିବାବେଳେ ଗାଡିର ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। (ଏଜେନ୍ସି)

Categories
ଆଜିର ଖବର

ବିଶ୍ବକପ୍‌ରୁ ବାଦ ପଡିଲେ ଡେଲ ଷ୍ଟେନ୍‌ : ବ୍ୟୁରାନ୍ ହେଣ୍ଡ୍ରିକ୍ସଙ୍କୁ ବଦଳ ଖେଳାଳି ଭାବରେ ଘୋଷଣା କଲା ଦକ୍ଷିଣ ଆଫ୍ରିକା

ଦକ୍ଷିଣ ଆଫ୍ରିକା ସ୍ପିଡଷ୍ଟାର ଡେଲ ଷ୍ଟେନ୍‌ ଚଳିତ କ୍ରିକେଟ ବିଶ୍ବକପ୍‌ରୁ ବାଦ ପଡିଛନ୍ତି। କାନ୍ଧ ଆଘାତ ଯୋଗୁଁ ଷ୍ଟେନ୍‌ ବିଶ୍ବକପ୍‌ରୁ ବାଦ ପଡିଥିବା ବେଳେ ବ୍ୟୁରାନ୍‌ ହେଣ୍ଡ୍ରିକ୍ସଙ୍କୁ ବଦଳ ଖେଳାଳି ଭାବରେ ଘୋଷଣା କରାଯାଇଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ମାତ୍ର ୬୦ ପ୍ରତିଶତ ଫିଟ୍‌ ଥିବା ଷ୍ଟେନ୍‌ ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ପରେ ଆଘାତ ସମସ୍ୟା ବଢି ଯାଇଥିଲା। ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ କରୁଥିବା ସମୟରେ ଆହତ ହେବା ସହିତ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ବଦଳ ଖେଳାଳି ଘୋଷଣା କରାଯାଇଥିଲେ ମଧ୍ୟ ତାଙ୍କୁ ବିଶ୍ବକପ୍‌ର ବୈଷୟିକ କମିଟିର ଅନୁମତି ନେବାକୁ ପଡିବ। ଜିଓଫ୍‌ ଆଲେଡ୍ରିସ୍‌, କ୍ୟାମ୍ପବେଲ୍‌ ଜାମିଏସନ୍‌, ଆଲାନ ଫୋରଧମ, ହର୍ଷ ଭୋଗଲେ ଏବଂ କୁମାର ସାଙ୍ଗାକାରା ଏହି ବୈଷୟିକ ଟିମ୍‌ର ସଦସ୍ୟ ରହିଛନ୍ତି।

Categories
ଆଜିର ଖବର

ଆଇଇଡି ବିସ୍ଫୋରଣରେ ୧୧ ଯବାନ ଆହତ

ଝାଡ଼ଖଣ୍ଡ ଷଢାଇକଳାର ଅନ୍ତର୍ଗତ କୁଚାଇରେ ମାଓବାଦୀମାନେ ଖଞ୍ଜି ଥିବା ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ ୧୧ଜଣ ଯବାନ ଆହତ ହୋଇଛନ୍ତି। ସମସ୍ତ ଯବାନଙ୍କୁ ରାଞ୍ଚିକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ମଙ୍ଗଳବାର ଭୋର ପ୍ରାୟ ୪ଟା ୫୦ ସମୟରେ ଝାଡ଼ଖଣ୍ଡ ପୋଲିସ ଓ ୨୦୯ର କୋବ୍ରାବାଟାଲିୟନ୍‌ର ଯବାନମାନେ ମିଳିତ ସ୍ପେଶାଲ ଅପରେସନ୍‌ରେ ବାହାରିଥିଲେ। ଷଢାଇକଳାର କୁଚାଇ ନିକଟରେ ମାଓବାଦୀମାନେ ପୂର୍ବରୁ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ କୋବ୍ରା ବାଟାଲିୟନ୍‌ର ୮ଜଣ ଓ ୩ ଜଣ ପୋଲିସ ଆହତ ହୋଇଛନ୍ତି। ଘଟଣା ପରେ ସଂପୃକ୍ତ ଅଞ୍ଚଳକୁ ଘେରା ବନ୍ଦୀ କରି ସର୍ଚ୍ଚ ଅପରେସନ୍‌ କରାଯାଉଛି।

Categories
ଆଜିର ଖବର

ପୂଜା କରିବା ସମୟରେ ଆହତ ହେଲେ ଶଶି : ମୁଣ୍ଡରେ ଗଭୀର ଆଘାତ

କଂଗ୍ରେସ ସାଂସଦ ଶଶି ଥରୁର ଏକ ମନ୍ଦିରରେ ପୂଜା ସମୟରେ ତଳେ ପଡିଯାଇଛନ୍ତି। ତାଙ୍କୁ ଗମ୍ଭୀର ଭାବେ ଆଘାତ ଲାଗିଛି। ମନ୍ଦିରରେ ତୁଳାଭରମ ପୂଜା କରୁଥିବା ସମୟରେ ସେ ତଳେ ପଡି ଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସା ପାଇଁ ତାଙ୍କୁ ତିରୁଅନନ୍ତପୁରମର ହସ୍ପିଟାଲରେ ଭର୍ତି କରାଯାଇଥିଲା।  ତାଙ୍କ ମଥାରେ ଗଭୀର ଆଘାତ ଲାଗିଥିବାରୁ ୧୦ଟି ଷ୍ଟିଜ୍‌ ପଡ଼ିଥିବାର ସୂଚନା ମିଳିଛି। ତେବେ ଥରୁର୍‌ଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଭଲ ଅଛି। ଥରୁର ଏଥର କଂଗ୍ରେସ ପକ୍ଷରୁ ତିରୁଅନନ୍ତପୁରମରୁ ପ୍ରାର୍ଥୀ ହୋଇଛନ୍ତି। ଏହି ଆସନରୁ ତାଙ୍କ ସହ ମୁକାବିଲା କରିବେ ବିଜେପି ନେତା କୁମ୍ମାନେମ ରାଜଶେଖରନ ଏବଂ ସିପିଆଇ ବିଧାୟକ ସି ଦିବାକରନ।

 

Categories
ଆଜିର ଖବର

ସହକର୍ମୀଙ୍କ ଗୁଳିରେ ଆହତ ଦୁଇ ବିଏସ୍‌ଏଫ୍‌ ଯବାନ

ତ୍ରିପୁରାରେ ସଶସ୍ତ୍ର ସୀମା ସୁରକ୍ଷା ବଳର ଜଣେ ଯବାନ ନିଜର ଦୁଇ ସାଥୀଙ୍କୁ ଗୁଳି କରିଛନ୍ତି। ଉତ୍ତର ତ୍ରିପୁରାରେ ବିଏସ୍‌ଏଫ୍‌ର ଜନୈକ ଯବାନ ଶୁକ୍ରବାର ରାତିରେ ନିଜର ଦୁଇ ସାଥୀଙ୍କୁ ଗୁଳି କରିଛନ୍ତି। ଏହାପରେ କନେଷ୍ଟବଳ ନିଜେ ଆତ୍ମହତ୍ୟା ମଧ୍ୟ କରିଛନ୍ତି। କନେଷ୍ଟବଳ ପି ଡି ରାଓ ନିଜ ସାଥୀଙ୍କ ଉପରକୁ ଅତର୍କିତ ଗୁଳିଚାଳନା କରିବା ସହିତ ଆତ୍ମହତ୍ୟା କରିଛନ୍ତି। ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆ ଯାଇଛି ବୋଲି ତ୍ରିପୁରା ଫ୍ରଣ୍ଟିୟରର ବରିଷ୍ଠ ଅଫିସର ଅରୁଣ କୁମାର ବର୍ମା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବିଗତ କିଛି ବର୍ଷ ମଧ୍ୟରେ ତ୍ରିପୁରାରେ ଏହା ତୃତୀୟ ଘଟଣା। ଗତ ବର୍ଷ ମେ ୭ ତାରିଖରେ କାଇଲା ସହରରେ ଜଣେ ଅଫିସର ନିଜର ତିନି ସାଥୀଙ୍କୁ ଗୁଳି କରିବା ପରେ  ନିଜେ ଆତ୍ମହତ୍ୟା କରିଥିଲେ। ସେହିପରି ଚଳିତ ମାର୍ଚ୍ଚ ୧୪ ରେ ବିଏସ୍‌ଏଫ୍‌ର ଜନୈକ ସବ୍‌ ଇନ୍ସପେକ୍ଟର ସୋନାମୁରାରେ ଆତ୍ମହତ୍ୟା କରିଥିଲେ।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )