Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ତ୍ରୀଙ୍କ ମାଡରେ ସ୍ବାମୀ ଘାଇଲା : ବଞ୍ଚାଇବା ପାଇଁ ପୋଲିସ୍‌ ନିକଟରେ କଲେ ଗୁହାରୀ
ଆଜିର ଖବର

ସ୍ତ୍ରୀଙ୍କ ମାଡରେ ସ୍ବାମୀ ଘାଇଲା : ବଞ୍ଚାଇବା ପାଇଁ ପୋଲିସ୍‌ ନିକଟରେ କଲେ ଗୁହାରୀ

January 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୋଏଡା : ଘରୋଇ ହିଂସାରେ ସାଧାରଣତଃ ସ୍ବାମୀର ଆକ୍ରମଣର ଜଣେ ସ୍ତ୍ରୀ ଶିକାର ହୋଇଥାଏ । କିନ୍ତୁ ନୋଏଡାଠାରେ ଏହାର ଓଲଟା ଦେଖିବାକୁ ମିଳିଛି । ଘରୋଇ କଳିରେ ଜଣେ ସ୍ବାମୀ ନିର୍ଯାତିତ ହୋଇ ପୋଲିସ୍‌ ନିକଟରେ ଅଭିଯୋଗ କରିଥିବାର ଖବର ସାମ୍ନାକୁ ଆସିଛି । କରାଟେ ଚାମ୍ପିଆନ୍‌ ସ୍ତ୍ରୀଙ୍କ କବଳରୁ ବର୍ତ୍ତିବା ପାଇଁ ପୋଲିସ୍‌ ନିକଟରେ ଗୁହାରି କରିଛନ୍ତି ସ୍ବାମୀ ଜଣକ ।

ମିଳିଥିବା ସୂଚନା ଅନୁସାରେ ନୋଏଡା ସେକ୍ଟର 19ରେ  ଦୀପକ ନାମକ ଜଣେ ବ୍ୟକ୍ତି ତାଙ୍କ କରାଟେ ଚାମ୍ପିଅନ୍‌ ସ୍ତ୍ରୀଙ୍କଠାରୁ ମାଡ଼ ଖାଇ ଦରମରା ହୋଇଛନ୍ତି । ଏପରିକି ସ୍ବାମୀଜଣଙ୍କର ଗୋଟିଏ ଗୋଡ ଭାଙ୍ଗି ଯାଇଛି । ଏହାପରେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ପୋଲିସ୍‌ରେ ଏତଲା ଦେଇଛନ୍ତି । ସୋସିଆଲ୍‌ ମିଡ଼ିଆରେ ଜଣେ ବ୍ୟକ୍ତି କରାଟେ ଚାମ୍ପିଆନ୍‌ର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ । ପରେ ତାଙ୍କୁ ଜୀବନସାଥୀ ରୂପେ ଗ୍ରହଣ କଲେ  । ଏବେ ତାଙ୍କ ଜୀବନରେ ଭୂମିକମ୍ପ ଆସିଯାଇଛି । ଯେବେ ଏହି ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି, ପତ୍ନୀ କରାଟେର ସମସ୍ତ କଳା କୌଶଳ ତାଙ୍କ ସ୍ବାମୀଙ୍କ ଉପରେ ବ୍ୟବହାର କରୁଛନ୍ତି। ଗତ ଶନିବାର ଦିନ ଦିନ ଦୁଇଜଣଙ୍କ ଝଗଡା ଏତେ ବଢିଗଲା ଯେ, ସ୍ତ୍ରୀ ଜଣକ ସ୍ବାମୀଙ୍କ ଗୋଡରେ ଏତେ ଜୋର୍‌ରେ ପ୍ରହାର କରିଛନ୍ତି ଯେ, ତାଙ୍କ ଗୋଡ ଫ୍ୟାକ୍ଚର୍‌ ହୋଇଯାଇଛି । ଗୁରୁତର ଆହତ ହୋଇ ସ୍ବାମୀ ଜଣକ ହ୍ବିଲ୍‌ ଚେୟାର୍‌ରେ ହସ୍ପିଟାଲ୍‌ରେ ପହଞ୍ଚିବା ସହିତ ପୁଲିସ୍‌ ଡାକି ଅଭିଯୋଗ ଜଣାଇଛନ୍ତି । ପୁଲିସ୍‌କୁ ସେ ତାଙ୍କ ପତ୍ନୀଙ୍କଠାରୁ ବଞ୍ଚାଇ ପାଇଁ ଅନୁରୋଧ କରିଛନ୍ତି । 2019ରେ ଦୁହେଁ ବିବାହ କରିଥିବାବେଳେ ଅଧିକାଂଶ ସମୟରେ ଦୁହିଁଙ୍କର ପାଟିତୁଣ୍ଡ ହେଉଛି । ମହିଳାଙ୍କୁ ଘରୋଇ ହିଂସାରୁ ବଞ୍ଚାଇବା ପାଇଁ ସରକାର ଆଇନ ପ୍ରଣୟନ କରିଛନ୍ତି, ସେହିଭଳି ପୁରୁଷଙ୍କୁ ମହିଳାଙ୍କଠାରୁ ସୁରକ୍ଷା ଦେବାର ପ୍ରାବଧାନ ମଧ୍ୟ ରହିଛି । (ଏଜେନ୍ସି)

domesticviolence injured
Share. Facebook Twitter LinkedIn Email WhatsApp Copy Link

Related Posts

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026
Latest News

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.