Categories
ଅପରାଧ ଆଜିର ଖବର ଆଞ୍ଚଳିକ

ବଡ ଘର ବଡ ଗୁମର କଥା : ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଜେଲ୍ ଗଲେ ନାକ୍ଟିଦେଉଳ ବ୍ଲକର କନିଷ୍ଠ ଯନ୍ତ୍ରୀ

କନ୍ଦର୍ପ ବେହେରା
ରେଢାଖୋଲ: ବାରମ୍ବାର ନିଜ ପତ୍ନୀଙ୍କୁ ନିର୍ଯାତନା ଦେଇଥିବା ଜନୈକ ଯନ୍ତ୍ରୀ ଗିରଫ ହେବା ଘଟଣା ଏବେ ନାକ୍ଟିଦେଉଳ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରକାଶ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ବିଭୁ ପ୍ରସାଦ ବେହେରା  ଗତକାଲି ରାତିରେ ନିଜର ପତ୍ନୀ ରଶ୍ମୀମୟୀ କାଣ୍ଡିଙ୍କୁ ବାପଘରୁ ୫୦ ଲକ୍ଷ ଟଙ୍କା ଆଣିବାକୁ କହିଥିଲେ । ଟଙ୍କା ପାଇଁ ରାତିରେ ତାଙ୍କ ସ୍ତ୍ରୀଙ୍କୁ ନିର୍ଯ୍ୟାତନା ଦେବା ସହ ବହୁତ ମାଡ ମାରିଥିଲେ ଯନ୍ତ୍ରୀ ମହାଶୟ। ଏପରିକି ମାରିଦେବାକୁ ଧମକ ଦେଇଥିବାର ରେଢାଖୋଲ ଥାନାରେ ପତ୍ନୀ ଅଭିଯୋଗ କରିଛନ୍ତି । ରାତିରେ  ବେଲଟରେ ସ୍ତ୍ରୀଙ୍କୁ ବହୁତ ମାରି ଥିଲେ ଯା ଫଳରେ ତାଙ୍କ ପତ୍ନୀ ଗୁରୁତର ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ଟିକିଏ ଭଲ ହେବା ପରେ ରେଢାଖୋଲ ଥାନାକୁ ଯାଇ ସ୍ୱାମୀ ବିରୁଦ୍ଧରେ ଲିଖିତାକାରରେ ଗୁରୁତର ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ରେଢାଖୋଲ ଥାନାର କେସ୍ ନଂ ୬୬/୨୦ ଓ ଦଫା ୪୯୮(ଏ) ୩୦୭,୫୦୬ ସେକସନ୍‌(୪) ରେ ମାମଲା ରୁଜୁ କରାଯାଇଛିା ଜାମିନ୍ ନାମଂଜୁର ହେବାରୁ ଜେଲ୍ ହାଜତକୁ ପଠାଇଦିଆଯାଇଛି। ଜଣେ ଶିକ୍ଷିତ କନିଷ୍ଠଯନ୍ତ୍ରୀ ହୋଇ ଯୌତୁକ ବାବଦରେ ନିଜ ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ହାସ୍ୟାସ୍ପଦର କଥା । ଗିରଫ ଯନ୍ତ୍ରୀଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ ହୋଇଥିବାବେଳେ 5 ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା । ଦୁହିଁଙ୍କର 4 ବର୍ଷର ଛୋଟ ପୁଅଟିଏ ରହିଥିବାର ଜଣାପଡିଛି ।  ବଡ ଘର ବଡଗୁମର କଥା ଭାବେ ଏହି ଘଟଣାଟି ନାକ୍ଟିଦେଉଳ ଅଂଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଲକ୍ ଡାଉନ୍‌ ସମୟରେ ଘରୋଇ ହିଂସାର ଶିକାର ହେଉଛନ୍ତି କି, ଘରେ ରହି ହ୍ବାଟସ୍‌ଆପ୍‌ରେ କରିପାରିବେ ଅଭିଯୋଗ

ଭୁବନେଶ୍ବର : ଦେଶରେ କରୋନା ପାଇଁ ଲକ୍‌ ଡାଉନ୍‌ ଜାରି ହୋଇଥିବାବେଳେ ଘରୋଇ ହିଂସା ମଧ୍ୟ ବୃଦ୍ଧି ପାଇଛି । ତେବେ ଏନେଇ ହ୍ବାଟସ୍‌ଆପ୍‌ ନମ୍ବରରେ ମଧ୍ୟ ଅଭିଯୋଗ କରିହେବ ।  ଘରୋଇ ହିଂସାକୁ ନେଇ ରାଜ୍ୟରେ ଏନେଇ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଲକ ଡାଉନ୍‌ ଅବଧି ମଧ୍ୟରେ ଘରୋଇ ହିଂସା ଅଭିଯୋଗ ନିମନ୍ତେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ହ୍ବାଟସଅପ୍ ନମ୍ବର ଜାରି କରାଯାଇଛି । 7205006039 ଏହି ହ୍ବାଟସ୍‌ଆପ୍‌ ନମ୍ବରରେ ମାମଲା ଦାଏର କରାଯାଇପାରିବ ।  ପୂର୍ବରୁ ମହିଳାଙ୍କ ପାଇଁ ମଧ୍ୟ ହେଲପ୍‌ ଲାଇନ ନମ୍ବର 181 ରହିଛି । ଲକ୍‌ ଡାଉନ୍‌ରେ ଘରୋଇ ହିଂସା ବଢୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ସ୍ତ୍ରୀଙ୍କ ମାଡରେ ସ୍ବାମୀ ଘାଇଲା : ବଞ୍ଚାଇବା ପାଇଁ ପୋଲିସ୍‌ ନିକଟରେ କଲେ ଗୁହାରୀ

ନୋଏଡା : ଘରୋଇ ହିଂସାରେ ସାଧାରଣତଃ ସ୍ବାମୀର ଆକ୍ରମଣର ଜଣେ ସ୍ତ୍ରୀ ଶିକାର ହୋଇଥାଏ । କିନ୍ତୁ ନୋଏଡାଠାରେ ଏହାର ଓଲଟା ଦେଖିବାକୁ ମିଳିଛି । ଘରୋଇ କଳିରେ ଜଣେ ସ୍ବାମୀ ନିର୍ଯାତିତ ହୋଇ ପୋଲିସ୍‌ ନିକଟରେ ଅଭିଯୋଗ କରିଥିବାର ଖବର ସାମ୍ନାକୁ ଆସିଛି । କରାଟେ ଚାମ୍ପିଆନ୍‌ ସ୍ତ୍ରୀଙ୍କ କବଳରୁ ବର୍ତ୍ତିବା ପାଇଁ ପୋଲିସ୍‌ ନିକଟରେ ଗୁହାରି କରିଛନ୍ତି ସ୍ବାମୀ ଜଣକ ।

ମିଳିଥିବା ସୂଚନା ଅନୁସାରେ ନୋଏଡା ସେକ୍ଟର 19ରେ  ଦୀପକ ନାମକ ଜଣେ ବ୍ୟକ୍ତି ତାଙ୍କ କରାଟେ ଚାମ୍ପିଅନ୍‌ ସ୍ତ୍ରୀଙ୍କଠାରୁ ମାଡ଼ ଖାଇ ଦରମରା ହୋଇଛନ୍ତି । ଏପରିକି ସ୍ବାମୀଜଣଙ୍କର ଗୋଟିଏ ଗୋଡ ଭାଙ୍ଗି ଯାଇଛି । ଏହାପରେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ପୋଲିସ୍‌ରେ ଏତଲା ଦେଇଛନ୍ତି । ସୋସିଆଲ୍‌ ମିଡ଼ିଆରେ ଜଣେ ବ୍ୟକ୍ତି କରାଟେ ଚାମ୍ପିଆନ୍‌ର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ । ପରେ ତାଙ୍କୁ ଜୀବନସାଥୀ ରୂପେ ଗ୍ରହଣ କଲେ  । ଏବେ ତାଙ୍କ ଜୀବନରେ ଭୂମିକମ୍ପ ଆସିଯାଇଛି । ଯେବେ ଏହି ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି, ପତ୍ନୀ କରାଟେର ସମସ୍ତ କଳା କୌଶଳ ତାଙ୍କ ସ୍ବାମୀଙ୍କ ଉପରେ ବ୍ୟବହାର କରୁଛନ୍ତି। ଗତ ଶନିବାର ଦିନ ଦିନ ଦୁଇଜଣଙ୍କ ଝଗଡା ଏତେ ବଢିଗଲା ଯେ, ସ୍ତ୍ରୀ ଜଣକ ସ୍ବାମୀଙ୍କ ଗୋଡରେ ଏତେ ଜୋର୍‌ରେ ପ୍ରହାର କରିଛନ୍ତି ଯେ, ତାଙ୍କ ଗୋଡ ଫ୍ୟାକ୍ଚର୍‌ ହୋଇଯାଇଛି । ଗୁରୁତର ଆହତ ହୋଇ ସ୍ବାମୀ ଜଣକ ହ୍ବିଲ୍‌ ଚେୟାର୍‌ରେ ହସ୍ପିଟାଲ୍‌ରେ ପହଞ୍ଚିବା ସହିତ ପୁଲିସ୍‌ ଡାକି ଅଭିଯୋଗ ଜଣାଇଛନ୍ତି । ପୁଲିସ୍‌କୁ ସେ ତାଙ୍କ ପତ୍ନୀଙ୍କଠାରୁ ବଞ୍ଚାଇ ପାଇଁ ଅନୁରୋଧ କରିଛନ୍ତି । 2019ରେ ଦୁହେଁ ବିବାହ କରିଥିବାବେଳେ ଅଧିକାଂଶ ସମୟରେ ଦୁହିଁଙ୍କର ପାଟିତୁଣ୍ଡ ହେଉଛି । ମହିଳାଙ୍କୁ ଘରୋଇ ହିଂସାରୁ ବଞ୍ଚାଇବା ପାଇଁ ସରକାର ଆଇନ ପ୍ରଣୟନ କରିଛନ୍ତି, ସେହିଭଳି ପୁରୁଷଙ୍କୁ ମହିଳାଙ୍କଠାରୁ ସୁରକ୍ଷା ଦେବାର ପ୍ରାବଧାନ ମଧ୍ୟ ରହିଛି । (ଏଜେନ୍ସି)